ଭୁବନେଶ୍ୱର: ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର ୨୭ ତାରିଖରୁ ୨୬ ଫେବ୍ରୁଆରୀ ୨୦୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ଦଳର ସାଙ୍ଗଠନିକ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ବିଜେଡି ସଭାପିତ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ପ୍ରତାପ କେଶରୀ ଦେବଙ୍କୁ ନିଯୁକ୍ତି କରିବା ପରେ ଶ୍ରୀ ଦେବ ୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ସମସ୍ତ ବ୍ଲକ ଓ ନଗରାଞ୍ଚଳ ପାଇଁ ସହାୟକ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତ କରିଛନ୍ତି ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨୭ ଡିସେମ୍ବର ୨୦୧୯ରୁ ୧୩ ଜାନୁଆରୀ ୨୦୨୦ ମଧ୍ୟରେ ହେବ । ଏହି ପର୍ଯ୍ୟାୟରେ ପଞ୍ଚାୟତ ସଭାପତି ସହିତ କମିଟି ସଭ୍ୟ, ନଗରାଞ୍ଚଳର ୱାର୍ଡ ସଭାପତି ସହିତ କମିଟି ସଭ୍ୟପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ୧୪ ଜାନୁଆରୀ ୨୦୨୦ରୁ ଆରମ୍ଭ ହୋଇ ୨୯ ଜାନୁଆରୀ ୨୦୨୦ରେ ଶେଷ ହେବ । ଏଥିରେ ବ୍ଲକ ସଭାପତି ସହିତ ବ୍ଲକ କମିଟି ସଭ୍ୟ, ଏନ୍ଏସି ସଭାପତି ସହିତ ଏନ୍ଏସି କମିଟି ସଭ୍ୟ, ମ୍ୟୁନିଲିପାଲିଟି ସଭାପତି, ସଭ୍ୟ ଓ ମହାନଗର ନିଗମ ସଭାପତି, ନଗର କମିଟି ସଭ୍ୟ ପଦ ପାଇଁ ନିର୍ବାଚନ ହେବ ।
ତୃତୀୟ ପର୍ଯ୍ୟାୟ ୩୦ ଜାନୁଆରୀ ୨୦୨୦ରୁ ୧୫ ଫେବ୍ରୁଆରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ । ସେହିପରି ଚତୁର୍ଥ ପର୍ଯ୍ୟାୟ ୧୬ ଫେବ୍ରୁଆରୀ ୨୦୨୦ରୁ ୧୮ ଫେବ୍ରୁଆରୀ ୨୦୨୦ ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟ ପରିଷଦ ସଭ୍ୟପଦ ପାଇଁ ନିର୍ବାଚନ ହେବ । ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ୨୩ ଫେବ୍ରୁଆରୀରୁ ଆରମ୍ଭ ହୋଇ ୨୬ ଫେବ୍ରୁଆରୀରେ ଶେଷ ହେବ । ଏହି ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଓ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପ୍ରେସମିଟରେ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ସୂଚନା ଦେଇଛନ୍ତି ।
୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ
ଭୁବନେଶ୍ୱର: ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର ୨୭ ତାରିଖରୁ ୨୬ ଫେବ୍ରୁଆରୀ ୨୦୨୦ ମଧ୍ୟରେ ହେବ । ପ୍ରେସମିଟରେ ସୂଚନା ଦେଲେ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ।
