spot_img
Home Blog Page 7638

ବୟଫ୍ରେଣ୍ଡ କଣ ଏମିତି କଲା ଯେଉଁଥିପାଇଁ ଇଞ୍ଜିନିୟରିଂ ଛାତ୍ରୀ ଝୁମା ହାରିଲେ ଜୀବନ ?

ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ଘଟଣାକୁ ଅଧିକ ରହସ୍ୟାବୃତ କରିଛି । ଘରୋଇ ଇଞ୍ଜିନିୟରିଂ କଲେଜର ତୃତୀୟ ବର୍ଷ କମ୍ପ୍ୟୁଟର ସାଇନ୍ସର ଛାତ୍ରୀ ଥିଲେ ଝୁମା ଦେବନାଥ । ଝୁମାଙ୍କ ଘର ପଶ୍ଚିମବଙ୍ଗରେ ବୋଲି ପୋଲିସ ସୂଚନା ଦେଇସାରିଛି ।


ତେବେ ଯେଉଁ ଯୁବକ ଜଣଙ୍କୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଛି ସେ ହେଉଛନ୍ତି ଝୁମା ପଢ଼ୁଥିବା କଲେଜର ଚତୁର୍ଥ ବର୍ଷର କମ୍ପ୍ୟୁଟର ସାଇନ୍ସ ଛାତ୍ର ରାହୁଲ କୁମାର । ରାହୁଲଙ୍କ ଘର ଝାଡ଼ଖଣ୍ଡରେ ବୋଲି ସୂଚନା ଦେଇଛି ପୋଲିସ । ସନ୍ଦେହ କରାଯାଉଛି ଯେ, ରାହୁଲ ଓ ଝୁମାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଉଭୟ ଗୋଟିଏ କଲେଜରେ ମଧ୍ୟ ପାଠ ପଢୁଥିଲେ । ତେବେ କଣ ହେଲା ଯେଉଁ କାରଣରୁ ଜୀବନ ହାରିଲେ ଝୁମା ।


ପୋଲିସର ସୂଚନା ଅନୁସାରେ ବୟଫ୍ରେଣ୍ଡ ରାହୁଲ, ଝୁମା ରହୁଥିବା ହଷ୍ଟେଲ ଆଗରେ ହଙ୍ଗାମା କରିଥିଲେ । ଝୁମା ଫୋନ୍ ନଉଠାଇବାରୁ ସାଇକୋ ଭଳି ବ୍ୟବହାର କରୁଥିଲେ ରାହୁଲ । ପାଟିତୁଣ୍ଡ ଶୁଣି ପାଖଆଖ ଲୋକ ଆସିବା ସହ ପୋଲିସକୁ ଖବର ଦିଆଯାଇଥିଲା । ଏହାପରେ ପୋଲିସ ଆସି ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ପ୍ରଦାନ କରିଥିଲା । ଆଜି ପଶ୍ଚିମବଙ୍ଗରୁ ଝୁମାଙ୍କ ପରିବାର ଲୋକ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଝୁମାଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ତେବେ ରାହୁଲ କାହିଁକି ବାରମ୍ବାର ଝୁମାଙ୍କୁ ଫୋନ୍ କରୁଥିଲା । ଉଭୟଙ୍କ ମଧ୍ୟରେ କିଛି କଳି ଝଗଡ଼ା ହୋଇଥିଲା କି ? ଉଭୟଙ୍କ ମଧ୍ୟରେ ସତରେ କଣ ଥିଲା ପ୍ରେମ ସଂପର୍କ ? ନା ରାହୁଲ ଝୁମାଙ୍କୁ  ଏକତରଫା ପ୍ରେମ କରୁଥିଲେ ? ରାହୁଲ ସ୍ୱଭାବରେ ସାଇକୋ ପ୍ରବୃତ୍ତିର ଥିଲେ କି ? ତାଙ୍କର ଏହି ପ୍ରବୃତ୍ତି ପାଇଁ ଝୁମା ଏଭଳି ଚରମ ପଦକ୍ଷେପ ନେଇ ନାହାନ୍ତି ତ ? ତେବେ ସବୁ କିଛି ସନ୍ଦେହ ଘେରରେ ରହିଛି । ପୋଲିସ ତଦନ୍ତ ପରେ ହିଁ ସବୁ ସତକଥା ସାମ୍ନାକୁ ଆସିବ ବୋଲି କୁହାଯାଉଛି । ଝୁମାଙ୍କ ମୃତ୍ୟୁ ପଛରେ ବୟଫ୍ରେଣ୍ଡ କାରଣ ନା ଅନ୍ୟ କିଛି ଘଟଣା ପାଇଁ ତାଙ୍କର ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ।

ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା, ୨୦୨୦ର ପ୍ରଥମ କ୍ୟାବିନେଟ୍ ଆଜି

ନୂଆଦିଲ୍ଲୀ : ୨୦୨୦ର ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକ ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଭାଗର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିବେ । ସଚିବମାନେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ପାଓ୍ୱାର ପଏଣ୍ଟ ମାଧ୍ୟମରେ ଭିଜନ୍-୨୦୨୦ ସଂପର୍କରେ ଅବଗତ କରାଇବେ । ଏହି ବୈଠକ ୨ ଦିନ ଧରି କରାଯିବାର ଯୋଜନା ରହିଛି । ବୈଠକରେ ବିଭନ୍ନ ସମସ୍ୟା ଉପରେ ଆଲୋଚନା କରାଯିବ । ତେବେ ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୨୧ରେ ପ୍ରଧାନମନ୍ତ୍ରୀ ଏଭଳି ଏକ ବୈଠକ କରିଥିଲେ । ମନ୍ତ୍ରୀପରିଷଦରେ ସବୁ ମନ୍ତ୍ରୀ ସାମିଲ ହେବାର ପୂର୍ବ ସୂଚନା ରହିଛି । ତେବେ ଆସନ୍ତା ସପ୍ତାହରେ ମଧ୍ୟ ଏହି ବୈଠକ ଆଉ ଥରେ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସବୁ ମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ଆଜି ଓ ଶନିବାରରେ ହେବାକୁ ଥିବା ଏହି ମାରାଥନ ବୈଠକରେ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର କାର୍ଯ୍ୟକାରିତା ଏବଂ ଆଗକୁ ହେବାକୁ ଥିବା ଯୋଜନା ଉପରେ ସମୀକ୍ଷା କରାଯିବ । ଏହାସହ ନିଜ ନିଜ ମନ୍ତ୍ରାଳୟକୁ ନେଇ କିଛି ନୂଆ ଯୋଜନାକୁ ଉପସ୍ଥାପନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଓ ଶନିବାର ଛଡ଼ା , ଏହି ବୈଠକ ୭,୮ ଓ ୧୦,୧୧ ତାରିଖରେ ହେବା ନେଇ ସମ୍ଭାବନା ରହିଛି ।

ବେଙ୍ଗଳୁରୁରେ ୧୦୭ତମ ଭାରତୀୟ ବିଜ୍ଞାନ କଂଗ୍ରେସ, ଗବେଷଣା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ବେଙ୍ଗଳୁରୁ : ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନ ବେଙ୍ଗଳୁରୁରେ ଉଦଘାଟିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭାରତର ଗବେଷଣା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସଂପର୍କରେ ଆଲୋକପାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନୂଆବର୍ଷରେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ ଓ ଦଶନ୍ଧି ଆରମ୍ଭରୁ କାର୍ଯ୍ୟକ୍ରମ ବିଜ୍ଞାନ ସମ୍ବନ୍ଧିତ ରହିଛି । ଏବଂ ସଂଯୋଗ ବସତ ଏ କାର୍ଯ୍ୟକ୍ରମ ବେଙ୍ଗଳୁରୁର ସହରରେ ହିଁ ହେଉଛି ଯାହାର ବିଜ୍ଞାନ ଓ ଉଦ୍ଭାବନ ସହିତ ଖୁବ୍ ଅଧିକ ସଂପର୍କ ରହିଛି ।


