ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

1 min read

କନ୍ଧମାଳ: କନ୍ଧମାଳ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ବୁର୍ଡାମାହାରେ ପୋଲିସ୍ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । ମୃତକ ହେଲେ ବାଲିଗୁଡ଼ା ଥାନା ଅନ୍ତର୍ଗତ ମାର୍ଦୁଡି ଗାଁର ରଂଜନ ଦିଗାଳ ।

ଗୁରୁବାର ରାତି ପ୍ରାୟ ଆଠଟାବେଳେ ଦଶରୁ ବାର ସଶସ୍ତ୍ର ମାଓବାଦୀ ରଂଜନଙ୍କ ଘରକୁ ଆସି  ତାଙ୍କୁ ଘୋଷାଡି ଘୋଷାଡି ସ୍କୁଲ ନିକଟରେ ପକାଇ ଗୁଳିକରି ହତ୍ୟା କରିଥିବା ସହିତ କିଛି ପୋଷ୍ଟର ଛାଡିଯାଇଥିଲେ I କେ କେ ବିନ ଡିଭିଜନ କମିଟି ଏହି ହତ୍ୟାକରୁଥିବା ପୋଷ୍ଟରେ ଉଲ୍ଲେଖ ରହିଛି। ମେଲସିକିଆରେ ମହିଳା ମାଓବାଦୀଙ୍କ ଏନକାଉଣ୍ଟର ଘଟଣା ସମ୍ପର୍କରେ ପୋଲିସକୁ ରଂଜନ ସୂଚନା ଦେଇଥିବା କଥା ମଧ୍ୟ ଉଲ୍ଲେଖ ରହିଛି।

ସ୍ତ୍ରୀ ପିଲା ଓ ମାଆଙ୍କ ସମ୍ମୁଖରେ ଅତି ବିଭତ୍ସ ଭାବରେ ମାଓବାଦୀ ମାନେ ରଂଜନଙ୍କୁ ହତ୍ୟାକରିଥିଲେ, ଏପରିକି ସ୍ତ୍ରୀ ପିଲାଙ୍କୁ ମଧ୍ୟ ମାଡମାରି ଟଙ୍କା ଛଡାଇ ନେଇଥିବା ମୃତ ରଂଜନ ଙ୍କ ପତ୍ନୀ କହିଛନ୍ତି । ଘଟଣା ପରେ ଗାଁରେ ଭୟର ବାତାବରଣ ଦେଖାଦେଇଛି ଏ ଯାଏଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ନାହିଁ ।

Leave a Reply