ନନ୍ଦିଘୋଷ ବ୍ୟୁରୋ : ଇସ୍ରୋର ଗୁରୁତ୍ୱପୂର୍ଣ୍ଣ ମିଶନ ସଫଳ। ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ GSLV-F17ର ସଫଳ ଉତକ୍ଷେପଣ ହୋଇଛି। ଏହି ରକେଟ୍ EOS-05 ଆର୍ଥ ଅବଜରଭେସନ୍ ସାଟେଲାଇଟ୍କୁ ମହାକାଶକୁ ନେଇ କକ୍ଷପଥରେ ଅବସ୍ଥାପିତ କରିଛି। ଭୋର ୨ଟା ୫୫ ମିନିଟ୍ରେ ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚ ପ୍ୟାଡ୍ରୁ ଏହି ଉତକ୍ଷେପଣ ହୋଇଥିଲା।
୮ ମାସର ବ୍ୟବଧାନ ପରେ ଏହା ଇସ୍ରୋର ପ୍ରଥମ ବଡ଼ ମିଶନ। GSLV-F17 ହେଉଛି ଭାରତର Geosynchronous Satellite Launch Vehicleର ୧୯ତମ ଉତକ୍ଷେପଣ। EOS-05 ହେଉଛି ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍। ଏହା Geosynchronous Orbitରୁ ପୃଥିବୀ ଉପରେ ନିରନ୍ତର ନଜର ରଖିବ। ପ୍ରାୟ ୩୬ ହଜାର କିଲୋମିଟର ଉଚ୍ଚତାରୁ ଏହା ପୃଥିବୀକୁ ନିରୀକ୍ଷଣ କରିବ।
EOS-05 ଦ୍ୱାରା ପାଣିପାଗ ନିରୀକ୍ଷଣ, ବିପର୍ଯ୍ୟୟ ପରିଚାଳନା, କୃଷି ଓ ପରିବେଶ ନିରୀକ୍ଷଣ ସହ ବାତ୍ୟା, ବନ୍ୟା ଓ ଜଙ୍ଗଲ ନିଆଁ ଭଳି ଘଟଣାର ତଥ୍ୟ ମିଳିବ। ପ୍ରାୟ ୯ ବର୍ଷ ଧରି ଏହି ସାଟେଲାଇଟ୍ କାର୍ଯ୍ୟକ୍ଷମ ରହିବ।

