ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ପ୍ରଧାନମନ୍ତ୍ରୀ କରିବେ ଆଲୋଚନା, ୨୦୨୦ର ପ୍ରଥମ କ୍ୟାବିନେଟ୍ ଆଜି

1 min read

ନୂଆଦିଲ୍ଲୀ : ୨୦୨୦ର ପ୍ରଥମ କେନ୍ଦ୍ର କ୍ୟାବିନେଟ୍ ବୈଠକ ଆଜି ପ୍ରବାସୀ ଭାରତୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ । ଦୁଇଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ବିଭାଗର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିବେ । ସଚିବମାନେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଭାବେ ପାଓ୍ୱାର ପଏଣ୍ଟ ମାଧ୍ୟମରେ ଭିଜନ୍-୨୦୨୦ ସଂପର୍କରେ ଅବଗତ କରାଇବେ । ଏହି ବୈଠକ ୨ ଦିନ ଧରି କରାଯିବାର ଯୋଜନା ରହିଛି । ବୈଠକରେ ବିଭନ୍ନ ସମସ୍ୟା ଉପରେ ଆଲୋଚନା କରାଯିବ । ତେବେ ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୨୧ରେ ପ୍ରଧାନମନ୍ତ୍ରୀ ଏଭଳି ଏକ ବୈଠକ କରିଥିଲେ । ମନ୍ତ୍ରୀପରିଷଦରେ ସବୁ ମନ୍ତ୍ରୀ ସାମିଲ ହେବାର ପୂର୍ବ ସୂଚନା ରହିଛି । ତେବେ ଆସନ୍ତା ସପ୍ତାହରେ ମଧ୍ୟ ଏହି ବୈଠକ ଆଉ ଥରେ ହେବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସବୁ ମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ଆଜି ଓ ଶନିବାରରେ ହେବାକୁ ଥିବା ଏହି ମାରାଥନ ବୈଠକରେ ଏପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପର କାର୍ଯ୍ୟକାରିତା ଏବଂ ଆଗକୁ ହେବାକୁ ଥିବା ଯୋଜନା ଉପରେ ସମୀକ୍ଷା କରାଯିବ । ଏହାସହ ନିଜ ନିଜ ମନ୍ତ୍ରାଳୟକୁ ନେଇ କିଛି ନୂଆ ଯୋଜନାକୁ ଉପସ୍ଥାପନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ଓ ଶନିବାର ଛଡ଼ା , ଏହି ବୈଠକ ୭,୮ ଓ ୧୦,୧୧ ତାରିଖରେ ହେବା ନେଇ ସମ୍ଭାବନା ରହିଛି ।

Leave a Reply