୨୦୨୦ରେ ପୃଥିବୀ ଧ୍ୱଂସ ହୋଇପାରେ । ଏମିତି ଭବିଷ୍ୟବାଣୀ କରିଛନ୍ତି ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ନୋସ୍ତ୍ରାଦମସ୍‌

୨୦୨୦ ମସିହା ବିଶ୍ୱ ପାଇଁ ବିଧ୍ୱଂସକ ହୋଇପାରେ । ସାରା ବିଶ୍ୱରେ ହିଂସାକାଣ୍ଡ ଚରମସୀମା ଛୁଇଁପାରେ । ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ବି ଏଡାଇ ଦେଇ ହେବନି । ଅର୍ଥନୀତିରେ ବଡ଼ ଅବନତି ଦେଖାଦେଇପାରେ । ଏମିତି ଭବିଷ୍ୟବାଣୀ କରିଛନ୍ତି ସବୁଠୁ ବିଶ୍ୱାସଯୋଗ୍ୟ ଭବିଷ୍ୟବକ୍ତା ନୋସ୍ତ୍ରାଦମସ୍‌ ।
ବିଶ୍ୱର ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ନୋସ୍ତ୍ରାଦମସ୍‌ ୨୦୨୦ ପାଇଁ ଯେଉଁ ଭବିଷ୍ୟବାଣୀ କରିଛନ୍ତି ତାହା ଶୁଣିଲେ ମନରେ ଛାନିଆ ପଶୁଛି । ବର୍ଷ ୨୦୨୦ ମାନବ ସମାଜ ପାଇଁ ଏକ ଭଲ ବର୍ଷ ନୁହେଁ, ବିଶ୍ୱ ବିନାଶ ହୋଇପାରେ ବୋଲି ସଂକେତ ଦେଇଛନ୍ତି ନୋସ୍ତ୍ରାଦମସ୍‌ । ବିଶ୍ୱର ଅନ୍ୟ କେତେକ ଜ୍ୟୋତିର୍ବିଦ୍‌ ମଧ୍ୟ ଏହି ବର୍ଷ ବିନାଶ ନେଇ ଗଣନା କରିଛନ୍ତି ।

୨୦୨୦ରେ କ’ଣ ହୋଇପାରେ ?

ନୋସ୍ତ୍ରାଦମସ୍‌ଙ୍କ ଆକଳନ ଅନୁଯାୟୀ ୨୦୨୦ରୁ ନୂଆ ଯୁଗର ଆରମ୍ଭ ହେବ । ତାଙ୍କ ଲେଖା ଅନୁଯାୟୀ ଏହି ବର୍ଷ ବିଶ୍ୱର ଅନେକ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବ । ଶତାବ୍ଦୀର ସବୁଠୁ ବଡ଼ ଆର୍ଥିକ ସଂକଟ ମଧ୍ୟ ଦେଖାଦେବ । ପୂର୍ବ ତୁଳନାରେ ଲୋକମାନେ ଅଧିକ ଜାଗ୍ରତ ରହିବେ ଓ ସେମାନେ ଆଧ୍ୟାତ୍ମିକତା ଆଡ଼କୁ ଅଧିକ ଢ଼ଳିବେ । ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ସତ୍ୟରେ ପରିଣତ ହୋଇପାରେ । ଏସିଆରେ ଆମେରିକା ବଡ଼ ସୈନ୍ୟ ଅଭ୍ୟାସ କରିପାରେ । ବିଶ୍ୱର ଅନେକ ବଡ଼ ସହରରେ ଗୃହଯୁଦ୍ଧ ଭଳି ଅବସ୍ଥା ସୃଷ୍ଟି ହେବ ।