ଭାରତର ସ୍ଥାନ ଇନୋଭେସନ୍ ଇନ୍ଡେକ୍ସରେ ୫୨କୁ ଉଠିବା ଏକ ଖୁସି ଖବର ବୋଲି ମୋଦି କହିଛନ୍ତି । ଗତ ୫ ବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନା ବୈଷୟିକ କ୍ଷେତ୍ରରେ ଉଲ୍ଲେଖନୀୟ ସହାୟତା ପ୍ରଦାନ କରିଛି । ଏଥିରେ ବୈଜ୍ଞାନିକଙ୍କ କାର୍ଯ୍ୟକ୍ରମକୁ ମୋଦି ବେଶ୍ ପ୍ରଶଂସା କରିଛନ୍ତି ।
ଭାରତରେ ଥିବା ସର୍ବବୃହତ୍ ସାମୁଦ୍ରିକ ଜଳରାଶି, ଶକ୍ତି, ଖାଦ୍ୟ ଓ ଖଣିଜ ପଦାର୍ଥରେ ଅଧିକ କାର୍ଯ୍ୟର ଆବଶ୍ୟକତା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଗଭୀର ସମୁଦ୍ରରେ ଆମର ମହାକାଶ କାର୍ଯ୍ୟକଳାପର ପ୍ରତିଫଳନ ହେବା ଦରକାର ବୋଲି ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ମୋଦି ।

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମସମର୍ପଣ

ଝାରସୁଗୁଡ଼ା: ପତ୍ନୀକୁ ହତ୍ୟା ପରେ ଫାଣ୍ଡିରେ ଆତ୍ମସମର୍ପଣ କଲା ସ୍ୱାମୀ । ଝାରସୁଗୁଡ଼ା ସାହାସପୁର ଫାଣ୍ଡି ପାକେଲପଡ଼ାର ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ହୀରାମତି ସ୍ୱାଇଁ ।

ହୀରାମତିଙ୍କ ବେକକୁ ଲୁଙ୍ଗିରେ ଗୁଡ଼ାଇ ହତ୍ୟା କରିଛି ସ୍ୱାମୀ । ହତ୍ୟା ପରେ ପତ୍ନୀହନ୍ତା ସ୍ୱାମୀ ଡିଲେଶ୍ୱର ଛୁରା ସାହାସପୁର ଫାଣ୍ଡିରେ ଆତ୍ମସମର୍ପଣ କରିଛି । ଘରୋଇ କଳହକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଅଭିଯ଼ୁକ୍ତ ସ୍ୱାମୀଙ୍କୁ ଅଟକ ରଖିବା ସହ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କର ୮୫ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେ ଟ୍ୱିଟରରେ ଦୁଃଖ ପ୍ରକାଶ କରିବା ସହ ସ୍ଥାନୀୟ ଅଞ୍ଚଳ ପାଇଁ ତାଙ୍କର ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ…

‘ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଧାୟକ ଭାବେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସେ କରିଥିବା ଉଦ୍ୟମ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।’ ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

ବଗଦାଦ ବିମାନ ବନ୍ଦରରେ ଆମେରିକାର ଏୟାର ଷ୍ଟ୍ର।ଇକ । ଆକ୍ରମଣରେ ଜେନେରାଲ କାସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଇରାକୀ ମିଲିସିୟା ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଆକ୍ରମଣରେ ଇରାନ ମିଲିସିୟା କମାଣ୍ଡର ଅବୁ ମହଦୀ ଅଲ ମୁହାଦିସଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏୟାର ଷ୍ଟ୍ର।ଇକ ପଛରେ ଆମେରିକା ଏବଂ ଇସ୍ରାଇଲର ହାତ ଥିବା ଇରାକୀ ମିଲିସିୟା ପକ୍ଷରୁ କୁହାଯାଇଛି ।

ସେପଟେ ପେଣ୍ଟାଗନ କହିଛି ବିଦେଶରେ ଥିବା ଆମେରିକୀୟ ସୈନ୍ୟଙ୍କୁ ସୁରକ୍ଷା ଦେବାକୁ ଇରାନ ଇଲାଇଟ କୁଡସ୍‌ ସେନା କମାଣ୍ଡର କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆଦେଶ ଦେଇଥିଲେ ।

