spot_img

Latest Posts

କଟକର ପୂର୍ବତନ ମେୟର ସୋମେନ୍ଦ୍ର ଘୋଷଙ୍କ ପରଲୋକ

ନନ୍ଦିଘୋଷ ବ୍ୟୁରୋ :  କଟକର ପୂର୍ବତନ ମେୟର ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୋମେନ୍ଦ୍ର ଘୋଷଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି।

ଅସୁସ୍ଥତା କାରଣରୁ ଗତ ୫ ଦିନ ହେବ ସେ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ଅକାଳ ବିୟୋଗରେ କଟକର ରାଜନୈତିକ ଓ ସାମାଜିକ ମହଲରେ ଶୋକର ଛାୟା ଖେଳିଯାଇଛି।

କଟକର ମେୟର ସୁବାସ ସିଂ, ସାଂସଦ ଦେବାଶିଷ ସାମନ୍ତରାୟ, ପୂର୍ବତନ ମେୟର ମୀନାକ୍ଷୀ ବେହେରାଙ୍କ ସମେତ ବହୁ କଟକବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Latest Posts

Don't Miss