ଲୋକମାନେ ସଡକକୁ ଆସି ସ୍ୱର ଉତ୍ତୋଳନ କରିବେ । ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ ହୋଇପାରେ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । ୨୦୨୦ରେ ଇଂଲଣ୍ଡର ମହାରାଣୀ ଶେଷ ନିଃଶ୍ୱାସ ତ୍ୟାଗ କରିପାରନ୍ତି । ଜଳବାୟୁ ପରିବର୍ତ୍ତନର  ପ୍ରଭାବ ସାରା ଦୁନିଆ ଉପରେ ପଡ଼ିବ । ପ୍ରଦୂଷଣ ରୋକିବାକୁ ବିଶ୍ୱବାସୀ ଜାଗ୍ରତ ହେବେ । ବିଶ୍ୱର କେତେକ ସ୍ଥାନରେ ପ୍ରଳୟଙ୍କାରୀ ଭୂକମ୍ପ ଅନୁଭୂତ ହୋଇପାରେ । କେଉଁଠି କେଉଁଠି ଭୟଙ୍କର ବନ୍ୟା ତ ଆଉ କେଉଁଠି ଆତଙ୍କବାଦୀଙ୍କ ଆତଙ୍କ ଦେଖିବାକୁ ମିଳିପାରେ । ଧାର୍ମିକ ଅତିବାଦ ଯୋଗୁଁ ମଧ୍ୟପୂର୍ବ ଦେଶଗୁଡ଼ିକରେ ଅଶାନ୍ତି ବଢ଼ିବା ସହ ଗୃହଯୁଦ୍ଧ ଲାଗିରହିବ । ସେଥିପାଇଁ ବହୁ ଲୋକ ଦେଶ ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେବେ ।

ଧ୍ୱଂସ ଭିତରେ ଆଶାର ଆଲୋକ

ନୋସ୍ତ୍ରାଦମସ୍‌ଙ୍କ ଏହି ଭୟଙ୍କର ଭବିଷ୍ୟବାଣୀ ମଧ୍ୟରେ ଏକ ଆଶାର ଆଲୋକ ମଧ୍ୟ ରହିଛି । ତାଙ୍କ ମତରେ, ୨୦୨୦ରେ ଚିକିତ୍ସା କ୍ଷେତ୍ରରେ ଦେଶଗୁଡ଼ିକ ଅଧିକ ପ୍ରଗତି କରିବେ ଯାହା ଲୋକଙ୍କ ହାରାହାରି ଆୟୁ ବୃଦ୍ଧି କରାଇବ ।

କିଏ ଏହି ନୋସ୍ତ୍ରାଦମସ୍‌ ?
ମାଇକେଲ ଡି ନୋସ୍ତ୍ରାଦମସ୍‌ ହେଉଛନ୍ତି ଫ୍ରାନ୍‌ସର ଜଣେ ଭବିଷ୍ୟବକ୍ତା । ଷୋଡ଼ଶ ଶତାବ୍ଦୀରେ ସେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଅନେକ କ୍ଷେତ୍ରରେ ସତ୍ୟରେ ପରିଣତ ହୋଇଥିବା ତାଙ୍କ ସମର୍ଥକମାନେ ଦାବି କରନ୍ତି । କବିତା ମାଧ୍ୟମରେ ସେ ଏଭଳି କିଛି ସାଂକେତିକ ବର୍ଣ୍ଣନା କରିଯାଇଛନ୍ତି ଯାହାକି ଭବିଷ୍ୟତରେ ଘଟିଛି । ତାଙ୍କ ଭବିଷ୍ୟବାଣୀ ଉପରେ ସାରା ବିଶ୍ୱର ବିଶ୍ୱାସ ।

ନୋସ୍ତ୍ରାଦମସ୍‌ଙ୍କ କେଉଁ କଥା ସତ ହୋଇଛି
୪୦୦ରୁ ଅଧିକ ବର୍ଷ ତଳେ ନୋସ୍ତ୍ରାଦମସ୍‌ ଭବିଷ୍ୟବାଣୀ କରିଥିଲେ, ଯେଉଁଥିରୁ କେତେକ ସତ୍ୟ ହୋଇଛି । ପ୍ରିନ୍‌ସେସ୍‌ ଡାଏନାଙ୍କ ମୃତ୍ୟୁ, ଆଡଲଫ ହିଟଲରଙ୍କ ଉତ୍‌ଥାନ, ପରମାଣୁ ବୋମା, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୯/୧୧ ଆକ୍ରମଣ, ଟ୍ରମ୍ପ ରାଷ୍ଟ୍ରପତି ହେବା ଆଦି ଘଟଣା ସମ୍ପର୍କରେ ସଂକେତ ଦେଇଥିଲେ ନୋସ୍ତ୍ରାଦମସ । ଭାରତରେ ମୋଦି ଯୁଗର ଆରମ୍ଭ ନେଇ ମଧ୍ୟ ତାଙ୍କ ପୁସ୍ତକରେ ଉଲ୍ଲେଖ ଥିଲା ।

Leave a Reply