ଭୁବନେଶ୍ୱର: ୨ରୁ ୪ ତାରିଖ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ସୁନ୍ଦରଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ା ଜିଲ୍ଲାର କେତକ ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା । ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।
ଘରକୁ ଫେରି ପାରିଲେନି ମାଆ, ପୁଅ; ଅଧାବାଟରେ ଉପରୁ ଖସିପଡ଼ିଲା ମୃତ୍ୟୁ
ନୂଆପଡ଼ା: ସିନାପାଲି ଥାନା ମଖାପଦର ଗାଁରେ ଅଘଟଣ ଘଟିଛି । ପୋଖରୀରୁ ଗାଧୋଇ ଘରକୁ ଫେରୁଥିବା ସମୟରେ ଚାଲିଯାଇଛି ମାଆ ଓ ପୁଅଙ୍କ ଜୀବନ । ଘରକୁ ଫେରିବା ବାଟରେ ସେମାନଙ୍କ ଉପରେ ୧୧ କେଭି ବିଦ୍ୟୁତ୍ ତାର ଛିଡ଼ି ପଡ଼ିଥିଲା ।
ସେହିଠାରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ମାଆ ତରୁ ଚଣ୍ଡୀ, ୮ ବର୍ଷର ପୁଅ ଦୁଷିଲା ଚଣ୍ଡୀ । ଘର ନିର୍ମାଣ କାର୍ଯ୍ୟ ସାରି ପୋଖରୀରେ ଗାଧୋଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି ।
ଭୁବନେଶ୍ୱର: ୪ ମାସରେ ରେକର୍ଡ ସଂଖ୍ୟକ ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ବିଭିନ୍ନ ଆରଟିଓରୁ ୮ ଲକ୍ଷ ଏଲ୍ଏଲ୍ ଇସ୍ୟୁ । ୨୦୧୮ ବର୍ଷରେ ଇସ୍ୟୁ ହୋଇଥିଲା ୩ ଲକ୍ଷ ୪୮ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ।
ଭୁବନେଶ୍ୱର: ୪ ମାସରେ ରେକର୍ଡ ସଂଖ୍ୟକ ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ବିଭିନ୍ନ ଆରଟିଓରୁ ୮ ଲକ୍ଷ ଏଲ୍ଏଲ୍ ଇସ୍ୟୁ । ୨୦୧୮ ବର୍ଷରେ ଇସ୍ୟୁ ହୋଇଥିଲା ୩ ଲକ୍ଷ ୪୮ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ।
ପୁରୀ: ସଦର ଥାନା ଷଣ୍ଢପୁର ଗାଁରେ ବୋମାମାଡ଼ । ଜମିଜମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼, ୫ ଆହତ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।
ପୁରୀ: ସଦର ଥାନା ଷଣ୍ଢପୁର ଗାଁରେ ବୋମାମାଡ଼ । ଜମିଜମା ବିବାଦକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବୋମାମାଡ଼, ୫ ଆହତ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା NEETରେ ନାମ ପଞ୍ଜିକରଣ ସମୟ ସୀମା ବୃଦ୍ଧି । ଜାନୁଆରୀ ୬ ତାରଖ ଯାଏଁ ବଢ଼ିଲା ପଞ୍ଜିକରଣ ଅବଧି ।
