୨୦୨୦ ବର୍ଷ ପାଇଁ ଇସ୍ରୋର ଯୋଜନା, ଗଗନଯାନ ଓ ଚନ୍ଦ୍ରୟାନ-୩…

1 min read

ବେଙ୍ଗଳୁରୁ: ଭାରତର ଅନ୍ତରୀକ୍ଷ ଅଭିଯାନ । ଗଗନଯାନ ଓ ଚନ୍ଦ୍ରୟାନ-୩ ମାଧ୍ୟମରେ ଅନ୍ତରୀକ୍ଷ ରହସ୍ୟ ଖୋଜିବ ଇସ୍ରୋ । ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୦ ବର୍ଷରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ମହତ୍ତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ସମ୍ବନ୍ଧରେ ସୂଚନା ଦେଇଛି । ଇସ୍ରୋ ଅଧ୍ୟକ୍ଷ କେ.ଶିଭନ କହିଛନ୍ତି ଅରନ୍ତୀକ୍ଷ ବିଜ୍ଞାନ ଜରିଆରେ ଆମ ପ୍ରୟାସ ଦେଶବାସୀଙ୍କ ଜୀବନକୁ ଆହୁରି ସ୍ୱଚ୍ଛନ୍ଦ କରିବ ।ଗଗନଯାନ ଅଭିଯାନ

ଭାରତର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ପାଇଁ ଅନ୍ତରୀକ୍ଷ ଯାତ୍ରୀ ଚୟନ ସରିଛି । ୪ ଜଣ ଆଷ୍ଟ୍ରୋନଟଙ୍କୁ ବଛା ଯାଇଥିବା ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ କେ. ଶିଭନ । ଜାନୁଆରୀ ତୃତୀୟ ସପ୍ତାହରେ ସେମାନଙ୍କୁ ଟ୍ରେନିଂ ଦିଆଯିବ । ଏଥିସହ ଗଗନଯାନ ମିଶନ ପାଇଁ ଜାତୀୟ ପରାମର୍ଶଦାତା କମିଟି ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।ଚାନ୍ଦ ଉପରେ ନଜର

ଜହ୍ନରେ ପାଦ ଥାପିବ ଭାରତ । ଚନ୍ଦ୍ରୟାନ-୩ ପ୍ରୋଜେକ୍ଟକୁ ମଞ୍ଜୁରୀ ମିଳିଛି ଓ ଏହା ଉପରେ କାମ ଆରମ୍ଭ ହୋଇଥିବା ଶିଭନ କହିଛନ୍ତି । ଏହା ଚନ୍ଦ୍ରୟାନ-୨ ଭଳି ହେବ । ଏଥିରେ ଲ୍ୟାଣ୍ଡର ଓ ରୋଭର ରହିବ । ଗତବର୍ଷ ଇସ୍ରୋର ଚନ୍ଦୟାନ-୨ ମିଶନକୁ ନେଇ ଭାରତ କାହିଁକି ପୂରା ବିଶ୍ୱରେ ବହୁତ ଚର୍ଚ୍ଚା ହୋଇଥିଲା ।ଆଉ ଏକ ମହାକାଶ ଗବେଷଣା କେନ୍ଦ୍ର

ଦେଶରେ ଆଉ ଏକ ମହାକାଶ ଗବେଷଣା କେନ୍ଦ୍ର ହେବ । ଏଥିପାଇଁ ଭୂମି ଅଧିଗ୍ରହଣ ଆରମ୍ଭ ହୋଇଛି । ତାମିଲନାଡ଼ୁର ତୁତିକୋରିନରେ ଏହି ମହାକାଶ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ । ଆଗାମୀ ୧୦ ବର୍ଷ ମଧ୍ୟରେ ମଙ୍ଗଳ ଗ୍ରହରୁ ନେଇ ଶନି ଗ୍ରହ ପର୍ଯ୍ୟନ୍ତ କେତକ ବଡ଼ ପ୍ରୋଜେକ୍ଟ ଉପରେ ଏବେ କାମ ଚାଲିଛି । ଇସ୍ରୋର ଗଗନଯାନ ମିଶନ ପାଇଁ ଋଷ ସହାୟତା ପ୍ରଦାନ କରୁଛି ।

ଚନ୍ଦ୍ରପୃଷ୍ଠରେ ଲାଣ୍ଡର ‘ବିକ୍ରମ’କୁ ଖୋଜି ପାଇଲା ନାସା

Leave a Reply