spot_img
Home Blog Page 7523

ବୋଲିଂ ନୁହେଁ, ଆକ୍ସନରେ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାନ୍ତି ଏହି ବୋଲର..

0

ଫଟୋଟି ଜଣେ ବୋଲରଙ୍କର ବୋଲି ତ ଜଣାପଡ଼ୁଛି । ମାତ୍ର କେଉଁ ହାତ କୁଆଡେ, କେଉଁ ଆଡ଼କୁ ବଲ ଫିଙ୍ଗୁଛନ୍ତି ତାହା ହଠାତ୍‌ ବୁଝିବା ମୁସ୍କିଲ । ଆମେ କହୁଛି ଶ୍ରୀଲଙ୍କାର ଏହି ଯୁବ ପ୍ରତିଭା ତଥା ଲେଗ୍‌ ବ୍ରେକ୍‌ ବୋଲର କେଭିନ୍‌ କୋଥିଗୋଡା ।
ନିଜର ବୋଲିଂ ଆକ୍ସନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛି ଶ୍ରୀଲଙ୍କା ଟିମ୍‌ । ନିଜର ନିଆରା ବୋଲର ତଥା ସେମାନଙ୍କ ବୋଲିଂ ଆକ୍ସନ ପାଇଁ କ୍ରିକେଟପ୍ରେମୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି । ଏସବୁ କ୍ଷେତ୍ରରେ ଲସିଥ ମାଲିଙ୍ଗାଙ୍କ ନାଁ ଆଗରେ । ନିଜର ଆକ୍ସନ ପାଇଁ ବେଶ୍‌ ଚର୍ଚ୍ଚିତ ହୋଇଥିଲେ ମାଲିଙ୍ଗା । ଆକ୍ସନ ସାଙ୍ଗକୁ ୟୋକର ଲେନ୍‌ଥ ବଲ୍‌ ବହୁତ ପ୍ରଭାବଶାଳୀ । ଅନ୍ୟମାନଙ୍କ ମଧ୍ୟରେ ମୁଥେୟା ମୁରଲିଧରଣ, ମେଣ୍ଡିସ ଆଦି ଅନ୍ୟତମ

ତେବେ କେଭିନ୍‌ଙ୍କ ବୋଲିଂ ଆକ୍ସନର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଦେଖିଲେ ବି ବିଶ୍ୱାସ ହେବନି ଜଣେ ଏଭଳି ଆକ୍ସନରେ ବୋଲିଂ କରିପାରେ । ତାହା ପୁଣି ସଠିକ୍‌ ଦିଶାରେ । ସେ ହେଉଛନ୍ତି ଯୁବ ପ୍ରତିଭା ତଥା ଡାହାଣ ହାତି ଲେଗ୍‌ ବ୍ରେକ୍‌ ବୋଲର କେଭିନ୍‌ କୋଥିଗୋଡ଼ା ।
କେଭିନ୍‌ଙ୍କ ପୂରା ନାଁ କୋଥିଗୋଡ଼ା କାନକାନ୍ମାଗେ କେଭିନ୍‌ । ବୟସ ୨୧ ବର୍ଷ କେଭିନ୍‌ ୮ଟି ପ୍ରଥମ ଶ୍ରେଣୀ ଓ ୬ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏବେ ଗାଲେ କ୍ରିକେଟ କ୍ଲବ ପାଇଁ ସେ ଖେଳୁଛନ୍ତି ।

କେଭିନ୍‌ କୁହନ୍ତି କ୍ରିକେଟରେ ପାଦ ଦେବା ଦିନଠୁ ହିଁ ତାଙ୍କର ଏଭଳି ବୋଲିଂ ଆକ୍ସନ ରହିଛି । ସେ କାହାକୁ ଅନୁସରଣ କରନ୍ତି ନାହିଁ । କେଭିନ୍‌ ଅଣ୍ଡର-୧୩, ୧୫, ୧୭ ଏବଂ ଅଣ୍ଡର-୧୯ ମ୍ୟାଚ ଖେଳିଛନ୍ତି । ମାତ୍ର ଆକ୍ସନରେ ପରିବର୍ତ୍ତନ ହୋଇନାହିଁ ।
କେଭିନ୍‌ଙ୍କ କହିବା ଅନୁସାରେ ଆରମ୍ଭରୁ ନିଜ ପିତାଙ୍କ ସହ ଟେନିସ ବଲ୍‌ରେ କ୍ରିକେଟ ଖେଳୁଥିବା ବେଳେ ଏଭଳି ଆକ୍ସନରେ ବୋଲିଂ କରିବା ଆରମ୍ଭ କରିଥିଲେ । ସେବେଠୁ ଏଭଳି ଆକ୍ସନ ଜାରି ରହିଛି ।

