ପ୍ରଡକ୍ଟର ଅସଲି ବ୍ରାଣ୍ଡ ଚିହ୍ନିବାକୁ ହେଲେ ଜାଣନ୍ତୁ କେତୋଟି ଉପାୟ ?

ଆଜିକାଲି ତେଲ ଠାରୁ ନେଇ ଲୁଣ ପର୍ଯ୍ୟନ୍ତ ସବୁଥିରେ ଅପମିଶ୍ରଣ ଏବଂ ସବୁର ନକଲି ବିକଳ୍ପ ବାହାରିଲାଣି । ତେଣୁ, କେତେବେଳେ ନକଲି ତେଲ କାରଖାନାରେ ତ କେତେବେଳେ ନକଲି ଚାଉଳ କାରଖାନାରେ ଚଢାଉ କରାଯାଉଛି । ଇଏ ତ ଗଲା ଖାଇବା ସାମଗ୍ରୀ କଥା । ଯଦି ଆପଣ ବ୍ରାଣ୍ଡେଡ୍ ଜିନିଷକୁ ଅସଲି ଭାବି କିଣୁଛନ୍ତି ତ ଆପଣଙ୍କୁ ଲାଗିପାରେ ବଡ଼ ଝଟକା ।ଆପଣ ଯଦି ବ୍ରାଣ୍ଡେଡ ଜିନିଷକୁ ପସନ୍ଦ କରୁଛିନ୍ତି ତେବେ ଆପଣ ନିହାତି ଜାଣିବା ଦରକାର ଆପଣ ଘରକୁ ଆଣୁଥିବା ବ୍ରାଣ୍ଡେଡ୍ ଜିନିଷ ନକଲି ନୁହେଁ ତ । ଅଧିକା ଟଙ୍କା ବ୍ୟୟରେ ଆପଣ ନକଲି ପଦାର୍ଥ କିଣୁ ନାହାଁନ୍ତି ତ ?

ତେବେ ଆମେ ଆପଣଙ୍କୁ ଆସଲି ଓ ନକଲି ଭିତରେ ଏମିତି କିଛି ଟିପ୍ସ ଦେବୁ ଯାହା ଆପଣଙ୍କୁ ଅସଲି ଜିନିଷ ଚିହ୍ନିବାରେ ସାହାଯ୍ୟ କରିବ । ଜାଣନ୍ତୁ ଏମିତି କିଛି ଟିପ୍ସ…୧. ଯଦି ଆପଣ ବ୍ରାଣ୍ଡର ଲୋଗୋକୁ ଚିହ୍ନି ପାରୁଥିବେ, ତେବେ ଆପଣ ଅସଲି ଆଉ ନକଲି ପ୍ରଡକ୍ଟକୁ ଠିକରେ ଚିହ୍ନି ପାରିବେ । ତେଣୁ ବ୍ରାଣ୍ଡର ଲୋଗୋ ସହ ଏହାର ସ୍ପେଲିଂ, ଡିଜାଇନ ଏବଂ ରଙ୍ଗ ମଧ୍ୟ ଭଲରେ ଦେଖିନେବେ ।

୨. ବ୍ରାଣ୍ଡେଡ କମ୍ପାନୀ ତାର ପ୍ରଡକ୍ଟର ପ୍ୟାକିଙ୍ଗ ଉପରେ ଏମିତି କିଛି ଲେଖା ଥାଏ, ଯେମିତି କି କୋର୍ଡ, ସିରିୟଲ କିମ୍ବା ମଡେଲ ନମ୍ବର, ଟ୍ରେଡମାର୍କ ସେହି ପ୍ରଡକ୍ଟର ଅସଲି କି ନକଲି ତାର ସୂଚନା ଦେଇଥାଏ ।

୩. ଯଦି ଆପଣ ଅନଲାଇନରୁ ସପିଂ କରୁଛନ୍ତି ତେବେ ୱେବସାଇଡର ସତ୍ୟତା ବିଷୟରେ ଜାଣିବା ନିହାତି ଆବଶ୍ୟକ  । ଯଦି ୱେବସାଇଟ ହିଁ ଫେକ୍ ଥିବ ତେବେ ପ୍ରଡକ୍ଟ ମଧ୍ୟ ନିଶ୍ଚିନ୍ତ ରୂପରେ ନକଲି ହିଁ ଥିବ । ୟୁରାଲକୁ ଭଲରେ ଚେକ୍ କରନ୍ତୁ ଏବଂ ଦେଖନ୍ତୁ ସେଥିରା ତାଲାର ଚିହ୍ନ ରହୁଛି କି ନାହିଁ ।

୪. ଯଦି ପ୍ରଜକ୍ଟ ତିଆରି ହେଉଥିବା ସ୍ଥାନ, ଇମେଲ, ଫୋନ ନମ୍ବର ଏବଂ ପ୍ରଡକ୍ଟରେ ମିଶିଥିବା ସାମଗ୍ରୀ ନଥିବ ତେବେ ପ୍ରଡକ୍ଟ ନକଲି ହୋଇପାରେ ।

Leave a Reply