ଆଜିଠାରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଆଜି ଗୋପାଳପୁରଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟାରେ ଗୋପାଳପୁର ବେଳାଭୂମି ମହୋତ୍ସବର କରିବେ ଉଦ୍‌ଘାଟନ୍‌ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପ୍ରାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସପି କହିଛନ୍ତି ।

୫ ଦିନ ଧରି ଅନୁଷ୍ଠିତ ହେବ ମହୋତ୍ସବ । ଜାତୀୟସ୍ତରର ପଲ୍ଲିଶ୍ରୀ ମେଳା ଓ ହର୍ବଲ ମେଳା ସାଙ୍ଗକୁ ମୁକ୍ତାକାଶମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବେ ଲୋକେ । ଝଲସିବ ଗୋପାଳପୁର ବେଳାଭୂମି । ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ ବଲିଉଡ ଓ ଓଲିଉଡରୁ ଆସିଥିବା ନାମିଦାମୀ କଳାକାର।

୨୪ ତାରିଖ ଠାରୁ  ମହୋତ୍ସବର ଆୟୋଜନ ହେବାକୁ ଥିବାବେଳେ, ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ଜିଲ୍ଲା ପ୍ରଶାସନ ଓ ମହୋତ୍ସବ କମିଟି ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଚଳିତ ବର୍ଷ ବେଳାଭୂମି ମହୋତ୍ସବକୁ ଅଧିକ ଆକର୍ଷଣ କରିବା ଲାଗି ନୂତନ ଜାଗା ଚୟନ କରାଯିବା ସହ ୩ ଲକ୍ଷ ସ୍କୋୟାର ଫୁଟ ପରିଧି ଭିତରେ ଦର୍ଶକ ବସିକରି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ଲାଗି ବ୍ୟବସ୍ଥା କରିଛି କମିଟି ।

ଚଳିତ ଥର ଜିଲ୍ଲା ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିବା ନିର୍ଭୟା କ୍ରୀଡ଼ା, ସ୍ୱୟଂସିଦ୍ଧା, ସ୍ୱଚ୍ଛ ଗୋପଲପୁର ଭଳି ବିଭିନ୍ନ ସଫଳମୟ ଯୋଜନାକୁ ଏହି ମହୋତ୍ସବ ମାଧ୍ୟମରେ ଲୋକାଭିମୁଖୀ କରିବାର ଲକ୍ଷ୍ୟ ରଖାଯାଇଛି । ମହୋତ୍ସବରେ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ମାତ୍ରାରେ ବେନ୍ କରିବା ଲାଗି ଘୋଷଣା କରିଛି ମହୋତ୍ସବ କମିଟି ।

ମହୋତ୍ସବରେ ପ୍ରଥମ ଥର ଲାଗି ସ୍ଥାନ ପାଇବା ହର୍ବଲ ମେଳା । ଏଥିସହ ମହୋତ୍ସବକୁ ଉପଭୋଗ କରିବା ନିମନ୍ତେ ବୁଲିବାକୁ   ଆସୁଥିବା ଦର୍ଶକ ଓ ପର୍ଯ୍ୟଟକଙ୍କ ନିମନ୍ତେ ଦିନତାମମ ଜଳକ୍ରୀଡା ସାଙ୍ଗକୁ ଅନ୍ୟାନ୍ୟ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯିବ । ଚଳିତ ଥର ମହୋତ୍ସବକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ଥିବାବେଳେ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକ ଯେମିତି କିଛି ଅସୁବିଧାର ସମ୍ମୁଖୀନ ନ ହେବେ ସେ ଦିଗରେ ବେଳାଭୂମି ପରିସରରେ ଆବଶ୍ୟକୀୟ ଆଲୋକୀକରଣ ସାଙ୍ଗକୁ ଶୌଚାଳୟ ପାନୀୟ ଜଳର ବ୍ୟବସ୍ଥା ଭଳି ମୌଳିକ ସୁବିଧା ଯୋଗାଇଦେବା ଲାଗି ପ୍ରସ୍ତୁତ ରହିଥିବା କହିଛନ୍ତି ।

Leave a Reply