ମୁମ୍ବାଇ: ବହୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନୁରାଧା ପୋଡୱାଲଙ୍କ ନାଁରେ ମାମଲା । କେରଳର ୪୫ ବର୍ଷୀୟ ମହିଳା କରମଳା ମୋଡେକ୍ସ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି । ତାଙ୍କ କହିବା କଥା ସେ ଅନୁରାଧାଙ୍କ ନିଜ ଝିଅ । ଜନ୍ମ ବେଳୁ ଭରଣପୋଷଣରେ ତାଙ୍କୁ ଅନୁରାଧା ଅବହେଳା କରିଛନ୍ତି । ଏଥିପାଇଁ କରମଳା କୋର୍ଟରେ ଦ୍ଵାରସ୍ଥ ହୋଇ ୫୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ।
କରମଳା ମାତ୍ର ୪ ଦିନର ହୋଇଥିବା ବେଳେ ଅନୁରାଧା ଏବଂ ତାଙ୍କ ସ୍ୱାମୀ ଅରୁଣ ପୋଡୱାଲ ଲାଳନ ପାଳନ ପାଇଁ ଅନ୍ୟ ଜଣଙ୍କୁ ଦାୟିତ୍ୱ ଦେଇ ସେ ନିଜ କ୍ୟାରିୟରରେ ବ୍ୟସ୍ତ ହୋଇଯାଇଥିଲେ ବୋଲି ଅଭିଯୋଗ ହୋଇଛି । ବଡ଼ ହୋଇ କରମଳା ଅନୁରାଧାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନଥିଲା । ଏନେଇ ଅନୁରାଧାଙ୍କର କୈାଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ନିଜକୁ କଣ୍ଠଶିଳ୍ପୀ ଅନୁରାଧାଙ୍କ ଝିଅ ବୋଲି ଦାବି କରି ୫୦ କୋଟି ଟଙ୍କା କ୍ଷତିପୂରଣ ଦାବି
ଜାନୁଆରୀ ୫ରୁ ୨୦ ଯାଏଁ ଖୋଲା ରହିବ ରାଜ ଭବନର ଉଦ୍ୟନ, ସ୍କୁଲ ପିଲାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର : ଚଳିତବର୍ଷ ଜାନୁଆରୀ ୫ ତାରିଖରେ ଖୋଲିବ ରାଜଭବନର ଉଦ୍ୟନ । ଏ ନେଇ ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଜାନୁଆରୀ ୫ ତାରିଖରୁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ଓ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲା ରହିବ ରାଜଭବନ ପାର୍କ । ଛୁଟିଦିନ ସହିତ ପ୍ରତ୍ୟକ ଅପରାହ୍ନ ୨ଟା ୩୦ରୁ ୫ଟା ମଧ୍ୟରେ ରାଜଭବନ ଉଦ୍ୟାନ ପରିଦର୍ଶନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ ଆଧାରରେ ଛାତ୍ରଛାତ୍ରୀମାନେ ଜାନୁଆରୀ ୬ ତାରିଖରୁ ୨୧ତାରିଖ ପର୍ଯନ୍ତ ରବିବାର ବ୍ୟତୀତ ପ୍ରତ୍ୟୋକ ସକାଳ ୮ଟା ୩୦ରୁ ୧୦ଟା ମଧ୍ୟରେ ଉଦ୍ୟାନ ବୁଲି ଦେଖିପାରିବେ । ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ରାଜ୍ୟପାଳଙ୍କ ଏଡିସି କିମ୍ବା ରାଜଭବନ ନିରାପତ୍ତା ଦାୟିତ୍ୱରେ ଥିବା ଏସିପିଙ୍କୁ ସେମାନେ ଅନୁରୋଧ ପତ୍ର ଦେବାକୁ କୁହାଯାଇଛି ।