ଆବୁଧାବିରେ ବାଙ୍ଗଲା ଟାଇଗର୍ସ ପାଇଁ ଟି-୧୦ ମ୍ୟାଚ ଖେଳୁଥିବା ବେଳେ ତାଙ୍କର ଆକ୍ସନର ଭିଡ଼ିଓ ଭାଇରାଲ ହୋଇଥିଲା । ଆପଣ ଦେଖୁଥିବା ଫଟୋ ସେହି ମ୍ୟାଚର । ୱିକେଟଠୁ ବହୁ ଦୂରରେ ଏବଂ ପିଚ୍‌କୁ ନଦେଖି ସେ ବଲ୍‌ ଫିଙ୍ଗିଥାନ୍ତି । ମାତ୍ର ତାହା ସଠିକ୍‌ ଲାଇନ୍‌ ଓ ଲେନ୍ଥରେ ପଡ଼ିଥାଏ । ଏଭଳି ବିସ୍ମୟକାରୀ ଆକ୍ସନ ପାଇଁ ତାଙ୍କର କୌଣସି ଅସୁବିଧା ହୋଇନଥିବା କୁହନ୍ତି କେଭିନ୍‌ କୋଥିଗୋଡ଼ା ।

ଆଜିର ରାଶିଫଳ (୦୨/୧୨ /୨୦୧୯)

ଆଜିର ପଞ୍ଚାଙ୍ଗ

ଆଜି ୨୦୧୯ ମସିହା ଡିସେମ୍ବର ୨ ତାରିଖ । ସୋମବାର, ମାର୍ଗଶିର ଶୁକ୍ଲ ପକ୍ଷ, ସୌର ମାସ, ବିଛା ୧୬ ଦିନ, ୬ଷ୍ଠୀ ତିଥି, ଶ୍ରବଣା ନକ୍ଷତ୍ର, ଦିବା ୧୧/୪୭ ଗତେ ଧନିସ୍ଥା, ମକର ଚନ୍ଦ୍ର, ଧ୍ରୁବ ଯୋଗ, କୌଳବ କରଣ ।

ଚନ୍ଦ୍ର ଶୁଦ୍ଧି- ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶିର

ଘାତ ବାର- ମିଥୁନ ରାଶିର

ଘାତଚନ୍ଦ୍ର- ସିଂହ ରାଶିର

ରାହୁ କାଳ- ପ୍ରାତଃ ୭/୩୧ ମି.ରୁ ଦିବା ୮/୫୨ମି.

କାଳ ବେଳା- ପ୍ରାତଃ ୭/୩୧ ମି.ରୁ ଦିବା ୮/୫୨ମି.

ଶୁଭ ବେଳା- ଦିବା ୯/୦୩ ମି.ରୁ ଦିବା ୧୧/୧୪ ମି.

ପର୍ବ ପର୍ବାଣି- ଓଢ଼ଣୀ ଷଷ୍ଠୀ, ଶ୍ରୀ ମନ୍ଦିରରେ ଘୋଡ଼ଲାଗି ବେଶ ଆରମ୍ଭ

ଆଜିର ରାଶିଫଳ

ମେଷ- କର୍ମମୟ ଜୀବନରେ ସୁଖ, ସନ୍ତୋଷ ଲାଭ କରିବେ, ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ସାମାଜିକ ସ୍ତରରେ ଯଶ ଖ୍ୟାତି ଲାଭ କରିବେ । ପାରିବାରିକ ଜୀବନ ସମୃଦ୍ଧ ହେବ ।

ବୃଷ- ମନ ପସନ୍ଦର ଦ୍ରବ୍ୟ ଲାଭ ହେବ, କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସନୀୟ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପର୍ଣ୍ଣ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ- ନିଜର ଉନ୍ନତି ଦେଖି ଅନ୍ୟମାନେ ଇର୍ଷାନ୍ୱିତ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ । କୌଣସି କଥାକୁ କେନ୍ଦ୍ର କରି ପଡ଼ୋଶୀଙ୍କ ସହିତ କଳହ ହୋଇପାରେ । ପାରିବାରିକ ଜୀବନରେ ଅଶାନ୍ତି ଲାଗି ରହିବ ।

କର୍କଟ- ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତିରେ ଭାବ ପ୍ରବଣତା ଠାରୁ ଦୂରେଇ ରୁହନ୍ତୁ । କର୍ମମୟ ଜୀବନରେ ଉଦାସୀନ ରହିବେ ।

ସିଂହ- କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ପିତାମାତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ଆର୍ଥିକ କାରବାରରେ ଲାଭବାନ ହେବେ ।

