ଭୁବନେଶ୍ୱର: ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣା । ୩ ମୁଖ୍ୟ ଅଭିଯୁକଙ୍କ ସହ ଆଉ ୬ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ମାମଲାରେ ମୋଟ ୨୯ ଜଣ ଗିରଫ । ଗତ ୧୦ ତାରିଖରେ ଘଣ୍ଟା କିଣାକୁ ନେଇ ଉଠା ଦୋକାନୀଙ୍କୁ ମାଡ଼ ମାରିଥିଲେ ।
ଆନ୍ଧ୍ରପ୍ରଦେଶ: ଉପକୂଳରୁ ୩,୫୦୦ କିଲୋମିଟର ଦୂରତା ଭେଦ କରୁଥିବା ଆଣବିକ କ୍ଷମତା ସମ୍ପନ୍ନ ସବମେରାଇନ୍ କେ-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ । ଡିଆରଡିଓ ଦ୍ୱାରା ନିର୍ମତ କେ-୪ ବାଲିଷ୍ଟିକ ମିଜାଇଲ INS ଅରିହାନ୍ତର ଶକ୍ତି ବୃଦ୍ଧି କରିବ ।
ଆନ୍ଧ୍ରପ୍ରଦେଶ: ଉପକୂଳରୁ ୩,୫୦୦ କିଲୋମିଟର ଦୂରତା ଭେଦ କରୁଥିବା ଆଣବିକ କ୍ଷମତା ସମ୍ପନ୍ନ ସବମେରାଇନ୍ କେ-୪ ବାଲିଷ୍ଟିକ ମିଜାଇଲର ସଫଳ ପରୀକ୍ଷଣ । ଡିଆରଡିଓ ଦ୍ୱାରା ନିର୍ମତ କେ-୪ ବାଲିଷ୍ଟିକ ମିଜାଇଲ INS ଅରିହାନ୍ତର ଶକ୍ତି ବୃଦ୍ଧି କରିବ ।
ଦିନିକିଆରେ ୯ ହଜାର ରନ୍ କ୍ଲବରେ ରୋହିତ, ବିରାଟଙ୍କ ପରେ ଦ୍ୱିତୀୟ ଦ୍ରୁତ ଭାରତୀୟ
ବେଙ୍ଗଳୁରୁ: ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନାଁରେ ଆଉ ଏକ ରେକର୍ଡ । ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ରୋହିତ ନୂଆ ରେକର୍ଡ ହାସଲ କରିଛନ୍ତି । ଦିନିକିଆରେ ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ୯ ହଜାର ରନ୍ ପୂରଣ କରିଛନ୍ତି । ଅନ୍ତର୍ଜାତୀୟ ଦିନିକିଆରେ ସବୁଠୁ କମ୍ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଛନ୍ତି ରୋହିତ ଶର୍ମା ।
୨୧୭ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୯ ହଜାର ରନ୍ କ୍ରସ୍ କରିଛନ୍ତି । ଏଥିସହ ସେ ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର, ବ୍ରାୟନ ଲାରାଙ୍କୁ ପଛରେ ପକାଇ ଦେଇଛନ୍ତି । ଗାଙ୍ଗୁଲି ୨୨୮, ସଚିନ ୨୩୫ ଓ ଲାରା ୨୩୯ଟି ଏକଦିବସୀୟ ମ୍ୟାଚ୍ ଖେଳି ଏହି ସଫଳତା ହାସଲ କରିଥିଲେ ।
ଏହା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏହି ସଫଳତା ମିଳିଛି । ବିରାଟ ୧୯୪ଟି ଏକଦିବସୀୟ ମ୍ୟାଚ୍ ଖେଳି ୯ ହଜାର ରନ୍ କ୍ଲବରେ ସାମିଲ ହେବାସହ ଶୀର୍ଷରେ ଅଛନ୍ତି । ଦ୍ୱିତୀୟରେ ଥିବା ଡି ବିଲିୟର୍ସ ୨୦୫ଟି ମ୍ୟାଚ୍ ଖେଳ ଏହି ରେକର୍ଡ ହାସଲ କରିଥିଲେ ।
ପୋଲିସ ଡିଜିଙ୍କ ରାଉରକେଲା ଗସ୍ତ, ଲୋକଙ୍କୁ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ
ରାଉରକେଲା: ରାଉରକେଲାରେ ଉଦ୍ଘାଟିତ ହୋଇଛି ମଡର୍ଣ୍ଣ ପୋଲିସ କଣ୍ଟ୍ରୋଲ ରୁମ୍ । ପୋଲିସ ଡିଜି ଅଭୟ ଏହାକୁ ଉଦ୍ଘାଟନ କରିଛନ୍ତି । ରାଉରକେଲା ଏସ୍ପିଙ୍କ କାର୍ଯ୍ୟାଳୟରେ ଉଦ୍ଘାଟିତ ମଡର୍ଣ୍ଣ ପୋଲିସ କଣ୍ଟ୍ରୋଲ ରୁମରେ ଟ୍ରାଫିକ୍ ,ପିସିଆର ଓ ସର୍ଭର ବ୍ୟବସ୍ଥା ରହିଛି । ଯାହାକି ପୋଲିସକୁ ଅପରାଧ ରୋକିବା ଦିଗରେ ବେଶ୍ ସହାୟକ ହେବ ।

