ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ ଏବଂ ରେଞ୍ଜର
ସୋର/ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସୋର ଅଞ୍ଚଳରେ । ସୋର ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଅଜୟ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଯନ୍ତ୍ରୀଙ୍କ ନିଜ ବାସଭବନ ସହ ବିଭିନ୍ନ ସ୍ଥାନରେ ରେଡ୍ କାରାଯାଇଛି ।

ସେଥିମଧ୍ୟରୁ ବାରିପଦା ସ୍ଥିତ ପୈତୃକ ବାସଭବନ, ସୋରୋ କାର୍ଯ୍ୟାଳୟ, କଟକ ସ୍ଥିତ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ ହୋଇଛି । କେନ୍ଦୁଝର ଡିଏସ୍ପି ଦେବଦତ୍ତ ସେଠ୍ ଓ ବାଲେଶ୍ୱର ଡିଏସପି ଏସ.କେ ସାମନ୍ତରାୟ ଙ୍କ ନେତୃତ୍ୱରେ ୧୬ ଜଣିଆ ଟିମ୍ ଚଢ଼ାଉ କରିଛି । ଅଜୟଙ୍କ ବାସଭବନରେ ତାଲା ପଡ଼ିଥିବାରୁ ଭିଜିଲାନ୍ସ ପକ୍ଷରୁ ଘର ସିଜ୍ କରାଯାଇ ଘରର ଆୟତନକୁ ମପା ଯାଇଥିବା ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିଭଳି ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେସିଙ୍ଗା ରେଞ୍ଜର ଦୀନବନ୍ଧୁ ମେହରଙ୍କ ଘରେ ରେଡ ହୋଇଛି । ଦୀନବନ୍ଧୁଙ୍କ ବଲାଙ୍ଗୀରର ରାଜୀବ ନଗର ପୈତୃକ ଘରେ ଓ କେସିଙ୍ଗା କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି । ଦୀନବନ୍ଧୁ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଞ୍ଜର ଅଛନ୍ତି ।

ଏଣ୍ଡ୍ରୟଡ୍ ଫୋନ ସିକ୍ୟୁରିଟିରେ ତ୍ରୁଟି, ଖରାପ ହୋଇଯାଇପାରେ ଆପଣଙ୍କ ଫୋନ୍
ନୂଆଦିଲ୍ଲୀ: ଏଣ୍ଡ୍ରୟଡ୍ ସ୍ମାର୍ଟଫୋନରେ ତ୍ରୁଟି । ପୂରା ଖରାପ ହୋଇଯାଇପାରେ ଆପଣଙ୍କ ଫୋନ୍ । ଡିସେମ୍ବର ୨୦୧୯ରେ ଏଣ୍ଡ୍ରୟଡ୍ ସିକ୍ୟୁରିଟି ବୁଲେଟିନରେ ଫୋନରେ ୩ଟି ଥିବା କୁହାଯାଇଛି । ଏହାକୁ ବହୁତ ଭୟାନକ ବୋଲି କହିଛି ଗୁଗୁଲ । ଚଳିତମାସରେ ଏହି ସମସ୍ୟାକୁ ଫିକ୍ସ କରିବାକୁ ଉଦ୍ୟମ କରାଯାଉଛି ।
ଏଣ୍ଡ୍ରୟଡ୍ ଫୋନର ସୁରକ୍ଷାରେ ତ୍ରୁଟି କାରଣରୁ ହ୍ୟାକର ଏହାର ଫାଇଦା ଉଠାଇଛନ୍ତି । ଡିନାଏଲ ଅଫ୍ ସର୍ଭିସ୍ ଭଳି ଆଟାକ୍ କରି ଫୋନକୁ ପୂରା ଖରାପ କରିଦେଉଛନ୍ତି । ଏହି ତ୍ରୁଟିକୁ ‘CVE-2019-2232’ ନାଁରେ ନାମିତ କରାଯାଇଛି । ଏହା ଦ୍ୱାରା ଲକ୍ଷାଧିକ ଡିଭାଇସ୍ ପ୍ରଭାବିତ ହୋଇପାରେ । ଗୁଗୁଲ ଅନୁଯାୟୀ ଏଣ୍ଡ୍ରୟଡ୍ ୮.୦, ଏଣ୍ଡ୍ରୟଡ୍ ୮.୧, ଅଣ୍ଡ୍ରୟଡ୍ ୯ ଓ ଏଣ୍ଡ୍ରୟଡ୍ ୧୦ ଫୋନ୍ ଉପରେ ‘CVE-2019-2232’ କାମ କରିପାରେ । ତେଣୁ, ଆପଣ ସତର୍କ ହୋଇଯାଆନ୍ତୁ ।