ରାଜଭବନ ପକ୍ଷରୁ ‘ରାଜଭବନ ଓଡ଼ିଶା’ ନାଁରେ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ବ୍ୟବହାର କରି କ୍ୟୁଆର କୋଡ୍ ପ୍ରବେଶ ପତ୍ର ସେମାନଙ୍କ ସ୍ମାର୍ଟଫୋନରେ ପ୍ରସ୍ତତ କରିପାରିବେ । ଯାହାଫଳରେ ରାଜଭବନ ମୁଖ୍ୟ ଫାଟକରେ ସ୍କାନିଂ ଦ୍ୱାରା ଭିଡ଼ମୁକ୍ତ ହୋଇ ପ୍ରବେଶ କରିପାରିବେ । ଏହାସହିତ ରେଜିଷ୍ଟରରେ ହାତଦ୍ୱାରା ପ୍ରସ୍ତୁତ ପ୍ରବେଶ ପତ୍ର ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହେବ । ରାଜ ଭବନ ମଧ୍ୟକୁ ଟିଫିନ୍ ବାକ୍ସ, ଖାଦ୍ୟ ପୁଡ଼ିଆ, ପାଣି ବୋତଲ ଏବଂ କ୍ୟାମେରା ଆଣିବାକୁ ବାରଣ କରାଯାଇଛି । ରାଜଭବନର ସବୁଜ ଲନ୍, ହରିଣ ଉଦ୍ୟାନ, ସଂଗୀତମୟ ଝରଣା, ଖୋଲା ଆକ୍ୱାରିୟମ୍ ଏବଂ ପକ୍ଷୀ ଏନକ୍ଲୋଜର ସର୍ବସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ର ।

୨ଦିନ ଯାଏଁ ବର୍ଷିବ, ୬ରୁ ଥରିବ
ଭୁବନେଶ୍ୱର: ପୌଷମାସରେ ଶ୍ରାବଣର ଚିତ୍ର । ରାଜଧାନୀ ଭୁବନେଶ୍ୱର ସମେତ ବର୍ଷାରେ ଭିଜିଲା ସାରା ରାଜ୍ୟ । କେଉଁଠି ଘଡଘଡି ସହ ବର୍ଷା ତ କେଉଁଠି ପ୍ରବଳ ବର୍ଷାରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଉପାନ୍ତରୁ ଉପକୂଳ ସବୁଠି ବର୍ଷାର ରାଜ୍ । ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ ଜନଜୀବନ । ଦକ୍ଷିଣ ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟ ଟ୍ରପ୍ଲାଇନ୍ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡା, ଅନୁଗୁଳ, କଟକ ଏବଂ ଖୋର୍ଦ୍ଧାରେ ବିଜୁଳି ସହ ବର୍ଷା ହେବ । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି ।
୬ ତାରିଖ ବେଳକୁ ପାଗ ପରିବର୍ତ୍ତନ ହେବ । ମେଘମୁକ୍ତ ଆକାଶ ସାଙ୍ଗକୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମିଯିବ । ଫଳରେ ପୁଣି ଜାଡରେ ଥରିବ ଓଡ଼ିଶା । ସ୍ୱାଭାବିକ ଠାରୁ ଦିନର ତାପମାତ୍ରା ୨ ରୁ ୩ ଡିଗ୍ରୀ କମିଯିବ । ରାତିର ତାପମାତ୍ରା ମଧ୍ୟ ଅହେତୁକ ଭାବରେ କମିଯିବାର ସମ୍ଭାବନା ରହିଛି । ପ୍ରବଳ ଶୀତ ସାଙ୍ଗକୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡି ଦେଖିବାକୁ ମିଳିବ ।
ଅଦିନିଆ ବର୍ଷା ପରେ ପୁଣି ଆସିବ ଶୀତ । ହାଡ଼ଭଙ୍ଗା ଶୀତ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ।
ରାଉରକେଲା: କେ.ବଲାଙ୍ଗ ଥାନା ଚୋରଧରା ନିକଟରେ ଦୁର୍ଘଟଣା । ଡମ୍ପର ଓଲଟି ୩ ଜଣଙ୍କ ମୃତ୍ୟୁ, ୨ ଆହତ । ଗୁରୁତର ଆହତ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି । ଡମ୍ପର ଡ୍ରାଇଭର ଓ ହେଲପର ଫେରାର୍ । ମୃତକମାନେ ମଞ୍ଚାବେଡ଼ା ଗାଁର ସୂଚନା ।