ପୋଲିସ ଡିଜି ଅଭୟ ୱାରେଣ୍ଟିକୁ ଧରିବା, ତଦନ୍ତ ଶୀଘ୍ର ଶେଷ କରିବା, ମୋ ସରକାରର ସଫଳତା ସହିତ ଲୋକଙ୍କୁ ନ୍ୟାୟ ପ୍ରଦାନ ଓ ଅପରାଧୀ ଯେପରି ଦଣ୍ଡ ପାଇବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ରାଉରକେଲା, ସୁନ୍ଦରଗଡ଼ ଓ କେନ୍ଦୁଝର ଏସପିଙ୍କ ସମେତ ରାଉରକେଲା ରେଲୱେ ଏସପି ଓ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ସହ ପୋଲିସ ଡିଜି ଅଭୟ ସମୀକ୍ଷା ବୈଠକ କରିଥିଲେ ।
ମହିଳା ଡେପୁଟୀ କଲେକ୍ଟରଙ୍କ ଚୁଟି ଭିଡ଼ିଲେ CAA ସମର୍ଥକ
ମଧ୍ୟପ୍ରଦେଶ: ନାଗରିକତ୍ୱ ସଂଶୋଧନ ଆଇନ ସମର୍ଥନରେ ପ୍ରଦର୍ଶନ ବେଳେ ସିଏଏ ସମର୍ଥକ ଓ ରାଜଘରର ମହିଳା ଡେପୁଟୀ କଲେକ୍ଟର ମୁହାଁମୁହିଁ । ମହିଳା ଉପ ଜିଲ୍ଲାପାଳ ପ୍ରୟା ବର୍ମାଙ୍କ ଚୁଟି ଭିଡ଼ିଲେ ପ୍ରଦର୍ଶନକାରୀ । ଘଟଣାନୁଯାୟୀ ଧାରଣାସ୍ଥଳରୁ ପ୍ରଦର୍ଶନକାରୀଙ୍କୁ ଉଠାଇବା ସହ ଜଣେ ପ୍ରଦର୍ଶନକାରୀଙ୍କୁ ଚାପୁଡ଼ା ମାରଥିଲେ ଉପ ଜିଲ୍ଲାପାଳ । ଏହାପରେ ଘଟଣାସ୍ଥଳରେ ଦେଖାଦେଇଥିଲା ତୀବ୍ର ଉତ୍ତେଜନା । ଉପସ୍ଥିତ ପ୍ରଦର୍ଶନକାରୀ ଉପ ଜିଲ୍ଲାପାଳଙ୍କୁ ଘେରିଥିଲେ । ଏହା ଭିତିରେ ଜଣେ ପ୍ରଦର୍ଶନକାରୀ ମହିଳା ଉପ ଜିଲ୍ଲାପାଳଙ୍କ ଚୁଟି ଭିଡ଼ିଥିଲେ । ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ସୁରକ୍ଷାକର୍ମୀ ସେଠାରେ ପହଞ୍ଚିବା ସହ ଉପଜିଲ୍ଲାପାଳଙ୍କୁ ସୁରକ୍ଷା ଯୋଗାଇଥିଲେ । ତେବେ ପ୍ରଦର୍ଶନକାରୀ ବିଜେପି କର୍ମୀର ହୋଇଥିବା ସୂଚନା ରହିଛି ।
ଅପରପକ୍ଷରେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ମହିଳା ଉପ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଆଇନର କେଉଁ ବହିରେ ଆପଣଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କୁ ପିଟିବା ଓ ଘୋଷାଡିବାର ଅଧିକାରୀ ମିଳିଥିବା ପଢ଼ିଛନ୍ତି ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଛନ୍ତି ଶିବରାଜ ।
#WATCH Madhya Pradesh: A protestor pulls hair of Rajgarh Deputy Collector Priya Verma, after she hits BJP workers and drags them. The clash broke out during a demonstration in support of #CAA. pic.twitter.com/7ckpZaFBkJ
— ANI (@ANI) January 19, 2020
ବେଙ୍ଗଳୁରୁ: ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ନୂଆ ରେକର୍ଡ । ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ହାସଲ କଲେ ୯ ହଜାର ରନ୍ ।