କଣ କରିବେ ?
ତ୍ରୁଟିକୁ ସୁଧାରିବା ପାଇଁ ଏଣ୍ଡ୍ରୟଡ୍ ଫିକ୍ସକୁ କୁହାଯାଇଛି । କିନ୍ତୁ, ଏଥିପାଇଁ କିଛିଦିନ ସମୟ ଲାଗିବ । ଲାଟେଷ୍ଟ ସିକ୍ୟୁରିଟି ପ୍ୟାଚ ମିଳିଲେ ଯାଇ ଏହାର ସମାଧାନ ହୋଇପାରିବେ । ସାମସଙ୍ଗ, ଆସସ. ୱାନପ୍ଲସ ଭଳି ମୋବାଇଲ୍ ନିର୍ମାତାଙ୍କ ଉପରେ ସିକ୍ୟୁରିଟି ପ୍ୟାଚ ନିର୍ଭର କରେ । କୁହାଯାଉଛି ଏହି ସିକ୍ୟୁରିଟି ପ୍ୟାଚ୍ ଅଲଗା ଡିଭାଇସ୍ ଅପେକ୍ଷା ପ୍ରଥମେ ଗୁଗୁଲ ପିକ୍ସେଲକୁ ମିଳିପାରେ । ତେଣୁ, ନୂତନ ସିକ୍ୟୁରିଟି ପ୍ୟାଚ୍ ରିଲିଜ୍ ନ ହେବା ଯାଏଁ ଆପଣ ମୋବାଇଲକୁ ଅପଡେଟ୍ କରନ୍ତୁ ନାହିଁ ।

ଶିବ ଲିଙ୍ଗ ସାମ୍ନାରେ ନିଜକୁ ସାରିଦେଲେ ଯୁବକ, ଜାଣନ୍ତୁ କାହିଁକି….
କୋରାପୁଟ: ଶିବ ଲିଙ୍ଗ ସାମ୍ନାରେ ଯୁବକଙ୍କ ଆତ୍ମହତ୍ୟା । ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲେ ଯୁବକ । ପୋଲିସ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ଏଭଳି ଏକ ଅଭାବନୀୟ ଘଟଣା କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି । ଫଳରେ ଗୁପ୍ତେଶ୍ୱରଙ୍କ ପୀଠରେ ସକାଳ ନୀତିକାନ୍ତି ବନ୍ଦ ରହିଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ମନ୍ଦିର ସେବକ ମନ୍ଦିର ସଫା କରିବା ପାଇଁ ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲେ । ପ୍ରବେଶ ଦ୍ୱାରରେ ଯେଉଁଠି ଘଣ୍ଟି ଝୁଲା ହୋଇଥାଏ ସେଠାରେ ଜଣେ ଯୁବକ ଦଉଡ଼ିରେ ଓହଳି ଥିବା ଦେଖିଥିଲେ । ଯୁବକ ଜଣକ ଘଣ୍ଟି ଝୁଲା ହୋଇଥିବା ସ୍ଥାନରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ବିଳମ୍ବିତ ରାତିରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଘଟଣାସ୍ଥଳରେ ରାମଗିରି ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକ ଜଣଙ୍କ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଛି । ଅନ୍ୟପଟେ ଘଟଣା ପରେ ଗୁପ୍ତେଶ୍ୱରଙ୍କ ପୀଠରେ ପୂଜା ନୀତି ବନ୍ଦ ରହିଛି ।