ଭୁବନେଶ୍ୱର: ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ । ଡିସେମ୍ବର ୨୭ ତାରିଖରୁ ୨୬ ଫେବ୍ରୁଆରୀ ୨୦୨୦ ମଧ୍ୟରେ ହେବ । ପ୍ରେସମିଟରେ ସୂଚନା ଦେଲେ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ।
ଦିଲ୍ଲୀ-ଏନସିଆର ସମେତ ୪ ରାଜ୍ୟରେ ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ସହ ଉତ୍ତର ଭାରତର ଅନେକ ସ୍ଥାନର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି ।
ମିଳିଥିବା ସୂଚନା ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଆଫଗାନିସ୍ତାନର ହିନ୍ଦକୁଶ ପର୍ବତମାଳା । ଦିଲ୍ଲୀ ସହ ଚଣ୍ଡିଗଡ଼, କଶ୍ମୀରରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଖବର ମିଳିଛି । ତେବେ, କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।
https://twitter.com/ANI/status/1207996613735698433
ପାକିସ୍ତାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଇସଲାମାବାଦ ସହ ଅନ୍ୟ ସହରରେ ଭୂମିକମ୍ପ ପ୍ରାୟ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ମିଳିଛି ।
ପୋଲିସ ବାନ୍ଧି ନେଲେ ବି ଆପଣଙ୍କ ଏହି ସବୁ ଅଧିକାର ରହିଛି
ସଂଶୋଧିତ ନାଗରିକତ୍ୱ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ଜାରି ରହିଛି । ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହିଂସା ଭିଆଉଛନ୍ତି । ଯାହାକୁ ପ୍ରଶମିତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ତଥାପି କିଛି ସ୍ଥାନରେ ଲୋକେ କର୍ଫ୍ୟୁ ଭାଙ୍ଗି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏଥିଲାଗି ପୋଲିସ ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀଙ୍କୁ ଅଟକ କରିଛି । ଯଦି ଆପଣ ବି କୌଣସି ପ୍ରକାର ବିକ୍ଷୋଭ କିମ୍ବା ପ୍ରତିବାଦରେ ସାମିଲ ହୋଇ ଅଟକ ହୁଅନ୍ତି, ତେବେ ଜାଣିରଖନ୍ତୁ ଅଟକ ପରେ ବି ଆପଣଙ୍କ କ’ଣ କ’ଣ ଅଧିକାର ରହିଛି ।

- ଅଟକ ହେବା ଗିରଫ ହେବା ସହ ସମାନ ନୁହଁ ।
- ପୋଲିସ ଦ୍ୱାରା ଅଟକ ହୋଇଥିବା ବ୍ୟକ୍ତିଙ୍କୁ ଅଟକ ହେବାର ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ୍ଙ୍କ ସମ୍ମୁଖରେ ହାଜର କରେଇବାକୁ ପଡ଼େ ।
- ସେମାନେ କାହିଁକି ଅଟକ ହୋଇଛନ୍ତି । କେଉଁ କେଉଁ ଧାରାରେ ପୋଲିସ ତାଙ୍କୁ ଅଟକ କରିଛି ସେ ନେଇ ଜାଣିବାର ଅଧିକାର ରହିଛି ।
