ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଭଙ୍ଗାଗଲା ଗଣେଶ ମନ୍ଦିର ଚାବି

ଭୁବନେଶ୍ୱର: ଚାବି ପକାଇଲା ବିଏମ୍‌ସି, ଭାଙ୍ଗିଲା ଦେବୋତ୍ତର ବିଭାଗ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୧ ନମ୍ବର ହାଟ ମଧ୍ୟରେ ଥିବା ଗଣେଶ ମନ୍ଦିର ଚାବି ଭାଙ୍ଗିଛି ଦେବୋତ୍ତର ବିଭାଗ । ୨୦୧୯ ସେପ୍ଟେମ୍ବର ୧୦ରେ ବିଏମ୍‌ସି ଏହି ମନ୍ଦିର ନିଜ ଅଧିନକୁ ନେବା ପାଇଁ ୪ ମାସ ଧରି ଚାବି ପକାଇ ବନ୍ଦ ରଖିଥିଲା ।ଏହାପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଭକ୍ତ । ଆଜି ସକାଳ ସାଢେ ୧୦ଟା ସୁଦ୍ଧା ମନ୍ଦିର ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦେବୋତ୍ତର କମିଶନରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଏମ୍‌ସି ଚାବି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ଉପସ୍ଥିତ ନହେବାରୁ ଶେଷରେ ତାଲା ଭାଙ୍ଗି ମନ୍ଦିର ଚାବି ଖୋଲିଥିଲା ଦେବୋତ୍ତର ବିଭାଗ । ପୂର୍ବରୁ ଡିସେମ୍ବର ୨୦ରେ ତାଲା ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଥିବା ପରେ ବି ବିଏମ୍‌ସି ମୃନ୍ଦିର ଖୋଲିନଥିଲା। ତେବେ ଆଜି ମୃନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି ।

Leave a Reply