ବେଙ୍ଗଳୁରୁ: ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ନୂଆ ରେକର୍ଡ । ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ହାସଲ କଲେ ୯ ହଜାର ରନ୍ ।
ହ୍ୱାଟ୍ସଆପ୍ ଡାଉନ୍; ପଠାଇ ହେଉନି ଫଟୋ, ଭିଡିଓ ସମେତ ଷ୍ଟିକର
ନୂଆଦିଲ୍ଲୀ: ଫୋନରେ କାମ କରୁନି ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ । ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନରେ ହ୍ୱାଟ୍ସଆପ୍ କାମ କରୁନାହିଁ । ହ୍ୱାଟ୍ସଆପ୍ ବ୍ୟବହାରକାରୀ ଷ୍ଟିକର ସମେତ ଫଟୋ ଓ ଭିଡିଓ ଫାଇଲ୍ ପଠାଇ ପାରୁନାହାନ୍ତି । ଛୋଟ ଛୋଟ ଫଟୋ କି ୧୦ ସେକେଣ୍ଡର ଭିଡିଓ ମଧ୍ୟ ଅନ୍ୟ କାହାରିକୁ ପଠାଇ ହେଉନାହିଁ । କେବଳ ଟେକ୍ସଟ୍ ପଠାଇ ହେଉଛି ।
ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହ୍ୱାଟ୍ସଆପର ଫିଚର ସବୁ କାମ କରିବା ବନ୍ଦ କରିଦେଇଥିବା ନେଇ ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି କିଛି ୟୁଜର । ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ହେଲାଣି ହ୍ୱାଟ୍ସଆପରେ ଷ୍ଟିକର, ଫଟୋ ଓ ଭିଡିଓ ପଠାଇ ହେଉନାହିଁ ।
ଯାହାକୁ ନେଇ ଲୋକେ ସୋସିଆଲ ମିଡିଆରେ ଟ୍ରୋଲ୍ କରିବା ଆରମ୍ଭ କରିଦେଲେଣି । #Whatsappdown ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂରେ ଅଛି ।
କିଏ କଲା ପ୍ରିୟଙ୍କା ଗାନ୍ଧୀଙ୍କ ଆକାଉଣ୍ଟ ହ୍ୟାକ୍ ? ଚୋରି ହୋଇଛି କି କଂଗ୍ରେସର ୟୁପି ଷ୍ଟ୍ରାଟେଜି ?
ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ସୁରକ୍ଷିତ ଭାବେ ଉଦ୍ଧାର । ଉଦ୍ଧାର କଲା ବୈଦେଶିକ ମନ୍ତ୍ରାଳୟ । ଘରକୁ ସୁରକ୍ଷିତ ଭାବେ ସମସ୍ତେ ଫେରିଥିବାରୁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ସୁରକ୍ଷିତ ଭାବେ ଉଦ୍ଧାର । ଉଦ୍ଧାର କଲା ବୈଦେଶିକ ମନ୍ତ୍ରାଳୟ । ଘରକୁ ସୁରକ୍ଷିତ ଭାବେ ସମସ୍ତେ ଫେରିଥିବାରୁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେକେଣ୍ଡ ହ୍ୟାଣ୍ଡ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ, ମିଳିଲା ଲକ୍ଷ ଲକ୍ଷ ଟଙ୍କା
ୱାଶିଂଟନ୍: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି ହଜିଲା ଜିନିଷକୁ ଖୁବ୍ କମ ଲୋକ ଫେରାଇଥାନ୍ତି। ମାତ୍ର ଆମେରିକାର ସେଣ୍ଟ୍ରାଲ୍ ମିଚିଗାନ୍ରେ ରହୁଥିବା ୫୦ ବର୍ଷୀୟ ହାଓ୍ବାର୍ଡ କିର୍ବି ସଚ୍ଚୋଟତାର ପରିଚୟ ଦେଇଛନ୍ତି।

