ଜାପାନ: ନିକଟରେ ଜାପାନର ଏକ ଗବେଷକ ଦଳ ସେଠାକାର ୫୫ଟି କମ୍ପାନୀର କର୍ମଚାରୀଙ୍କୁ ସାମିଲ କରି ଅଢ଼େଇ ବର୍ଷ ଅନୁଧ୍ୟାନ କରିବା ପରେ ଏକ ଆଗ୍ରହଜନକ ତଥ୍ୟ ପ୍ରକାଶ କରିଛନ୍ତି । କାମର ଚାପ ବଢ଼ୁଥିବା କାରଣରୁ ଲୋକଙ୍କର ଜୀବନଶୈଳୀ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏହା କାରଣରୁ ସେମାନଙ୍କ ପାରିବାରିକ ଜୀବନ ସବୁଠୁ ଅଧିକ ପ୍ରଭାବିତ ହେଉଛି । ଏଣୁ ଚାପ କମ୍ କରିବାକୁ ଗବେଷକ ଦଳ ବିଭିନ୍ନ ପରୀକ୍ଷାରେ ୫୫ଟି କମ୍ପାନୀର କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରିଥିଲେ । ତେବେ, ଗୋଟିଏ ଯୋଜନାରେ ସେମାନଙ୍କ ଫଳାଫଳ ସବୁଠୁ ଭଲ ଆସିଥିବା ଜଣାପଡ଼ିିଛି ।
କାର୍ଯ୍ୟାଳୟରେ ଯେଉଁ କର୍ମଚାରୀମାନଙ୍କ ଟେବୁଲ୍ ନିକଟରେ ଛୋଟ ଗଛ ରଖାଗଲା, ସେମାନଙ୍କ ମାନସିକ ଚାପ ଅନେକାଂଶରେ କମ୍ ହେଉଥିବାର ସମୟ କ୍ରମେ ଦେଖାଯାଇଥିଲା । ୱେବ୍ସାଇଟ୍ରେ ମଧ୍ୟ ସମାନ ତଥ୍ୟ ଉଲ୍ଲେଖ କରାଯିବା ସହ ୬୩ଜଣ କର୍ମଚାରୀଙ୍କ ନାମ ସହ ମତାମତ ଦିଆଯାଇଛି । ଛୋଟ ଫୁଲ ଚାରା ହେଉ କିମ୍ବା ବୋନ୍ସାଇ ପ୍ଲାଣ୍ଟ, ଗଛର ସବୁଜିମାର ପ୍ରଭାବ ପ୍ରକୃତରେ ମନୁଷ୍ୟର ଜୀବନର ଗତିପଥ ପରିବର୍ତ୍ତନ କରିଥାଏ ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପ୍ରମାଣିତ ହୋଇଛି କିଛି ସମୟ ଫୁଲ ଗଛକୁ ଲକ୍ଷ୍ୟ କଲେ ରକ୍ତଚାପ ମଧ୍ୟ କମ୍ ହୋଇଥାଏ । କେବଳ ଇନ୍ଡୋର୍ ପ୍ଲାଣ୍ଟ ନୁହେଁ, ବରଂ ଟେବୁଲ୍ ପାଖରେ ମଧ୍ୟ ଗଛ ରଖିଲେ ତାହାର ପ୍ରଭାବ ଭଲ ହୋଇଥାଏ ବୋଲି ଗବେଷକ ମତ ଦେଇଛନ୍ତି ।






ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୨୦ଟି ବ୍ଲକରେ ଅତିରିକ୍ତ ୧୦୦ ଦିନର କାର୍ଯ୍ୟ ସହ ବର୍ଦ୍ଧିତ ମଜୁରୀ ଲାଗୁ କରାଯାଇଛି । ୨୦୨୦ ସୁଦ୍ଧା ପ୍ରବାସୀ ଶ୍ରମିକ ଚିହ୍ନଟ ପ୍ରକ୍ରିୟା ସରିବ । ୨୦ ବ୍ଲକର ସବୁ ପଞ୍ଚାୟତକୁ ଜୀବିକା ମିଶନର ସଘନ ପଞ୍ଚାୟତ ଭାବେ ଗ୍ରହଣ କରାଯାଇଛି ।
ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ମାଧ୍ୟମରେ ସହାୟତା ଦିଆଯାଉଛି । ଓଡ଼ିଆ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀରେ ଶ୍ରମିକମାନଙ୍କ ପାଇଁ ଓଡ଼ିଆ ହେଲ୍ପ ଡେସ୍କ ରହିଛି । ତେବେ କର୍ଣ୍ଣାଟକ, କେରଳ, ତାମିଲନାଡୁ ଓ ଗୁଜରାଟରେ ଶୀଘ୍ର ହେଲ୍ପ ଡେସ୍କ ଖୋଲାଯିବ ।
ଆପଣ ଯଦି ବ୍ରାଣ୍ଡେଡ ଜିନିଷକୁ ପସନ୍ଦ କରୁଛିନ୍ତି ତେବେ ଆପଣ ନିହାତି ଜାଣିବା ଦରକାର ଆପଣ ଘରକୁ ଆଣୁଥିବା ବ୍ରାଣ୍ଡେଡ୍ ଜିନିଷ ନକଲି ନୁହେଁ ତ । ଅଧିକା ଟଙ୍କା ବ୍ୟୟରେ ଆପଣ ନକଲି ପଦାର୍ଥ କିଣୁ ନାହାଁନ୍ତି ତ ?
ଏହାପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଭକ୍ତ । ଆଜି ସକାଳ ସାଢେ ୧୦ଟା ସୁଦ୍ଧା ମନ୍ଦିର ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦେବୋତ୍ତର କମିଶନରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଏମ୍ସି ଚାବି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।
ହେଲେ ବିଏମ୍ସି କର୍ତ୍ତୃପକ୍ଷ ଉପସ୍ଥିତ ନହେବାରୁ ଶେଷରେ ତାଲା ଭାଙ୍ଗି ମନ୍ଦିର ଚାବି ଖୋଲିଥିଲା ଦେବୋତ୍ତର ବିଭାଗ । ପୂର୍ବରୁ ଡିସେମ୍ବର ୨୦ରେ ତାଲା ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଥିବା ପରେ ବି ବିଏମ୍ସି ମୃନ୍ଦିର ଖୋଲିନଥିଲା। ତେବେ ଆଜି ମୃନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

