ପିଲାସାଲୁଙ୍କି ଡ୍ୟାମରେ ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା, ଏବେ ବି ଜଣେ ନିଖୋଜ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ପିଲାସାଲୁଙ୍କି ଡ୍ୟାମ ଡଙ୍ଗା ବୁଡି । ନିଖୋଜଙ୍କ ଏଯାଏଁ ମିଳିନି ପତ୍ତା ମିଳିନଥିବା ସୂଚନା । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବିଭାଗ ।

ଗତକାଲି ଦୁତିମେଣ୍ଡିର ୩୫ ଜଣ ୫ଟି ଦେଶୀ ଡଙ୍ଗାରେ ପିଲାସାଲୁଙ୍କି ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ । ସେ ମଧ୍ୟରୁ ଗୋଟିଏ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡଙ୍ଗାରେ ଥିବା ୫ ଯାତ୍ରୀ ଏବଂ ଚାଳକ ସୁରକ୍ଷିତ ଥିବା ବେଳେ ସୁନୀତା ଝାଙ୍କର ନାମକ ଜଣେ ଯାତ୍ରୀ ନିଖୋଜ  ଅଛନ୍ତି ।

ଡଙ୍ଗାରେ ଥିବା ସମୀର ଝାଙ୍କର ଏବଂ ତାଙ୍କ ସହଯୋଗୀ ଅନ୍ୟ ୪ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ପ୍ରବଳ ଶୀତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଇଥିଲେ ମଧ୍ୟ ନିଖୋଜଙ୍କୁ ଖୋଜାଖୋଜି ଜାରିରଖିଛି ଅଗ୍ନିଶମ ବାହିନୀ ।

Leave a Reply