ଆହୁରି ୨ ଦିନ ଲାଗି ରହିବ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା । ମେଘମୁକ୍ତ ଅକାଶ ସାଙ୍ଗକୁ ସାମୁଦ୍ରିକ ପବନ ପ୍ରଭାବରେ ଶୀତ ଗାଏବ ହୋଇଯାଇଛି । ଓଡ଼ିଶା ଏବଂ ଏହାର ଉପକୂଳରେ ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ୍‌ ପାଇଁ ଶୀତର ପ୍ରକୋପ କମୁଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ୨୧ ଏବଂ ୨୨ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେବ । କିଛି ସ୍ଥାନରେ ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।୨୧ ତାରିଖ ଦିନ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କନ୍ଧମାଳ, କଳାହାଣ୍ଡି, ସୋନପୁରର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବ । ସେହିପରି ୨୨ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେବ । ଘନ କୁହୁଡ଼ି ପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ

ଆସନ୍ତା ୨ ଦିନ ପାଇଁ ରାଜ୍ୟରେ ଅଳ୍ପ ଥଣ୍ଡା ଅନୁଭୂତ ହେବ । ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ବିଶେଷ କରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ । ରବିବାର ଅନୁଗୁଳ ଏବଂ ମାଲକାନଗିରିର ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ ଅନ୍ୟ ସହରର ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି ।

କୁହୁଡ଼ି ହେଲା କାଳ: ୬ଫୁଟ୍ ତଳକୁ ଖସିଲା ବୋଲେରୋ

Leave a Reply