ଘରକୁ ଫେରୁଥିଲେ ଅଧା ବାଟରେ ଦଳିଦେଲା ହାତୀ

ମୟୂରଭଞ୍ଜ: ଥମିବାର ନା ଧରୁନି ହାତୀ ଆତଙ୍କ । କେତେବେଳେ ହାତୀ ଘର ଭାଙ୍ଗୁଛି ତ ଆଉ କେବେ ହାତୀ ମଣିଷକୁ ଆକ୍ରମଣ କରୁଛି । ଯାହାକୁ ନେଇ ଅଧିକ ସମୟରେ ଲୋକେ ଭୟରେ ଦିନ କାଟୁଛନ୍ତି । ଚାଞ୍ଚବଣି ଗାଁର ଜଣେ ମହିଳାକୁ ହାତୀ ଦଳି ମାରି ଦେଇଥିବା ଅଭିଯୋଗ ହୋଇଛି । ମହିଳା ଜଣକ ହେଉଛନ୍ତି ଲୀଳାବତୀ ନାୟକ ।

ସୂଚନା ଅନୁଯାୟୀ, ଲୀଳାବତୀ ଏବଂ ତାଙ୍କ ବାପା ସନ୍ଧ୍ୟାରେ କୁରୁଳିଆ ଗାଁରୁ ନିଜ ଘରକୁ ଫେରୁଥିଲେ । ସେହି ସମୟରେ କୁରୁଳିଆ ଜଙ୍ଗଲରେ ହାତୀ ହାବୁଡ଼ରେ ପଡିଯାଇଥିଲେ ଲୀଳାବତୀ । ହାତୀ ତାଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା । ଯାହାଫଳରେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଥିଲା ।

ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ନେଇଥିଲେ ପରିବାର ଲୋକେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ହାତୀ ପଲ ଦିନ ସମୟରୁ ଜଙ୍ଗଲରୁ ବାହାରି ଧାନ ଫସଲ ଆଡ଼କୁ ମାଡି ଆସୁଥିବାରୁ ବ୍ୟାପକ ଫସଲ କ୍ଷୟକ୍ଷତି ହେଉଛି । ଗତ ୧୦ ଦିନ ମଧରେ ଦୁଇ ଜଣକୁ ହାତୀ ଆକ୍ରମଣ  କରିଥିଲେ ବି ବନବିଭାଗ ଏଥିହ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

Leave a Reply