ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ଦାରିଙ୍ଗିବାଡ଼ି: ପାରିବାରିକ କଳହର କରୁଣ ପରିଣତି । ପିଜୁଳି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ମୃତକ ଦାରିଙ୍ଗିବାଡି ଥାନା ପଲେ ଗ୍ରାମର ଗଜିନ୍ଦ୍ର ପ୍ରଧାନ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗିବାଡି ପୋଲିସ ପହଞ୍ଚି ଶବ ଜବତ କରିଥିଲା । ଏବଂ ଶବ ବ୍ୟବଚ୍ଛେଦ ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସେପଟେ ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗଜିନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନଧରି ମନାନ୍ତର ଲାଗିରହିଥିଲା । ଗତକାଲି ରାତିରେ କୌଣସି କାରଣରୁ ଗଜିନ୍ଦ୍ର ଘର ନିକଟରେ ଥିବା ଏକ ପିଜୁଳି ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଥିଲେ । ତେବେ ଗଜିନ୍ଦ୍ର ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ବିଳମ୍ବିତ ହେଲା ସଭାପତି ନିର୍ବାଚନ ପ୍ରକ୍ରିୟା, ନୂଆ ବର୍ଷରେ ରାଜ୍ୟ ବିଜେପିକୁ ମିଳିପାରେ ନୂଆ ସଭାପତି
ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ନିର୍ବାଚନ ପ୍ରକ୍ରିୟା ଘୂଞ୍ଚିଛି l ଡିସେମ୍ବର ନୁହେଁ, ଜାନୁୟାରୀ ପ୍ରଥମ ସପ୍ତାହରେ ରାଜ୍ୟ ବିଜେପିକୁ ମିଳିବ ନୂଆ ସଭାପତି l ଖୁବଶୀଘ୍ର ଭୁବନେଶ୍ୱର ଓ କଳାହାଣ୍ଡି ଜିଲ୍ଲା ନିର୍ବାଚନ ସରିବ । ଏହାପରେ ନୂଆ ସଭାପତିଙ୍କ ନାଁ ଘୋଷଣା ହୋଇପାରେ । ତେବେ ପୂର୍ବରୁ ଡିସେମ୍ବର ୨୦ ସୁଦ୍ଧା ପ୍ରକ୍ରିୟା ଶେଷ କରିବାର ଥିଲା ।
https://nandighoshatv.comnew-bjp-state-president-name-will-be-declare-soon/
ଏବେ ସଭାପତି ନିର୍ବାଚନ ପ୍ରକ୍ରିୟା ଘୂଞ୍ଚିବା ନେଇ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ସଭାପତି ଦୌଡ଼ର ଆଗରେ ଥିଲେ ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ଏବଂ ବର୍ତ୍ତମାନର ସଭାପତି ବସନ୍ତ ପଣ୍ଡା ।
ଆଜିଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ଆଜି ଗୋପାଳପୁରଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟାରେ ଗୋପାଳପୁର ବେଳାଭୂମି ମହୋତ୍ସବର କରିବେ ଉଦ୍ଘାଟନ୍ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସପି କହିଛନ୍ତି ।

୫ ଦିନ ଧରି ଅନୁଷ୍ଠିତ ହେବ ମହୋତ୍ସବ । ଜାତୀୟସ୍ତରର ପଲ୍ଲିଶ୍ରୀ ମେଳା ଓ ହର୍ବଲ ମେଳା ସାଙ୍ଗକୁ ମୁକ୍ତାକାଶମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ଲୋକେ । ଝଲସିବ ଗୋପାଳପୁର ବେଳାଭୂମି । ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ବଲିଉଡ ଓ ଓଲିଉଡରୁ ଆସିଥିବା ନାମିଦାମୀ କଳାକାର।

୨୪ ତାରିଖ ଠାରୁ ମହୋତ୍ସବର ଆୟୋଜନ ହେବାକୁ ଥିବାବେଳେ, ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ଓ ମହୋତ୍ସବ କମିଟି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ବେଳାଭୂମି ମହୋତ୍ସବକୁ ଅଧିକ ଆକର୍ଷଣ କରିବା ଲାଗି ନୂତନ ଜାଗା ଚୟନ କରାଯିବା ସହ ୩ ଲକ୍ଷ ସ୍କୋୟାର ଫୁଟ ପରିଧି ଭିତରେ ଦର୍ଶକ ବସିକରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ଲାଗି ବ୍ୟବସ୍ଥା କରିଛି କମିଟି ।

ଚଳିତ ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ନିର୍ଭୟା କ୍ରୀଡ଼ା, ସ୍ୱୟଂସିଦ୍ଧା, ସ୍ୱଚ୍ଛ ଗୋପଲପୁର ଭଳି ବିଭିନ୍ନ ସଫଳମୟ ଯୋଜନାକୁ ଏହି ମହୋତ୍ସବ ମାଧ୍ୟମରେ ଲୋକାଭିମୁଖୀ କରିବାର ଲକ୍ଷ୍ୟ ରଖାଯାଇଛି । ମହୋତ୍ସବରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ମାତ୍ରାରେ ବେନ୍ କରିବା ଲାଗି ଘୋଷଣା କରିଛି ମହୋତ୍ସବ କମିଟି ।