- ଅଟକ ହୋଇଥିବା ବ୍ୟକ୍ତି ନିଜ ଓକିଲଙ୍କୁ ଡାକିବା ପାଇଁ ପୋଲିସକୁ କହିପାରିବେ । ପଚରାଉଚରା ବେଳେ ମଧ୍ୟ ଓକିଲ ଉପସ୍ଥିତ ରହିପାରିବେ ।
- ପଚରାଉଚରା ବେଳେ ତାଙ୍କର ଚୁପ୍ ରହିବାର ମଧ୍ୟ ଅଧିକାର ରହିଛି । କାହିଁକି ନା’ ସେ ଦେଇଥିବା ଉତ୍ତର ତାଙ୍କ ବିରୋଧରେ କୋର୍ଟରେ ବ୍ୟବହାର ହୋଇପାରେ ।
- ପଚରାଉଚରା ବେଳେ ଅଟକ ହୋଇଥିବା ବ୍ୟକ୍ତି ଚାହିଁଲେ ଚୁପ୍ ରହିବା ସହ ପୋଲିସ ଦ୍ୱାରା ଦିଆଯାଇଥିବା କୌଣସି କାଗଜପତ୍ର, ବଣ୍ଡରେ ଦସ୍ତଖତ କରିବାକୁ ବାଧ୍ୟ ନୁହଁନ୍ତି ।
- ଅଟକ ହୋଇଥିବା ବ୍ୟକ୍ତି ଆହତ କିମ୍ୱା ଗୁରୁତର ହୋଇଥିଲେ ସେ ଚିକିତ୍ସା କରାଇପାରିବେ ।
- ଅଟକ ହୋଇଥିବା ବ୍ୟକ୍ତି ଯଦି ଜଣେ ମହିଳା, ତା’ହେଲେ ତାଙ୍କୁ ଜଣେ ମହିଳା କର୍ମଚାରୀ ହିଁ ଅଟକ କରିପାରିବେ । ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ୱା ସୂର୍ଯ୍ୟୋଦୟ ପରେ ଅଟକ କରିପାରିବେ ।
- ପୋଲିସ ଦ୍ୱାରା ଅଟକ ହେବା ପରେ ତାଙ୍କୁ କୁଆଡେ ନିଆଯାଉଛି ସେ ନେଇ ଜାଣିବାର ଅଧିକାର ରହିଛି ।
ନୂଆଦିଲ୍ଲୀ: ଭୂମିକମ୍ପର କେନ୍ଦ୍ରସ୍ଥଳ ହିନ୍ଦକୁଶ ପର୍ବତମାଳା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ । ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଥିବା ସୂଚନା ।
ନୂଆଦିଲ୍ଲୀ: ଭୂମିକମ୍ପର କେନ୍ଦ୍ରସ୍ଥଳ ହିନ୍ଦକୁଶ ପର୍ବତମାଳା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୮ । ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଝଟକା ଅନୁଭୂତ ହୋଇଥିବା ସୂଚନା ।
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ।
ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆର ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ।
କାମ କରିବାକୁ ଯାଇ ହଜି ଯାଇଥିଲେ, ୫୫ ବର୍ଷ ପରେ ଘରକୁ ଫେରିଲେ
ଝାରସୁଗୁଡ଼ା: ଯୁବକ ଅବସ୍ଥାରେ ଘର ଛାଡିଥିଲେ ଆଉ ବୃଦ୍ଧ ବୟସରେ ଫେରିଲେ । ଦୀର୍ଘ ୫୫ ବର୍ଷ ପରେ ଘରକୁ ବାହୁଡ଼ିଲେ । ଝାରସୁଗୁଡ଼ା ବ୍ରଜରାଜନଗର ଗାୟତ୍ରୀନଗରର ଅଯୋଧ୍ୟା ବେସନଙ୍କ ବଡ ଭାଇ ଚାରୁ ବେସନ । ୨୨ ବର୍ଷ ବୟସରେ ଘର ଛାଡି କୁଆଡେ ପଳାଇଥିଲେ । ବହୁ ଖୋଜା ଖୋଜି ପରେବି ମିଳିନଥିଲେ ଚାରୁ । ୫୫ ବର୍ଷ ପରେ ଘରକୁ ଫେରିବା ପରେ ବେଶ ଖୁସି ଥିବାକହିଛନ୍ତି ଚାରୁ ।
ସୂଚାନା ଅନୁଯାୟୀ, ଚାରୁ ୨୨ ବର୍ଷ ବୟସରେ କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ବହୁ ଖୋଜା ଖୋଜି ପରେ ମଧ୍ୟ ସେ ମିଳି ନଥିଲେ । ଘରୁ ଚାଲିଯିବା ପରେ ପଶ୍ଚିମବଙ୍ଗର ଯୋଦ୍ଧପୁର ରେଳ ଷ୍ଟେସନରେ ମାଗିଯାଚି ଚଳୁଥିଲେ ଚାରୁ ।

