ଭୁବନେଶ୍ୱର: ବଦଳିବ କମିଶନରେଟ୍ ପୋଲିସ ମୁଖ୍ୟାଳୟ ନାଁ । ଏହାକୁ ପୋଲିସ ସେବା ଭବନ ନାଁରେ ନାମିତ କରାଯିବ। କମିଶନରେଟ୍ ପୋଲିସର ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ସପ୍ତମ ବାଟାଲିଅନରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟ ଯୋଗ ଦେଇଛନ୍ତି।
ସମବେଦନା, ସହାନୁଭୁତି, ବୃତ୍ତିଗତ ଦକ୍ଷତା ସହ କାମ କଲେ ଲୋକେ ଉତ୍ତମ ସେବା ପାଇପାରିବେ ବୋଲି ଡିଜି କହିଛନ୍ତି । ଟ୍ୱିନ୍ ସିଟିରେ ଏକକ ତ୍ୱରିତ ଜରୁରୀକାଳିନ ପୋଲିସ ସେବା ବା ୟୁନିଫାଏଡ୍ କଣ୍ଟ୍ରାୋଲ ରୁମ୍ ପ୍ରତିଷ୍ଠା ହେବ । ତ୍ୱରିତ ଓ ଜରୁରୀକାଳିନ ସେବା ଯୋଗାଇବା ଦିଗରେ ଏହା କାମ କରିବ ବୋଲି ପୋଲିସ ଡିଜି କହିଛନ୍ତି ।
୨୦୦୮ ଜାନୁଆରୀ ପହିଲାରେ କଟକ, ଭୁବନେଶ୍ୱର ଟ୍ୱିନ୍ସିଟିକୁ ନେଇ କମିଶନରେଟ୍ ପୋଲିସ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା । ଦ୍ଵାଦଶ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ପୋଲିସ ଡିଜିପି ଶ୍ରୀ ଅଭୟ ଉଦ୍ଘାଟନ କରିଛନ୍ତି । ଏହାପରେ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ । କମିଶନରେଟ୍ ପୋଲିସର ବିଭିନ୍ନ ପ୍ଲାଟୁନ୍ ପରେଡ୍ ପ୍ରଦର୍ଶନ କରିଥିଲେ।




ନୂଆବର୍ଷରେ ମସ୍ତି ପାଇଁ ରାଇଝୋଳ ଗାଁର ୫ ଜଣ ସାଙ୍ଗ ମିଶିକରି ପଦ୍ମତୋଳା ଗାଁକୁ ଯାଇଥିଲେ । ସାଙ୍ଗଘରେ ହସ ମଜା, ଖିଆପିଆ ପରେ ସନ୍ଧ୍ୟାରେ ୨ଟି ବାଇକରେ ରାଇଝୋଳ ଫେରୁଥିଲେ । ହଠାତ୍ କୋଟିନଡ଼ା ବ୍ରିଜ୍ ଉପରୁ ତଳକୁ ଖସି ପଡ଼ିଥିଲା ୨ଟି ବାଇକ୍ । ଆଉ ୫ ଜଣ ସାଙ୍ଗ ବ୍ରିଜ୍ ତଳେ ଥିବା କୂଅ ଭିତରକୁ ଖସି ପଡ଼ିଥିଲେ ।
ଘଟଣାସ୍ଥଳରୁ ୩ ସାଙ୍ଗଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟ ୨ ଜଣଙ୍କୁ ପୋଲିସ, ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ତେବେ, କେମିତି ଏତେ ବଡ଼ ଦୁର୍ଘଟଣା ଘଟିଲା ଜଣାପଡ଼ିନାହିଁ ।
ଭାଷାକୁ ଢାଲ କରି ଶାହ ପ୍ରସ୍ତୁତ କରୁଛନ୍ତି ନୂଆ ଷ୍ଟ୍ରାଟେଜି । ଜେଲରେ ଥାଇ ହିନ୍ଦୀ ଶିକ୍ଷିଥିବା ଅମିତ ଶାହ ଏବେ ବଙ୍ଗଳା ଶିଖୁଛନ୍ତି । ନିର୍ବାଚନୀରେ ରାଲିରେ ଲୋକଙ୍କୁ ଶାହ ବଙ୍ଗଳାରେ ସମ୍ବୋଧନ କରିବେ । ଯାହା ସ୍ଥାନୀୟ ଲୋକଙ୍କୁ ବିଜେପି ପ୍ରତି ଆକର୍ଷଣ କରିବ ବୋଲି ଆଶା ରଖିଛି ଦଳ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ‘ମାଆ, ମାଟି ଓ ମାନୁଷ’ର ନାରା ଦେଉଛନ୍ତି । ଏପରିକି ବଙ୍ଗାଳି ଅସ୍ମିତାର କଥା କହୁଛନ୍ତି ଦିଦି । ବିଭିନ୍ନ ନିର୍ବାଚନୀ ସଭାରେ ଶାହଙ୍କୁ କଡ଼ା ସମାଲୋଚନା ମଧ୍ୟ କରୁଛନ୍ତି । ଦିଦିଙ୍କ ଶାଣିତ ଆକ୍ରମଣକୁ ପ୍ରତିହତ ଓ ବଙ୍ଗାଳିଙ୍କ ହୃଦୟକୁ ଜିତିବାକୁ ଶାହ ବଙ୍ଗଳା ଭାଷା ଶିଖୁଥିବା କୁହାଯାଉଛି ।
କେବଳ ବଙ୍ଗଳା ନୁହେଁ ଶାହ ତାମିଲ ସହିତ ଅନ୍ୟ ୪ଟି ରାଜ୍ୟର ଭାଷା ଶିଖୁଥିବା ସୂଚନା ମିଳିଛି । ଗୁଜରାଟୀରେ ଦଖଲ ଥିବା ଶାହ ଜେଲରେ ଥିବାବେଳେ ହିନ୍ଦୀ ଶିଖିଥିଲେ ।