ନୂଆଦିଲ୍ଲୀ: ମେଡିକାଲ ପ୍ରବେଶିକା ପରୀକ୍ଷା NEETରେ ନାମ ପଞ୍ଜିକରଣ ସମୟ ସୀମା ବୃଦ୍ଧି । ଜାନୁଆରୀ ୬ ତାରଖ ଯାଏଁ ବଢ଼ିଲା ପଞ୍ଜିକରଣ ଅବଧି ।
ନୂଆପଡ଼ା: ସିନାପାଲି ଥାନା ମଖାପଦର ଗାଁରେ ଅଘଟଣ । ୧୧ କେଭି ତାରରେ ଲାଗି ମାଆ, ପୁଅ ମୃତ । ଘର କାମ ସାରି ଫେରିବା ବେଳେ ଛିଣ୍ଡି ପଡ଼ିଲା ତାର । ମାଆ ତରୁ ଚଣ୍ଡୀ ଓ ୮ ବର୍ଷର ପୁଅ ଦୁଷିଲା ଚଣ୍ଡୀ ମୃତ ।
ନୂଆପଡ଼ା: ସିନାପାଲି ଥାନା ମଖାପଦର ଗାଁରେ ଅଘଟଣ । ୧୧ କେଭି ତାରରେ ଲାଗି ମାଆ, ପୁଅ ମୃତ । ଘର କାମ ସାରି ଫେରିବା ବେଳେ ଛିଣ୍ଡି ପଡ଼ିଲା ତାର । ମାଆ ତରୁ ଚଣ୍ଡୀ ଓ ୮ ବର୍ଷର ପୁଅ ଦୁଷିଲା ଚଣ୍ଡୀ ମୃତ ।
୨୦୨୦ ବର୍ଷ ପାଇଁ ଇସ୍ରୋର ଯୋଜନା, ଗଗନଯାନ ଓ ଚନ୍ଦ୍ରୟାନ-୩…
ବେଙ୍ଗଳୁରୁ: ଭାରତର ଅନ୍ତରୀକ୍ଷ ଅଭିଯାନ । ଗଗନଯାନ ଓ ଚନ୍ଦ୍ରୟାନ-୩ ମାଧ୍ୟମରେ ଅନ୍ତରୀକ୍ଷ ରହସ୍ୟ ଖୋଜିବ ଇସ୍ରୋ । ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୦ ବର୍ଷରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ସମ୍ବନ୍ଧରେ ସୂଚନା ଦେଇଛି । ଇସ୍ରୋ ଅଧ୍ୟକ୍ଷ କେ.ଶିଭନ କହିଛନ୍ତି ଅରନ୍ତୀକ୍ଷ ବିଜ୍ଞାନ ଜରିଆରେ ଆମ ପ୍ରୟାସ ଦେଶବାସୀଙ୍କ ଜୀବନକୁ ଆହୁରି ସ୍ୱଚ୍ଛନ୍ଦ କରିବ ।
ଗଗନଯାନ ଅଭିଯାନ
ଭାରତର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ଅନ୍ତରୀକ୍ଷ ଯାତ୍ରୀ ଚୟନ ସରିଛି । ୪ ଜଣ ଆଷ୍ଟ୍ରୋନଟଙ୍କୁ ବଛା ଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିଭନ । ଜାନୁଆରୀ ତୃତୀୟ ସପ୍ତାହରେ ସେମାନଙ୍କୁ ଟ୍ରେନିଂ ଦିଆଯିବ । ଏଥିସହ ଗଗନଯାନ ମିଶନ ପାଇଁ ଜାତୀୟ ପରାମର୍ଶଦାତା କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ଚାନ୍ଦ ଉପରେ ନଜର
ଜହ୍ନରେ ପାଦ ଥାପିବ ଭାରତ । ଚନ୍ଦ୍ରୟାନ-୩ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି ଓ ଏହା ଉପରେ କାମ ଆରମ୍ଭ ହୋଇଥିବା ଶିଭନ କହିଛନ୍ତି । ଏହା ଚନ୍ଦ୍ରୟାନ-୨ ଭଳି ହେବ । ଏଥିରେ ଲ୍ୟାଣ୍ଡର ଓ ରୋଭର ରହିବ । ଗତବର୍ଷ ଇସ୍ରୋର ଚନ୍ଦୟାନ-୨ ମିଶନକୁ ନେଇ ଭାରତ କାହିଁକି ପୂରା ବିଶ୍ୱରେ ବହୁତ ଚର୍ଚ୍ଚା ହୋଇଥିଲା ।
ଆଉ ଏକ ମହାକାଶ ଗବେଷଣା କେନ୍ଦ୍ର