ରାଉରକେଲା: କେ.ବଲାଙ୍ଗ ଥାନା ଚୋରଧରା ନିକଟରେ ଦୁର୍ଘଟଣା । ଡମ୍ପର ଓଲଟି ୩ ଜଣଙ୍କ ମୃତ୍ୟୁ, ୨ ଆହତ । ଗୁରୁତର ଆହତ ରାଉରକେଲା ସରକାରୀ ଚିକିତ୍ସାଳୟରେ ଭର୍ତ୍ତି । ଡମ୍ପର ଡ୍ରାଇଭର ଓ ହେଲପର ଫେରାର୍ । ମୃତକମାନେ ମଞ୍ଚାବେଡ଼ା ଗାଁର ସୂଚନା ।
କଟକ: ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ବାନ୍ଧବୀଙ୍କୁ ଅଟକ ରଖି କମିଶନରେଟ୍ ପୋଲିସର ପଚରାଉଚରା । ବ୍ୟବସାୟୀଙ୍କୁ ଦାଦା ବଟି ମାଗିବା ଘଟଣାରେ ସମ୍ପୃକ୍ତ ଥିବା ସୂଚନା ।
କଟକ: ଗ୍ୟାଙ୍ଗଷ୍ଟର ସକିଲର ଆଉ ଜଣେ ବାନ୍ଧବୀଙ୍କୁ ଅଟକ ରଖି କମିଶନରେଟ୍ ପୋଲିସର ପଚରାଉଚରା । ବ୍ୟବସାୟୀଙ୍କୁ ଦାଦା ବଟି ମାଗିବା ଘଟଣାରେ ସମ୍ପୃକ୍ତ ଥିବା ସୂଚନା ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ । ଏସବିଆଇରେ ୮୦୦୦ ଜୁନିୟର ଆସୋସିଏଟ୍ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି ।ଆଜିଠୁ ଚାକିରି ଆଶାୟୀ ଅନ-ଲାଇନରେ ଆବେଦନ କରିପାରିବେ । ଯୋଗ୍ୟ ପ୍ରାର୍ଥୀ ୨୬ ଜାନୁଆରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ । ତେବେ, ଆବେଦନକାରୀ କେବଳ ଗୋଟିଏ ରାଜ୍ୟ ପାଇଁ ଆବେଦନ କରିପାରିବେ ।

ଆଜିଠୁ ୨୬ ଜାନୁଆରୀ ଯାଏଁ ଆବେଦନ କରିହେବ । ତେବେ, ଆବେଦନ ପରେ ଏସବିଆଇର ନୋଟିସ ଅନୁସାରେ ଏହି ପଦବୀ ପାଇଁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ୨୦୨୦ସୁଧା ସରିବ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୧୯ ମାର୍ଚ୍ଚ ୨୦୨୦ ସୁଧା ସରିବା ନେଇ ସମ୍ଭାବନା ରହିଛି ।
ପରୀକ୍ଷାର୍ଥୀଙ୍କ ପାଖରେ କୌଣସି ବି ବିଶ୍ୱବିଦ୍ୟାଳୟରୁ ଯେ କୌଣସି ବିଷୟ ଉପରେ ସ୍ନାତକୋତ୍ତର ଥିବା ଦରକାର । ପାର୍ଥୀଙ୍କ ବୟସ ୧ଜାନୁଆରୀ ୨୦୨୦ ସୁଧା ୨୦ ବର୍ଷରୁ ଅଧିକ ଏବଂ ୨୮ବର୍ଷରୁ କମ ରହିବା ଆବଶ୍ୟକ ।
ତେବେ, ପରୀକ୍ଷା ପାଇଁ ସାଧାରଣ, ଓବିସି, ଆର୍ଥିକ ପଛୁଆ ବର୍ଗର ଆବେଦନକାରୀ ୭୫୦ଟଙ୍କା ଲେଖାଏଁ ପରୀକ୍ଷା ଶୁଳ୍କ ଦେବାକୁ ପଡ଼ିବ ।
ଅନଲାଇନ ଆବେଦନ କରିବାକୁ ଚାହୁଁଥିଲେ କ୍ଲିକ୍ କରନ୍ତୁ: https://ibpsonline.ibps.in/sbijassdec19/
ସତ ହେବ କି ଜ୍ୟୋତିଷଙ୍କ ଭବିଷ୍ୟବାଣୀ ? ତୃତୀୟ ବିଶ୍ୱଯୁଦ୍ଧକୁ ସାମ୍ନା କରିବ କି ବିଶ୍ୱ ?
