ଦିଲ୍ଲୀ-ଏନସିଆର ସମେତ ୪ ରାଜ୍ୟରେ ଭୂମିକମ୍ପ ଅନୁଭୂତ

1 min read

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ ସହ ଉତ୍ତର ଭାରତର ଅନେକ ସ୍ଥାନର ଝଟକା ଅନୁଭୂତ ହୋଇଥିବା ଜଣାପଡ଼ିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରହିଛି ।ମିଳିଥିବା ସୂଚନା ଅନୁଯାୟୀ ଭୂମିକମ୍ପର କେନ୍ଦ୍ରସ୍ଥଳ ହେଉଛି ଆଫଗାନିସ୍ତାନର ହିନ୍ଦକୁଶ ପର୍ବତମାଳା । ଦିଲ୍ଲୀ ସହ ଚଣ୍ଡିଗଡ଼, କଶ୍ମୀରରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିବା ଖବର ମିଳିଛି । ତେବେ, କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ।

https://twitter.com/ANI/status/1207996613735698433

ପାକିସ୍ତାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଇସଲାମାବାଦ ସହ ଅନ୍ୟ ସହରରେ ଭୂମିକମ୍ପ ପ୍ରାୟ ୧୦ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ମିଳିଛି ।

Leave a Reply