ଦେଶରେ ଆଉ ଏକ ମହାକାଶ ଗବେଷଣା କେନ୍ଦ୍ର ହେବ । ଏଥିପାଇଁ ଭୂମି ଅଧିଗ୍ରହଣ ଆରମ୍ଭ ହୋଇଛି । ତାମିଲନାଡ଼ୁର ତୁତିକୋରିନରେ ଏହି ମହାକାଶ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ଆଗାମୀ ୧୦ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରୁ ନେଇ ଶନି ଗ୍ରହ ପର୍ଯ୍ୟନ୍ତ କେତକ ବଡ଼ ପ୍ରୋଜେକ୍ଟ ଉପରେ ଏବେ କାମ ଚାଲିଛି । ଇସ୍ରୋର ଗଗନଯାନ ମିଶନ ପାଇଁ ଋଷ ସହାୟତା ପ୍ରଦାନ କରୁଛି ।
ନୂଆଦିଲ୍ଲୀ: ଅଣ ସବସିଡି ଏଲପିଜି ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ।
ନୂଆଦିଲ୍ଲୀ: ଅଣ ସବସିଡି ଏଲପିଜି ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ।
ଜିଲ୍ଲାପାଳଙ୍କ ପିଏ ମୃତ୍ୟୁକୁ ନେଇ ଜିଲ୍ଲାପାଳଙ୍କ ଅଫିସ କାନ୍ଥରେ ଏଣୁତେଣୁ ଲେଖିଲେ
ମାଲକାନାଗିରି: ନୂଆବର୍ଷ ପାଇଁ ସବୁଠି ଆନନ୍ଦ ଉଲ୍ଲାସ । ସମସ୍ତେ ପରସ୍ପରକୁ ଶୁଭ କାମନା ଜଣାଉଛନ୍ତି । ଅଫିସ୍ରେ ମଧ୍ୟ ଉଚ୍ଚ ପଦାଧିକାରୀଙ୍କୁ କର୍ମଚାରୀମାନେ ସାକ୍ଷାତ କରି ଜଣାଉଛନ୍ତି ନୂଆବର୍ଷ ଶୁଭେଚ୍ଛା । କିନ୍ତୁ ମାଲକାନଗିରିରେ ଦେଖିବାକୁ ମିଳିଛି ଓଲଟା ଘଟଣା ।

ଜିଲ୍ଲାପାଳଙ୍କ ଅଫିସ୍ ପାଚେରିରେ ଜିଲ୍ଲାପାଳଙ୍କୁ ବିରୋଧ କରି ଏଣୁତେଣୁ ଲେଖାଯାଇଛି । ଗତ ୨୮ ତାରିଖରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ସତୀଗୁଡ଼ା ଡ୍ୟାମ୍ରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କୁ ଦାୟୀ କରି ଏଣୁତେଣୁ ଲେଖାଯାଇଥିବା ଦେଖିବାକୁ ମିଳିଛି । କିଏ ଏମିତି ଲେଖିଛି, ତାହା ଜଣାପଡ଼ିନାହିଁ । ଏହି ଲେଖାକୁ ଲିଭା ଯାଉଛି ।

ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ନିଲମ୍ବିତ ହେଲେ ଏସ୍.ଆଇ
ଦିଗପହଣ୍ଡି: ଥାନା ଅଧିକାରୀଙ୍କ ଉପରକୁ ଆକ୍ରମଣ ଘଟଣା । ସମ୍ପୃକ୍ତି ନେଇ ଏସ୍.ଆଇ ପ୍ରୀତିମଞ୍ଜରୀ ଗଡ ନାୟକଙ୍କୁ ନିଲମ୍ବିତ କରାଯାଇଛି । ଗଞ୍ଜାମ ପାଟପୁର ଥାନା ଭିତରେ ପଶି ଆଇଆଇସିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହେଇଥିଲା ।

ଏସଆଇ ଓ ତାଙ୍କର ସ୍ୱାମୀ ଥାନା ଭିତରେ ପଶି ଦୁର୍ବ୍ୟହାର କରିବା ସହିତ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଥିଲେ ଆଇଆଇସି ଅଜୟ ବାରିକ । ଏନେଇ ଉଭୟଙ୍କ ନାଁରେ ପାଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଏସଆଇଙ୍କୁ ନିଲମ୍ବିତ କରାଯିବା ସହିତ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