୨୦୨୦ ବିଶ୍ୱ ପାଇଁ ମଙ୍ଗଳକର ହେବନାହିଁ ବୋଲି ଅନେକ ଭବିଷ୍ୟବକ୍ତା ଆକଳନ କରିଥିଲେ । ବିଶ୍ୱରେ ହିଂସା ବଢ଼ିବା ସହ ଦେଶ ଦେଶ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେବ । ମାନବ ସମାଜ ପାଇଁ ବିଧ୍ୱଂସକ ବର୍ଷ ହେବ । ୨୦୨୦ ପାଇଁ ଭବିଷ୍ୟବକ୍ତ।ଙ୍କ ଏହି ଆକଳନର ଆଭାସ ବର୍ଷ ଆରମ୍ଭରୁ ମିଳିଯାଇଛି । ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପରିପ୍ରେକ୍ଷୀରେ ଏହି ଆକଳନ ସତ ହେବ ବୋଲି ଅନେକ ବିଶ୍ୱାସ କରୁଛନ୍ତି । ଏଭଳି ଉତ୍ତେଜନାମୂଳକ ପରିସ୍ଥିତିରେ ତୃତୀୟ ବିଶ୍ୱଯୁଦ୍ଧ ଆସିଗଲା ବୋଲି ଅନେକ ଟ୍ୱିଟର ବ୍ୟବହାରକାରୀ ଆଶଙ୍କା ପ୍ରକାଶ କରିଛନ୍ତି । ଏନେଇ ସେମାନେ ନିଜର ମନୋଭାବ ବ୍ୟକ୍ତ କରିବାକୁ ଲାଗିଲେଣି । ବିଶ୍ୱଯୁଦ୍ଧ-୩ ଟ୍ୱିଟରରେ ଟ୍ରେଣ୍ଡ କରୁଛି ।
ଆମେରିକା-ଇରାନ୍ ମୁହାଁମୁହିଁ
ବାଗଦାଦ୍ ବିମାନବନ୍ଦର ଉପରେ ଆମେରିକାର ଅଚାନକ ଏୟାର ଷ୍ଟ୍ର।ଇକ୍ । ଏହି ଏୟାର ଷ୍ଟ୍ର।ଇକ୍ରେ ଇରାନ୍ର ସେନା ଜେନେରାଲ ସୁଲେମାନି ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜେନେରାଲଙ୍କ ମୃତ୍ୟୁ ପରେ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ବାହାରକୁ ଫୁଟି ବାହାରିଛି । ଆକ୍ରମଣର ପ୍ରତିଶୋଧ ନେବାକୁ ଫଁ ଫଁ ହେଉଛି ଇରାନ୍ । ଇରାନର ସୁପ୍ରିମ୍ ନେତା ଆୟୋତୁଲ୍ଲା ଖମେନି ପ୍ରତିଶୋଧ ନେବାକୁ ଘୋଷଣା କରିସାରିଛନ୍ତି । ଏହି ଘଟଣା ପରେ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବା ବେଳେ ମଧ୍ୟ-ପ୍ରାଚ୍ୟରେ ଭୟଙ୍କର ତୋଫାନର ଆଶଙ୍କା ସୃଷ୍ଟି ହୋଇଛି ।
ସୁଲେମାନି କିଏ ?