ମହୋତ୍ସବରେ ପ୍ରଥମ ଥର ଲାଗି ସ୍ଥାନ ପାଇବା ହର୍ବଲ ମେଳା । ଏଥିସହ ମହୋତ୍ସବକୁ ଉପଭୋଗ କରିବା ନିମନ୍ତେ ବୁଲିବାକୁ ଆସୁଥିବା ଦର୍ଶକ ଓ ପର୍ଯ୍ୟଟକଙ୍କ ନିମନ୍ତେ ଦିନତାମମ ଜଳକ୍ରୀଡା ସାଙ୍ଗକୁ ଅନ୍ୟାନ୍ୟ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ । ଚଳିତ ଥର ମହୋତ୍ସବକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାବେଳେ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକ ଯେମିତି କିଛି ଅସୁବିଧାର ସମ୍ମୁଖୀନ ନ ହେବେ ସେ ଦିଗରେ ବେଳାଭୂମି ପରିସରରେ ଆବଶ୍ୟକୀୟ ଆଲୋକୀକରଣ ସାଙ୍ଗକୁ ଶୌଚାଳୟ ପାନୀୟ ଜଳର ବ୍ୟବସ୍ଥା ଭଳି ମୌଳିକ ସୁବିଧା ଯୋଗାଇଦେବା ଲାଗି ପ୍ରସ୍ତୁତ ରହିଥିବା କହିଛନ୍ତି ।
ବଲାଙ୍ଗିରରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଟ୍ରେନ
ବଲାଙ୍ଗିର: ବଲାଙ୍ଗିର କଣ୍ଟାବାଞ୍ଜି ରେଳଷ୍ଟେସନରେ ଅଘଟଣ । ଷ୍ଟେସନରେ ଥିବା ବେଳେ ମାଲବାହୀ ଟ୍ରେନରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ଏକ କୋଇଲା ବୋଝେଇ ମାଲବାହି ଗାଡିର ୨୧ଟି ବଗିରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଦୀର୍ଘ ପାଞ୍ଚ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ଅଗ୍ନିଶମ ବାହିନୀ ।
ସୋର: ଗର୍ଭବତୀ ମହିଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ସୋରରେ ଥିବା ଏକ ଘରୋଇ ନର୍ସିଂହୋମ ଆଗରେ ଧାରଣା ଦେଲେ ପରିବାର ଲୋକେ।
ସୋର: ଗର୍ଭବତୀ ମହିଳଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ସୋରରେ ଥିବା ଏକ ଘରୋଇ ନର୍ସିଂହୋମ ଆଗରେ ଧାରଣା ଦେଲେ ପରିବାର ଲୋକେ।
ବାଲିଗୁଡା: ପାରିବାରିକ କଳହର କରୁଣ ପରିଣତି । ପିଜୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ଦାରିଙ୍ଗବାଡି ଥାନା ପଲେ ଗ୍ରାମର ଗଜିନ୍ଦ୍ର ପ୍ରଧାନ । ଘଟଣା ସ୍ଥଳରେ ଦାରିଙ୍ଗବାଡି ପୋଲିସର ତଦନ୍ତ ଆରମ୍ଭ ।
ବାଲିଗୁଡା: ପାରିବାରିକ କଳହର କରୁଣ ପରିଣତି । ପିଜୁଳି ଗଛରେ ରସି ଲଗାଇ ଆତ୍ମହତ୍ୟା କଲେ ଯୁବକ । ମୃତକ ଦାରିଙ୍ଗବାଡି ଥାନା ପଲେ ଗ୍ରାମର ଗଜିନ୍ଦ୍ର ପ୍ରଧାନ । ଘଟଣା ସ୍ଥଳରେ ଦାରିଙ୍ଗବାଡି ପୋଲିସର ତଦନ୍ତ ଆରମ୍ଭ ।
କନ୍ୟା ସନ୍ତାନକୁ ଜନ୍ମ ଦେଇ ଆଖିବୁଜିଲେ ମହିଳା: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ
ସୋର: ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା କାରଣରୁ ମୃତ୍ୟୁ ଅଭିଯୋଗ । ସୋରରେ ଥିବା ଏକ ଘରୋଇ ନର୍ସିଂହୋମରେ ଆଗରେ ଧାରଣାରେ ବସିଛନ୍ତି ପରିବାର ଲୋକେ । ଗତ କିଛିଦିନ ତଳେ ଏହି ନର୍ସିଂହୋମରେ ଏଭଳି ଆଉ ଏକ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା ।

ସୂଚନା ଅନୁସାରେ, ଅଉପଦା ଥାନା ଫତେପୁର ପଞ୍ଚାୟତ ବାଙ୍ଗର ଗ୍ରାମର ତାପସ ଭୂୟାଁଙ୍କ ସ୍ତ୍ରୀ ନମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା ସେଠାରେ ନମିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଅତ୍ୟଧିକ ରକ୍ତଶ୍ରାବ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପଞ୍ଚିବା ପୂର୍ବରୁ ରାସ୍ତାରେ ପ୍ରସୂତିଙ୍କ ଦେହାନ୍ତ ହୋଇଯାଇଥିଲା । ପରେ ମୃତଦେହକୁ ନର୍ସିଂହୋମକୁ ଆଣି ଧାରଣା ଦେଇଥିଲେ ପରିବାର ଲୋକେ ।