ଇରାକରେ ଥିବା ଆମେରିକୀୟ କୁଟନୀତିଜ୍ଞ ଏବଂ କର୍ମଚାରୀଙ୍କୁ ଆକ୍ରମଣ ପଛର ଷଡ଼ଯନ୍ତ୍ରରେ ସୋଲେମାନିଙ୍କ ସଂପୃକ୍ତି ରହିଥିଲା । ସେହିପରି ଶହ ଶହ ଆମେରିକୀୟ ସେନାଙ୍କୁ ଆକ୍ରମଣ ପଛରେ ଜେନେରାଲ ସୋଲେମାନି ଏବଂ ତାଙ୍କ କୁଡସ୍‌ ସେନା ଦାୟୀ ବୋଲି ପେଣ୍ଟାଗନ କହିଛି । ଶୁକ୍ରାବାର ସକାଳେ ଏୟାର ଷ୍ଟ୍ର।ଇକ ନେଇ ଟେଲିଭିଜନରେ କହିଥିଲେ ଇରାନର ୩ ଅଧିକାରୀ ।  ପରେ ପେଣ୍ଟାଗନ ପକ୍ଷରୁ ଆକ୍ରମଣ ନେଇ ସ୍ପଷ୍ଟ କରାଯାଇଥିଲା ।

ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

କନ୍ଧମାଳ: କନ୍ଧମାଳ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ବୁର୍ଡାମାହାରେ ପୋଲିସ୍ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । ମୃତକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମାର୍ଦୁଡି ଗାଁର ରଂଜନ ଦିଗାଳ ।

ଗୁରୁବାର ରାତି ପ୍ରାୟ ଆଠଟାବେଳେ ଦଶରୁ ବାର ସଶସ୍ତ୍ର ମାଓବାଦୀ ରଂଜନଙ୍କ ଘରକୁ ଆସି  ତାଙ୍କୁ ଘୋଷାଡି ଘୋଷାଡି ସ୍କୁଲ ନିକଟରେ ପକାଇ ଗୁଳିକରି ହତ୍ୟା କରିଥିବା ସହିତ କିଛି ପୋଷ୍ଟର ଛାଡିଯାଇଥିଲେ I କେ କେ ବିନ ଡିଭିଜନ କମିଟି ଏହି ହତ୍ୟାକରୁଥିବା ପୋଷ୍ଟରେ ଉଲ୍ଲେଖ ରହିଛି। ମେଲସିକିଆରେ ମହିଳା ମାଓବାଦୀଙ୍କ ଏନକାଉଣ୍ଟର ଘଟଣା ସମ୍ପର୍କରେ ପୋଲିସକୁ ରଂଜନ ସୂଚନା ଦେଇଥିବା କଥା ମଧ୍ୟ ଉଲ୍ଲେଖ ରହିଛି।

ସ୍ତ୍ରୀ ପିଲା ଓ ମାଆଙ୍କ ସମ୍ମୁଖରେ ଅତି ବିଭତ୍ସ ଭାବରେ ମାଓବାଦୀ ମାନେ ରଂଜନଙ୍କୁ ହତ୍ୟାକରିଥିଲେ, ଏପରିକି ସ୍ତ୍ରୀ ପିଲାଙ୍କୁ ମଧ୍ୟ ମାଡମାରି ଟଙ୍କା ଛଡାଇ ନେଇଥିବା ମୃତ ରଂଜନ ଙ୍କ ପତ୍ନୀ କହିଛନ୍ତି । ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି ଏ ଯାଏଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ ।

ବରଗଡ଼ରେ ଚାଲିଛି କଂସଙ୍କ ଶାସନ: ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କୁ ପାଇ ବିଭୋର ନନ୍ଦରାଜା ଓ ଶୂନ୍ୟରେ ଆବିର୍ଭାବ ହେଲେ ବିଜୁଳୀ କନ୍ୟା

ବରଗଡ଼: ବରଗଡ଼ରେ ଚାଲିଛି ମହାରାଜ କଂସଙ୍କ ଶାସନ । ବିଶ୍ୱ ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚରେ ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କୁ ପାଇ ବିଭୋର ହୋଇଛନ୍ତି ନନ୍ଦରାଜା । ଆୟୋଜନ କରିଛନ୍ତି ନନ୍ଦୋତ୍ସବ ।