ମୃତ ଜେନେରାଲ ସୁଲେମାନି କେବଳ ଇରାନରେ ନୁହେଁ, ସାରା ବିଶ୍ୱରେ ପରିଚିତ ଥିଲେ । ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ହେଁ ପରେ ସେ ବହୁ ଉପରକୁ ଉଠିପାରିଥିଲେ । ମୃତ୍ୟୁ ବେଳକୁ ସେ ଇରାନର ଦ୍ୱିତୀୟ ଶକ୍ତିଶାଳୀ ବ୍ୟକ୍ତିର ମାନ୍ୟତା ପାଇଥିଲେ । ୧୯୯୮ରେ ସେ ଇରାନ ରିଭୋଲ୍ୟୁସନାରି ଗାର୍ଡସର ମୁଖ୍ୟ ହୋଇଥିଲେ । ତାଙ୍କ ନେତୃତ୍ୱରେ ଇରାନ ରିଭୋଲ୍ୟୁସନାରି ଗାର୍ଡ ଖୁବ୍ ଶକ୍ତିଶାଳୀ ହୋଇ ଉଠିଥିଲା । ମୁଖ୍ୟ ସେନା ଠାରୁ ଏହି ଗାର୍ଡସ ଅଧିକ ଶକ୍ତିଶାଳୀ ବିବେଚିତ ହୋଇଥାଏ । ସିରିଆ ଓ ଇରାକ୍ ଯୁଦ୍ଧରେ ଥିଲା ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା । ଆମେରିକା ଓ ସାଉଦି ଆରବର ବିରୋଧକୁ ପ୍ରତିହତ କରି ମଧ୍ୟ ପ୍ରାଚ୍ୟରେ ଇରାନର ଶକ୍ତି ବୃଦ୍ଧି କରାଇବାରେ ସୁଲେମାନିଙ୍କ ଦିମାକ ଓ ଶକ୍ତି କାମ କରିଥିଲା । ମଧ୍ୟପ୍ରାଚ୍ୟରେ ସୁପର ଶକ୍ତିମାନ ଆମେରିକାକୁ ନାକରେ ପାଣି ପିଆଇ ଦେଇଥିଲେ ସେ । ସେଥିପାଇଁ ସୁଲେମାନିଙ୍କ ଗତିବିଧି ଆମେରିକାର ରାଡ଼ାରରେ ଥିଲା । ଦୁଇ ଦଶନ୍ଧି ଧରି ସୁଲେମାନିକୁ ମାରିବାକୁ ଇସ୍ରାଏଲ ଓ ସାଉଦି ଆରବ ସହ ମିଶି ଆମେରିକା ଯୋଜନା କରିଥିଲା । ଅନେକ ଥର ଶତ୍ରୁ କବଳରୁ ସେ ଖସିବାକୁ ସମର୍ଥ ହୋଇଥିଲେ । ଏଥର କିନ୍ତୁ ଆମେରିକା ହାବୁଡ଼ରୁ ଖସିପାରିନଥିଲେ ସୁଲେମାନି । ସେ ଓ ଅନ୍ୟ କିଛି ବରିଷ୍ଠ ଅଧିକାରୀ ବାଗଦାଦ୍ ବିମାନ ବନ୍ଦରରୁ ଦୁଇଟି ବିମାନ ଯୋଗେ ଯାଉଥିବା ଖବର ପାଇ ଏୟାର ଷ୍ଟ୍ର।ଇକ୍ କରିଦେଇଥିଲା ଆମେରିକା । ଏହି ଏୟାର ଷ୍ଟ୍ର।ଇକ୍ରେ ସୁଲେମାନିଙ୍କର ଅନ୍ତ ହୋଇଥିଲା ।
ଟ୍ରମ୍ପ ଜିତିଲେ ଚ୍ୟାଲେଞ୍ଜ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଇରାନ ଜେନେରାଲ ସୁଲେମାନି ପରସ୍ପରକୁ ଧ୍ୱଂସ ନେଇ ଚ୍ୟାଲେଞ୍ଜ କରିଥିଲେ । ୨୦୧୮ରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଥିଲେ ସୁଲେମାନି । ସେ କହିଥିଲେ, ‘ମିଷ୍ଟର ଟ୍ରମ୍ପ, ଆମେ ଆପଣଙ୍କ ନିକଟରେ ପହଞ୍ଚି ଯାଇଛୁ । ଆମେ ଏଭଳି ସ୍ଥାନରେ ପହଞ୍ଚିଛୁ ଯାହା ଆପଣଙ୍କ ଚିନ୍ତାର ବାହାରେ । ଯୁଦ୍ଧ ଆପଣ ଆରମ୍ଭ କରିପାରନ୍ତି, କିନ୍ତୁ ଶେଷ କରିବୁ ଆମେ ।’ ଡିସେମ୍ବର ଶେଷ ସପ୍ତାହରେ ଇରାକ୍ର ବାଗଦାଦରେ ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ନେଇ ଇରାନକୁ ଧମକ ଦେଇଥିଲେ ଟ୍ରମ୍ପ । ୨୦୨୦ ଜାନୁଆରୀ ୧ରେ ଟ୍ୱିଟ୍ କରି ଏଥିପାଇଁ ବଡ଼ ମୂଲ୍ୟ ଦେବାକୁ କହିଥିଲେ । ସେ ଏକଥା ମଧ୍ୟ କହିଥିଲେ ଯେ, ଏହା କେବଳ ଏକ ଚେତାବନୀ ନୁହେଁ, ଧମକ । ତା ସହ ହାପି ନ୍ୟୁ ଇୟର ମଧ୍ୟ ଲେଖିଥିଲେ ଟ୍ରମ୍ପ । ଏହି ଧମକର ଗୋଟିଏ ଦିନ ପରେ ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ବାଗଦାଦ ବିମାନ ବନ୍ଦରରେ ହୋଇଥିଲା ଏୟାର ଷ୍ଟ୍ର।ଇକ୍ ।
ବଢ଼ିଲା ତେଲ ଦର
ଏୟାର ଷ୍ଟ୍ର।ଇକ୍କୁ ନେଇ ଆମେରିକା-ଇରାନ ମୁହାଁମୁହିଁ ହୋଇଥିବା ବେଳେ ଅଶୋଧିତ ତେଲ ଦର ବଢ଼ିବା ଆରମ୍ଭ ହୋଇଯାଇଛି । ଏହି ଘଟଣା ପରେ ପରେ ଅଶୋଧିତ ତେଲ ଦର ୪ରୁ ୫ ପ୍ରତିଶତ ବଢ଼ିଯାଇଛି । ଇରାନ ଯଦି ପ୍ରତିଶୋଧ ପରାୟଣ ହୋଇ ଅନ୍ୟ କିଛି କଠୋର ପଦକ୍ଷେପ ଗ୍ରହଣ କରେ ତାହେଲେ ଆଗକୁ ସ୍ଥିତି ସଙ୍ଗୀନ ହେବ । ତେଲ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକରେ ସ୍ଥିତି ଅସମ୍ଭାଳ ହୋଇଯିବ ।
ଇରାନ-ଆମେରିକା ମୁହାଁମୁହିଁ ହୋଇଥିବା ବେଳେ ଆଶଙ୍କାରେ ରହିଛନ୍ତି ବିଶ୍ୱବାସୀ । ଯଦି ମଧ୍ୟ ପ୍ରାଚ୍ୟରେ ପୁଣି ଏକ ଯୁଦ୍ଧ ହୁଏ ସେଥିପାଇଁ ସମସ୍ତଙ୍କୁ ମୂଲ୍ୟ ଦେବାକୁ ପଡ଼ିବ । ତେଣୁ ଏବେଠାରୁ ଜାତିସଂଘକୁ ଆଗେଇ ଆସିବାକୁ ହେବ । ଯୁଦ୍ଧ ରୋକିବାକୁ ହେବ । ଯୁଦ୍ଧ ହେଲେ କେବଳ ଯେ ଦୁର୍ବଳ ରାଷ୍ଟ୍ରର କ୍ଷତି ହେବ ତାନୁହେଁ, ସବଳର ମଧ୍ୟ କ୍ଷତି ହେବ । ସାରା ବିଶ୍ୱ ସହିବ କଷ୍ଟ ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ରାଜସ୍ଥାନର କୋଟାରେ ଶିଶୁ ମଡ଼କ : ସେପଟେ ମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବିଛାଗଲା ରେଡ୍ କାରପେଟ୍
କୋଟା : ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମଡ଼କକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ଗେହଲଟ ସରକାରଙ୍କୁ ଭାଜପା ଏବଂ ବିଏସ୍ପି ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିଶୁ ମୃତ୍ୟୁକୁ ନେଇ ରାଜନୀତି ନ କରିବାକୁ ଅନୁରୋଧ କରିଛନ୍ତି