ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ଦାରିଙ୍ଗିବାଡ଼ି: ପାରିବାରିକ କଳହର କରୁଣ ପରିଣତି । ପିଜୁଳି ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା । ମୃତକ ଦାରିଙ୍ଗିବାଡି ଥାନା ପଲେ ଗ୍ରାମର ଗଜିନ୍ଦ୍ର ପ୍ରଧାନ ହୋଇଥିବା ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଦାରିଙ୍ଗିବାଡି ପୋଲିସ ପହଞ୍ଚି ଶବ ଜବତ କରିଥିଲା । ଏବଂ ଶବ ବ୍ୟବଚ୍ଛେଦ ପାଇଁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ସେପଟେ ଏନେଇ ମୃତକଙ୍କ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗଜିନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନଧରି ମନାନ୍ତର ଲାଗିରହିଥିଲା । ଗତକାଲି ରାତିରେ କୌଣସି କାରଣରୁ ଗଜିନ୍ଦ୍ର ଘର ନିକଟରେ ଥିବା ଏକ ପିଜୁଳି ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା ଥିଲେ । ତେବେ ଗଜିନ୍ଦ୍ର ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave a Reply