କିଛିଦିନ ତଳେ ହାଓ୍ବାର୍ଡ ସେକେଣ୍ଡ୍ ହ୍ୟାଣ୍ଡ୍ ଶପିଂ ସେଣ୍ଟରରୁ ଏକ ବ୍ୟାଗ୍ କିଣି ଘରକୁ ଆଣିଥିଲେ। ଯେତେବେଳେ ତାଙ୍କ ଝିଅ ବ୍ୟାଗ୍ଟିକୁ ଖୋଲିଲେ ଏଥିରେ ଟଙ୍କା ଭର୍ତ୍ତି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ୩୦ ଲକ୍ଷ ୫୪ ହଜାର ଟଙ୍କା ଥିବା ଦେଖିବାକୁ ମିଳିଥିଲା।

ଏକ ରିପୋର୍ଟ ଅନୁଯାୟୀ, ପରିବାର ଲୋକେ ଏତେ ପରିମାଣର ଟଙ୍କା ଦେଖି ଏଥିରେ କ’ଣ କରିବେ କିଛି ବୁଝିପାରିଲେ ନାହିଁ। ହାଓ୍ବାର୍ଡ ପ୍ରଥମେ ଭାବିଲେ ଏହି ଟଙ୍କାରେ ଘରର କରଜ ଶୁଝିଦେବେ। ଆଉ କିଛି ଟଙ୍କାରେ ବିଳାସମୟ ଜୀବନ ବିତାଇବେ। ଏଥିପାଇଁ ସେ ତାଙ୍କ ଓକିଲଙ୍କ ପରାମର୍ଶ ନେଲେ। ଓକିଲ କହିଲେ, ଏହି ଟଙ୍କା ତୁମ ପାଖରେ ରଖ। ତୁମେ ତ କେଉଁଠୁ ଚୋରି କରିନା ଯେ,ତୁମକୁ ପୋଲିସ ବାନ୍ଧିବ। କିନ୍ତୁ ହାଓ୍ବାର୍ଡଙ୍କ ହୃଦୟ ବାଧା ଦେଲା। ସେ ଚାହିଁଲେ ବ୍ୟାଗ୍ଟି ଯେଉଁଠୁ କିଣିଥିଲେ ସେଠାରେ ଫେରାଇ ଦେବେ। ଶେଷରେ ସେଇୟା ହିଁ କଲେ। ଏହି ବ୍ୟାଗ୍ଟି ନ୍ୟୁବେରିର ଏକ ପରିବାରର। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବ୍ୟାଗ୍ଟିକୁ ଆଣି ସେକେଣ୍ଡ୍ ହ୍ୟାଣ୍ଡ୍ ଶପିଂ ସେଣ୍ଟରରେ ଦାନ କରିଦେଇଥିଲେ। ତେବେ ଦୋକାନ ମାଲିକ ହାଓ୍ବାର୍ଡଙ୍କ ଏପରି ସଚ୍ଚୋଟତା ଦେଖି ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।
ଆହୁରି ୨ ଦିନ ଲାଗି ରହିବ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା । ମେଘମୁକ୍ତ ଅକାଶ ସାଙ୍ଗକୁ ସାମୁଦ୍ରିକ ପବନ ପ୍ରଭାବରେ ଶୀତ ଗାଏବ ହୋଇଯାଇଛି । ଓଡ଼ିଶା ଏବଂ ଏହାର ଉପକୂଳରେ ଆଣ୍ଟି ସାଇକ୍ଲୋନିକ୍ ସର୍କୁଲେସନ୍ ପାଇଁ ଶୀତର ପ୍ରକୋପ କମୁଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ୨୧ ଏବଂ ୨୨ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେବ । କିଛି ସ୍ଥାନରେ ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
୨୧ ତାରିଖ ଦିନ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କନ୍ଧମାଳ, କଳାହାଣ୍ଡି, ସୋନପୁରର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବ । ସେହିପରି ୨୨ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେବ । ଘନ କୁହୁଡ଼ି ପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ
ଆସନ୍ତା ୨ ଦିନ ପାଇଁ ରାଜ୍ୟରେ ଅଳ୍ପ ଥଣ୍ଡା ଅନୁଭୂତ ହେବ । ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ବିଶେଷ କରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ । ରବିବାର ଅନୁଗୁଳ ଏବଂ ମାଲକାନଗିରିର ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ ଅନ୍ୟ ସହରର ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି ।