ସେଠାରେ ଥିବା ହମରେଡିଓ କ୍ଲବ କର୍ମକର୍ତ୍ତା ତାଙ୍କୁ ତାଙ୍କ ପରିଚୟ ପଚାରିଥିଲେ । ସେ ଓଡିଶା କହିଥିଲେ ମଧ୍ୟ ସଠିକ୍ ଠିକଣା କହିପାରି ନଥିଲେ । ପରେ ସଙ୍ଗଠନ କର୍ମକର୍ତ୍ତା ଓ ପୋଲିସ ସାହାଯ୍ୟରେ ପଶ୍ଚିମବଙ୍ଗ ଯୋଦ୍ଧପୁର ରେଳଷ୍ଟେସନରୁ ଉଦ୍ଧାର କରାଯାଇଥିଲା ତାଙ୍କୁ । ସେପଟେ ଘର ଲୋକ ମଧ୍ୟ ହଜିଲା ପୁଅକୁ ଘରେ ପାଇ ଭାବପ୍ରବଣ ହୋଇଯାଇଛନ୍ତି । ପୋଲିସ ଏବଂ ସମ୍ପୃକ୍ତ ସଙ୍ଗଠନ କର୍ମକର୍ତ୍ତାଙ୍କ ଯୋଗୁଁ ନିଜ ଘରକୁ ଫେରିପାରିଥିବା କହିଛନ୍ତି ଚାରୁ ।

ମୟୂରଭଞ୍ଜ ଗସ୍ତରେ ମୁଖ୍ୟ ଶାସନ ସଚିବ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ
ବାରିପଦା: ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ମୟୁରଭଞ୍ଜ ଗସ୍ତ । ସେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ଏଥି ସହିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ହସ୍ପିଟାଲର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ଠାରୁ ମଧ୍ୟ ବୁଝିଛନ୍ତି ।

ପିଆରଏମ୍ ଉପରେ ଆଲୋଚନା କରିବା ସହ ରୋଗୀ ମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହାସହ ଡାଏଲେସିସ୍ କେନ୍ଦ୍ର ପରିଦର୍ଶନ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ପରିଦର୍ଶନ ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।

୨୦୨୦ରେ ପୃଥିବୀ ଧ୍ୱଂସ ହୋଇପାରେ । ଏମିତି ଭବିଷ୍ୟବାଣୀ କରିଛନ୍ତି ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ବିଦ୍ ନୋସ୍ତ୍ରାଦମସ୍
୨୦୨୦ ମସିହା ବିଶ୍ୱ ପାଇଁ ବିଧ୍ୱଂସକ ହୋଇପାରେ । ସାରା ବିଶ୍ୱରେ ହିଂସାକାଣ୍ଡ ଚରମସୀମା ଛୁଇଁପାରେ । ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ବି ଏଡାଇ ଦେଇ ହେବନି । ଅର୍ଥନୀତିରେ ବଡ଼ ଅବନତି ଦେଖାଦେଇପାରେ । ଏମିତି ଭବିଷ୍ୟବାଣୀ କରିଛନ୍ତି ସବୁଠୁ ବିଶ୍ୱାସଯୋଗ୍ୟ ଭବିଷ୍ୟବକ୍ତା ନୋସ୍ତ୍ରାଦମସ୍ ।
ବିଶ୍ୱର ପ୍ରସିଦ୍ଧ ଜ୍ୟୋତିର୍ବିଦ୍ ନୋସ୍ତ୍ରାଦମସ୍ ୨୦୨୦ ପାଇଁ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଶୁଣିଲେ ମନରେ ଛାନିଆ ପଶୁଛି । ବର୍ଷ ୨୦୨୦ ମାନବ ସମାଜ ପାଇଁ ଏକ ଭଲ ବର୍ଷ ନୁହେଁ, ବିଶ୍ୱ ବିନାଶ ହୋଇପାରେ ବୋଲି ସଂକେତ ଦେଇଛନ୍ତି ନୋସ୍ତ୍ରାଦମସ୍ । ବିଶ୍ୱର ଅନ୍ୟ କେତେକ ଜ୍ୟୋତିର୍ବିଦ୍ ମଧ୍ୟ ଏହି ବର୍ଷ ବିନାଶ ନେଇ ଗଣନା କରିଛନ୍ତି ।

୨୦୨୦ରେ କ’ଣ ହୋଇପାରେ ?
