କନ୍ୟା ସନ୍ତାନକୁ ଜନ୍ମ ଦେଇ ଆଖିବୁଜିଲେ ମହିଳା: ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର ଲୋକ

ସୋର: ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସାରେ ଅବହେଳା କାରଣରୁ ମୃତ୍ୟୁ ଅଭିଯୋଗ । ସୋରରେ ଥିବା ଏକ ଘରୋଇ ନର୍ସିଂହୋମରେ ଆଗରେ ଧାରଣାରେ ବସିଛନ୍ତି ପରିବାର ଲୋକେ । ଗତ କିଛିଦିନ ତଳେ ଏହି ନର୍ସିଂହୋମରେ ଏଭଳି ଆଉ ଏକ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା ।

ସୂଚନା ଅନୁସାରେ, ଅଉପଦା ଥାନା ଫତେପୁର ପଞ୍ଚାୟତ ବାଙ୍ଗର ଗ୍ରାମର ତାପସ ଭୂୟାଁଙ୍କ ସ୍ତ୍ରୀ ନମିତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନା ନିଆଯାଇଥିଲା । ପରେ ତାଙ୍କୁ ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା ସେଠାରେ ନମିତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଅତ୍ୟଧିକ ରକ୍ତଶ୍ରାବ ହେବାରୁ ତାଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନା ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ନସୁଧୁରିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ପଞ୍ଚିବା ପୂର୍ବରୁ ରାସ୍ତାରେ ପ୍ରସୂତିଙ୍କ ଦେହାନ୍ତ ହୋଇଯାଇଥିଲା । ପରେ ମୃତଦେହକୁ ନର୍ସିଂହୋମକୁ ଆଣି ଧାରଣା ଦେଇଥିଲେ ପରିବାର ଲୋକେ ।

Leave a Reply