ଉଭୟ ଦଳ । ସ୍ଥିତି ଅନୁଧ୍ୟାନ କରି ଡାକ୍ତରୀ ସୁବିଧା ଉପଲବ୍ଧ କରାଇବା ପାଇଁ ଆଜି ଏକ କେନ୍ଦ୍ରୀୟ ଟିମ୍ କୋଟା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ରାଜସ୍ଥାନର କୋଟା ସ୍ଥିତ ଜେକେ ଲୋନ ଡାକ୍ତରଖାନାରେ ନବଜାତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ଏଯାବତ ୧୦୫କୁ ଟପିବା ସୂଚନା ମିଳିଛି । ଜାନୁଆରୀ ୧ ତାରିଖରେ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଦିନ ଆଉ ଏକ ଶିଶୁର ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ମନ୍ତ୍ରୀ ପ୍ରତାପ ସିଂହ ଏବଂ କୋଟାର ସ୍ୱାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମା କୋଟା ପହଞ୍ଚିଥିଲେ । ତେବେ ମନ୍ତ୍ରୀଙ୍କ ଆସିବା ଖବର ପାଇ ଡାକ୍ତରଖାନାରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ ହୋଇଥିଲା । ତାଙ୍କ ସ୍ୱାଗତ ପାଇଁ ରେଡ୍ କାରପେଟ ମଧ୍ୟ ବିଛା ଯାଉଛି । ଅନ୍ୟପଟେ ଅନେକ ଲୋକ ବିରୋଧ ପ୍ରଦର୍ଶନରେ ସାମିଲ ହେବା କାରଣରୁ ଅନେକଙ୍କୁ ଅଟକ ରଖାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରାଜସ୍ଥାନ ସରକାରଙ୍କୁ ଏକ ପତ୍ର ଲେଖି ଏହି ବିଷୟ ଉପରେ ଦୃଷ୍ଟିଦେବାକୁ ପରାମର୍ଶ ଦେଇଛନ୍ତି। ଏହାସହ କେନ୍ଦ୍ର ପକ୍ଷରୁ ଆବଶ୍ୟକ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗେହଲଟ ହର୍ଷବର୍ଦ୍ଧନଙ୍କୁ ଫୋନ୍ କରି ହସ୍ପିଟାଲ ପରିଦର୍ଶନ ପାଇଁ ଡାକିଛନ୍ତି। ଏହି ସରକାରୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କିପରି ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉଛି ତାହା ହର୍ଷବର୍ଦ୍ଧନ ନିଜେ ଆସି ଦେଖନ୍ତୁ ବୋଲି ସେ ଟୁଇଟ୍ କରିଛନ୍ତି। ଇତିମଧ୍ୟରେ ରାଜସ୍ଥାନ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ପୂର୍ବ ଭାଜପା ସରକାରକୁ ସମାଲୋଚନା କରିଛନ୍ତି। ଭାଜପା କ୍ଷମତାରେ ଥିବାବେଳେ ହସ୍ପିଟାଲଗୁଡ଼ିକରେ ଉପଯୁକ୍ତ ସୁବିଧା କରି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି ।