ନୋସ୍ତ୍ରାଦମସ୍ଙ୍କ ଆକଳନ ଅନୁଯାୟୀ ୨୦୨୦ରୁ ନୂଆ ଯୁଗର ଆରମ୍ଭ ହେବ । ତାଙ୍କ ଲେଖା ଅନୁଯାୟୀ ଏହି ବର୍ଷ ବିଶ୍ୱର ଅନେକ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବ । ଶତାବ୍ଦୀର ସବୁଠୁ ବଡ଼ ଆର୍ଥିକ ସଂକଟ ମଧ୍ୟ ଦେଖାଦେବ । ପୂର୍ବ ତୁଳନାରେ ଲୋକମାନେ ଅଧିକ ଜାଗ୍ରତ ରହିବେ ଓ ସେମାନେ ଆଧ୍ୟାତ୍ମିକତା ଆଡ଼କୁ ଅଧିକ ଢ଼ଳିବେ । ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସତ୍ୟରେ ପରିଣତ ହୋଇପାରେ । ଏସିଆରେ ଆମେରିକା ବଡ଼ ସୈନ୍ୟ ଅଭ୍ୟାସ କରିପାରେ । ବିଶ୍ୱର ଅନେକ ବଡ଼ ସହରରେ ଗୃହଯୁଦ୍ଧ ଭଳି ଅବସ୍ଥା ସୃଷ୍ଟି ହେବ ।

ଲୋକମାନେ ସଡକକୁ ଆସି ସ୍ୱର ଉତ୍ତୋଳନ କରିବେ । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ହତ୍ୟା ଉଦ୍ୟମ ହୋଇପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । ୨୦୨୦ରେ ଇଂଲଣ୍ଡର ମହାରାଣୀ ଶେଷ ନିଃଶ୍ୱାସ ତ୍ୟାଗ କରିପାରନ୍ତି । ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ଦୁନିଆ ଉପରେ ପଡ଼ିବ । ପ୍ରଦୂଷଣ ରୋକିବାକୁ ବିଶ୍ୱବାସୀ ଜାଗ୍ରତ ହେବେ । ବିଶ୍ୱର କେତେକ ସ୍ଥାନରେ ପ୍ରଳୟଙ୍କାରୀ ଭୂକମ୍ପ ଅନୁଭୂତ ହୋଇପାରେ । କେଉଁଠି କେଉଁଠି ଭୟଙ୍କର ବନ୍ୟା ତ ଆଉ କେଉଁଠି ଆତଙ୍କବାଦୀଙ୍କ ଆତଙ୍କ ଦେଖିବାକୁ ମିଳିପାରେ । ଧାର୍ମିକ ଅତିବାଦ ଯୋଗୁଁ ମଧ୍ୟପୂର୍ବ ଦେଶଗୁଡ଼ିକରେ ଅଶାନ୍ତି ବଢ଼ିବା ସହ ଗୃହଯୁଦ୍ଧ ଲାଗିରହିବ । ସେଥିପାଇଁ ବହୁ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେବେ ।

ଧ୍ୱଂସ ଭିତରେ ଆଶାର ଆଲୋକ
ନୋସ୍ତ୍ରାଦମସ୍ଙ୍କ ଏହି ଭୟଙ୍କର ଭବିଷ୍ୟବାଣୀ ମଧ୍ୟରେ ଏକ ଆଶାର ଆଲୋକ ମଧ୍ୟ ରହିଛି । ତାଙ୍କ ମତରେ, ୨୦୨୦ରେ ଚିକିତ୍ସା କ୍ଷେତ୍ରରେ ଦେଶଗୁଡ଼ିକ ଅଧିକ ପ୍ରଗତି କରିବେ ଯାହା ଲୋକଙ୍କ ହାରାହାରି ଆୟୁ ବୃଦ୍ଧି କରାଇବ ।
କିଏ ଏହି ନୋସ୍ତ୍ରାଦମସ୍ ?
