ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’କୁ ଖୋଜି ପାଇଲା ନାସା

1 min read

ଭୁବନେଶ୍ୱର: ମିଳିଲା ଲାଣ୍ଡର ‘ବିକ୍ରମ’ର ସନ୍ଧାନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ମୁନ ମିଶନ ଲାଣ୍ଡର ‘ବିକ୍ରମ’କୁ ଚନ୍ଦ୍ରପୃଷ୍ଠରେ ଖୋଜି ପାଇଛି । ଚନ୍ଦ୍ରଯାନ-୨ର ଲାଣ୍ଡର ‘ବିକ୍ରମ’ ଦୁର୍ଘଟଣାସ୍ଥଳର ୭୫୦ ମିଟର ଦୂରରେ ପଡ଼ିଥିବା ଦାବି କରିଛି ନାସା । ‘ବିକ୍ରମ’ର ଭଗ୍ନାଂଶ ଫଟୋ ନାସା ଟ୍ୱିଟ୍‌ କରିଛି । ଭଗ୍ନାଂଶର ୩ଟି ବଡ଼ ଟୁକୁଡ଼ା ମିଳିଛି । ରାତି ପାଖାପାଖି ସାଢେ ଗୋଟାଏ ବେଳେ ଲାଣ୍ଡର ‘ବିକ୍ରମ’ ଇମ୍ପାକ୍ଟ ସାଇଟର ଫଟୋ ନାସା ଅର୍ବିଟର ଉଠାଇଛି ।

ନାସା ମୁତାବିକ ଲାଣ୍ଡର ‘ବିକ୍ରମ’ର ଫଟୋ ଚନ୍ଦ୍ରପୃଷ୍ଠର ୧ କିମି ଉପରୁ ନିଆଯାଇଛି । ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ ଖସି ପଡ଼ିଥିବା ମାଟି କ୍ଷତି ହୋଇଥିବା ଫଟୋରେ ଦେଖାଯାଉଛି । ଭାରତୀୟ ଅନ୍ତରୀକ୍ଷ ଏଜେନ୍ସି ଇସ୍ରୋ, ନାସା ସହ ସମ୍ପର୍କ କରି ଇମ୍ପାକ୍ଟ ସାଇଟ୍‌ ବାବଦରେ ତଥ୍ୟ ମାଗିଛି । ମିଳିଥିବା ସୂଚନା ଅନୁଯାୟୀ ନାସା, ଇସ୍ରୋକୁ ‘ବିକ୍ରମ’ ବାବଦରେ ଏକ ରିପୋର୍ଟ ପ୍ରଦାନ କରିବ । ଯେଉଁଥିରୁ ଲାଣ୍ଡର ‘ବିକ୍ରମ’ ବାବଦରେ ଅଧିକ ତଥ୍ୟ ମିଳିପାରିବ।

ଏହା ପୂର୍ବରୁ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ‘ବିକ୍ରମ’ ସମ୍ପର୍କରେ ଖବର ପାଇବା ପାଇ ଆଶା ଦେଖାଇଥିଲା । କାରଣ ନାସାର ଲୁନାର ରିକନେସେସ୍‌ ଅର୍ବିଟର (ଏଲଆରଓ) ‘ବିକ୍ରମ’ ଖସି ପଡ଼ିଥିବା ସ୍ଥାନ ଉପରେ ପରିକ୍ରମା କରିବାର ଥିଲା।୨୨ ଜୁଲାଇରେ ପ୍ରାୟ ୯୭୮ କୋଟି ଟଙ୍କା ଖର୍ଚ୍ଚରେ ଭାରତ ଚନ୍ଦ୍ରଯାନ-୨କୁ ପଠାଇଥିଲା। ସବୁକିଛି ଠିକଠାକ୍‌ ଥିଲେ ହେଁ ସେପ୍ଟେମ୍ବର ୭ରେ ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’ ସଫ୍ଟ ଲାଣ୍ଡିଂ ବଦଳରେ ହାର୍ଡ ଲାଣ୍ଡିଂ କରିଥିଲା। ଫଳରେ ଚନ୍ଦ୍ରଯାନ-୨ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହୋଇପାରି ନଥିଲା।

Leave a Reply