ସେପଟେ ମହାରାଜ କଂସ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନକୁ ଶୀଳାରେ ପ୍ରହାର କରିବାକୁ ଯାଉଥିବା ବେଳେ ଶୂନ୍ୟରେ ଆବିର୍ଭାବ ହୋଇଛନ୍ତି ବିଜୁଳୀ କନ୍ୟା । ଏହାପରେ ବିବ୍ରତ ହୋଇ କୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସ ଗୋପପୁରକୁ ପଠାଇଛନ୍ତି ଷଢ଼ ମଲ୍ଲ ଓ ପୁତନା ରାକ୍ଷସୀ ।

ଏହି ଅବସରରେ ମହାରାଜ କଂସଙ୍କ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ କଳାକାରମାନେ ଭାଗ ନେଇଛନ୍ତି। ଆଜି ଧନୁଯାତ୍ରାର ଚତୁର୍ଥ ଦିନରେ କଂସଙ୍କ ଦ୍ଵାରା ପଠାଯାଇଥିବା ସମସ୍ତ ରାକ୍ଷସଙ୍କୁ ବଧ କରିବେ କୃଷ୍ଣ ବଳରାମ। ଏହାସହ ଗୋପପୁରରେ ଲୀଳାଖେଳା ଦୃଶ୍ୟ ଅଭିନୀତ ହେବ।

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସଆଇ ଅଟକ

ପିପିଲି: ପୁଣି ଖାକିରେ ଲାଗିଲା ଦାଗ । ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ପିପିଲି ବଳଙ୍ଗା ଥାନା ଏଏସଆଇ ଚିତ୍ତ ରଞ୍ଜନ ଦାସଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ମହିଳା । ଏନେଇ ପିପିଲି ଏସଡିପିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ପୀଡ଼ିତା ଓ ଦଳିତ ମହାସଂଘ । ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ପିପିଲି ବଳଙ୍ଗା ଥାନା ଏଏସଆଇ ଚିତ୍ତ ରଞ୍ଜନ ଦାସଙ୍କୁ ଅଟକ ରଖାଯାଇଛି। ତାଙ୍କୁ ପିପିଲି ପୋଲିସ ଅଧିକ ପଚରାଉଚରା କରୁଛି ।

ପୁରୀ ଅତିରିକ୍ତ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ମହିଳା ଜଣଙ୍କ ଏକ ଅଭିଯୋଗ ନେଇ ଥାନାକୁ ଯାଇଥିବା ବେଳେ ତାଙ୍କୁ ଘରକୁ ଡାକିନେଇ ଏଏସଆଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ଏନେଇ ପିପିଲି ଏସଡିପିଓଙ୍କ ନିକଟରେ ପୀଡ଼ିତା ଓ ଦଳିତ ମହାସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା।

ପିଲାସାଲୁଙ୍କି ଡ୍ୟାମରେ ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା, ଏବେ ବି ଜଣେ ନିଖୋଜ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପିଲାସାଲୁଙ୍କି ଡ୍ୟାମ ଡଙ୍ଗା ବୁଡି । ନିଖୋଜଙ୍କ ଏଯାଏଁ ମିଳିନି ପତ୍ତା ମିଳିନଥିବା ସୂଚନା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ ।

ଗତକାଲି ଦୁତିମେଣ୍ଡିର ୩୫ ଜଣ ୫ଟି ଦେଶୀ ଡଙ୍ଗାରେ ପିଲାସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ସେ ମଧ୍ୟରୁ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ଥିବା ୫ ଯାତ୍ରୀ ଏବଂ ଚାଳକ ସୁରକ୍ଷିତ ଥିବା ବେଳେ ସୁନୀତା ଝାଙ୍କର ନାମକ ଜଣେ ଯାତ୍ରୀ ନିଖୋଜ  ଅଛନ୍ତି ।

ଡଙ୍ଗାରେ ଥିବା ସମୀର ଝାଙ୍କର ଏବଂ ତାଙ୍କ ସହଯୋଗୀ ଅନ୍ୟ ୪ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ପ୍ରବଳ ଶୀତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଇଥିଲେ ମଧ୍ୟ ନିଖୋଜଙ୍କୁ ଖୋଜାଖୋଜି ଜାରିରଖିଛି ଅଗ୍ନିଶମ ବାହିନୀ ।