ମାଇକେଲ ଡି ନୋସ୍ତ୍ରାଦମସ୍ ହେଉଛନ୍ତି ଫ୍ରାନ୍ସର ଜଣେ ଭବିଷ୍ୟବକ୍ତା । ଷୋଡ଼ଶ ଶତାବ୍ଦୀରେ ସେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଅନେକ କ୍ଷେତ୍ରରେ ସତ୍ୟରେ ପରିଣତ ହୋଇଥିବା ତାଙ୍କ ସମର୍ଥକମାନେ ଦାବି କରନ୍ତି । କବିତା ମାଧ୍ୟମରେ ସେ ଏଭଳି କିଛି ସାଂକେତିକ ବର୍ଣ୍ଣନା କରିଯାଇଛନ୍ତି ଯାହାକି ଭବିଷ୍ୟତରେ ଘଟିଛି । ତାଙ୍କ ଭବିଷ୍ୟବାଣୀ ଉପରେ ସାରା ବିଶ୍ୱର ବିଶ୍ୱାସ ।

ନୋସ୍ତ୍ରାଦମସ୍ଙ୍କ କେଉଁ କଥା ସତ ହୋଇଛି
୪୦୦ରୁ ଅଧିକ ବର୍ଷ ତଳେ ନୋସ୍ତ୍ରାଦମସ୍ ଭବିଷ୍ୟବାଣୀ କରିଥିଲେ, ଯେଉଁଥିରୁ କେତେକ ସତ୍ୟ ହୋଇଛି । ପ୍ରିନ୍ସେସ୍ ଡାଏନାଙ୍କ ମୃତ୍ୟୁ, ଆଡଲଫ ହିଟଲରଙ୍କ ଉତ୍ଥାନ, ପରମାଣୁ ବୋମା, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆକ୍ରମଣ, ଟ୍ରମ୍ପ ରାଷ୍ଟ୍ରପତି ହେବା ଆଦି ଘଟଣା ସମ୍ପର୍କରେ ସଂକେତ ଦେଇଥିଲେ ନୋସ୍ତ୍ରାଦମସ । ଭାରତରେ ମୋଦି ଯୁଗର ଆରମ୍ଭ ନେଇ ମଧ୍ୟ ତାଙ୍କ ପୁସ୍ତକରେ ଉଲ୍ଲେଖ ଥିଲା ।



ଅନଲାଇନ କିଣାବିକା ସାଇଟ୍ ଓଏଲଏକ୍ସରେ ବ୍ଲାକରେ ମିଳୁଛି ଟିକେଟ୍ । ଜଣେ ୟୁଜର ୧ ନମ୍ବର ଗ୍ୟାଲେରିର ଟିକେଟ୍ କରି ବିକ୍ରି ପାଇଁ ଓଏଲଏକ୍ସରେ ପୋଷ୍ଟ କରିଛନ୍ତି । ବ୍ରୋକର ଜଣଙ୍କ ଅନଲାଇନରେ ଟିକେଟ ଦାମ୍ ୩୫୦୦ ଟଙ୍କା ରଖିଥିବା ବେଳେ ଟିକେଟର ପ୍ରକୃତ ମୂଲ୍ୟ ହେଉଛି ମାତ୍ର ୪୦୦ ଟଙ୍କା ।
ତେବେ, ଟିକେଟ୍ ବ୍ରୋକର ଓ ବ୍ଲାକିଂ ବନ୍ଦ ପାଇଁ ଓସିଏ ପଦକ୍ଷେପ ନେଇଥିବା କହୁଥିଲେ ମଧ୍ୟ ଅନଲାଇନରେ ଟିକେଟ୍ କେମିତି ମିଳୁଛି ? ଏଥିରେ ଓସିଏର କୌଣସି କର୍ମଚାରୀଙ୍କ ହାତ ନାହିଁ ତ ? ବ୍ରୋକର ଜଣକ କେବଳ OLX ନା ଅନ୍ୟ ଅନଲାଇନ୍ ସାଇଟରେ ଟିକେଟକୁ ଚଢ଼ାଦରରେ ବିକ୍ରି କରୁଛନ୍ତି ? ଏସବୁର ତଦନ୍ତ ପାଇଁ ଦାବି ହେଉଛି ।