କୋଟାର ଏହି ଜେକେଲୋନ ଡାକ୍ତରଖାନାରେ ୩୦ ଏବଂ ୩୧ ଡିସେମ୍ବରରେ ୯ ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ଏହାସହିତ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୧୦୫ରେ ପହଞ୍ଚିଛି । ଗତ ଦୁଇ ଦିନ ମଧ୍ୟରେ ଆଉ ଚାରି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଡାକ୍ତରଖାନାର ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି ଯେ, ୨୦୧୮ ମସିହାରେ ୧୦୦୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ରେ ଏହାର ସଂଖ୍ୟ ବହୁତ୍ କମିଛି । ଅଧିକାଂଶ ଶିଶୁଙ୍କ ମୃତ୍ୟୁ, ଜନ୍ମ ସମୟରେ କମ ଓଜନ ଥିବା କାରଣରୁ ହୋଇଛି ବୋଲି ହସ୍ପିଟାଲ ପକ୍ଷରୁ ସରକାରୀ ଭାବେ କୁହାଯାଇଛି ।
ବାପାଙ୍କ ମୃତଦେହ ସହ ଏମିତି ରହୁଥିଲା ପୁଅ
କୋଲକାତା: ବାପାଙ୍କ ମରଶରୀର ସହ ୫ ଦିନ ବିତାଇଲା ପୁଅ । ପୋଲିସ ଗୁରୁବାର ଦିନ କୋଲକତା ସହରର ବୋହାଲା ଅଞ୍ଚଳର ଏକ ଘରୁ ଜଣେ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର କରିଛି । ଯେଉଁଠି ବୃଦ୍ଧଙ୍କ ପୁଅ ୫ ଦିନ ହେବ ତାଙ୍କ ବାପାଙ୍କ ମରଶରୀର ସହ ରହି ଆସିଥିଲା ।
ସୂଚନା ଅନୁସାରେ ବୃଦ୍ଧଙ୍କ ବଡ଼ ପୁଅ ଅଶୋକ କୁମାର ଘୋଷ ପୋଲିସଙ୍କୁ ଫୋନ କରି ତାଙ୍କ ବାପାଙ୍କ ମୃତ୍ୟୁ କଥା କହିବା ସହ ତାଙ୍କ ସାନ ଭାଇ ଅଜିତ୍ କୁମାରଙ୍କ ବିଷୟରେ କହିଥିଲେ ।
ସାନପୁଅ ଅଜିତ୍ ତାଙ୍କ ବାପାଙ୍କ ମୃତ୍ୟୁ କଥା ବଡ଼ଭାଇକୁ ମଧ୍ୟ ଜଣେଇ ନଥିଲେ । ବଡ଼ଭାଇ ଅଶୋକ ଅନ୍ୟ ସ୍ଥାନରେ ରହିବା ହେତୁ ସେ ମଧ୍ୟ ଏ ବିଷୟରେ କୌଣସି ସୂଚନା ପାଇପାରି ନଥିଲା । ତେବେ ଅଶୋକ ସନ୍ଦେହ କରି ବାପାଙ୍କ ପାଖକୁ ଆସି ବାପାଙ୍କ ଗଳିତ ମୃତଦେହ ଦେଖି ପୋଲିସକୁ ଫୋନ କରି ଏ ବିଷୟରେ ଜଣାଇଥିଲେ ।
ଅଶୋକଙ୍କ କହିବା ଅନୁସାରେ ଅଜିତଙ୍କର ମାନସିକ ବିକୃତି ଥିବାରୁ ସେ ବାପାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଏବଂ ବାପାଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ନିରାଶ ହୋଇଯାଇଥିଲେ । ତେଣୁ ସେ ଏବିଷୟରେ କାହାରିକୁ ନଜଣେଇ ତାଙ୍କ ମର ଶରୀର ସହ ୫ ଦିନ ବିତାଇଛନ୍ତି । ପୋଲିସ ଗଳିତ ମୃତଦେହକୁ ଉଦ୍ଧାର କରିବା ସହ ଅଜିତଙ୍କୁ ହେପାଜତରେ ନେଇଛି ।