କନ୍ୟା- ପାରିବାରିକ ଜୀବନ ସୁଖମୟ ହେବ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବ । ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ସାଙ୍ଗଠନିକ କାର୍ଯ୍ୟ ନେତୃତ୍ୱ ଲାଭ ହେବ ।

ତୁଳା- ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ମନ ଭାରାକ୍ରାନ୍ତ ରହିବ । ବନ୍ଧୁ ବର୍ଗଙ୍କ ସହିତ ମନାନ୍ତର/ମତାନ୍ତର ଦେଖା ଦେଇପାରେ । ଅଯଥା ବ୍ୟୟଭାର ବୃଦ୍ଧି ପାଇବ । ନିଜର ଦୂରଦୃଷ୍ଟିର ଅଭାବ ପାଇଁ ସମାଲୋଚନାର ଶିକାର ହେବେ ।

ବିଛା- ବିଭିନ୍ନ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ । କର୍ମ କ୍ଷେତ୍ରରେ ଅସ୍ଥିର ମନା ରହିପାରନ୍ତି । ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇବ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ।

ଧନୁ- ବହୁ ଦିନର ବିବାଦୀୟ ସମସ୍ୟାର ସମାଧାନ ହେବ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହୋଇପାରେ । ଗୃହରେ ଶୁଭ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ ହେବ । ଗୃହସ୍ଥ ଜୀବନ ସୁଖମୟ ହେବ ।

ମକର- ମାନସିକ ସ୍ତରରେ ଅସ୍ଥିର ରହିବେ । ଅଯଥା ବାର୍ତ୍ତାଳାପରୁ ଦୂରେଇ ରୁହନ୍ତୁ । ଦାନଶୀଳ ସ୍ୱଭାବ ଯୋଗୁଁ ସମାଜରେ ପ୍ରଶଂସନୀୟ ହେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ ।

କୁମ୍ଭ- କୌଣସି କାରଣରୁ ମନ ଭାରାକ୍ରାନ୍ତ ରହିବ । ଆଳସ୍ୟତା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ମନ୍ଥରତା ଦେଖା ଦେବ । ପାରିବାରିକ ଜୀବନ ବିଷାଦମୟ ରହିବ ।

ମୀନ- ନିଜ ସ୍ୱାଭିମାନରେ ସ୍ଥିତ ରହି ପ୍ରତ୍ୟକ ପରିସ୍ଥିତିକୁ ସାମନା କରନ୍ତୁ । ନୂତନ ଦ୍ରବ୍ୟ ଓ ଯାନବାହାନ ପ୍ରାପ୍ତି ହୋଇପାରେ । ସାମାଜିକ ସ୍ତରରେ କର୍ମଦକ୍ଷତା ବୃଦ୍ଧି ପାଇବ । ଗୃହରେ ସୁଖ, ଶାନ୍ତିର ବାତାବରଣ ରହିବ ।

ଯୋଗାଯୋଗ- ୯୮୬୧୨୭୧୫୫୭

୧୫୮ ଆହାର କେନ୍ଦ୍ର ଓ ୩୪ ସେଣ୍ଟ୍ରାଲ୍‌ କିଚେନ୍‌କୁ ମିଳିଲା ISO ମାନ୍ୟତା

ଭୁବନେଶ୍ୱର: ରାଜ୍ୟର ୧୫୮ ଆହାର କେନ୍ଦ୍ର ଓ ୩୪ ସେଣ୍ଟ୍ରାଲ୍‌ କିଚେନ୍‌କୁ ମିଳିଲା ISO ମାନ୍ୟତା । ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟର ମାନ ଓ ଗୁଣବତ୍ତା ଯୋଗୁଁ ମିଳିଲା ମାନ୍ୟତା । ସହରାଞ୍ଚଳରେ ଗରିବ  ଲୋକଙ୍କୁ କମ୍‌ ଦାମ୍‌ରେ ଭଲ ଖାଇବା ଯୋଗାଇଦେବା ଲାଗି ଆରମ୍ଭ ହୋଇଥିଲା ଏହି ଯୋଜନା । ଯୋଜନା ଅନୁଯାୟୀ ଆହାର କେନ୍ଦ୍ରମାନଙ୍କରେ ମାତ୍ର ୫ ଟଙ୍କାରେ ଲୋକଙ୍କୁ ଯୋଗାଇ ଦିଆଯାଉଛି ଖାଇବା । ଯୋଜନା ଆରମ୍ଭରେ ଦିନ ୧୧ରୁ ୩ ଟା ଯାଏଁ ଲୋକଙ୍କୁ ଖାଇବା ଯୋଗାଇଦିଆଯାଉଥିବା ବେଳେ ପରେ ରାତିରେ ମଧ୍ୟ ଖୋଲାଯାଇଥିଲା ଆହାର କେନ୍ଦ୍ର । ରାଜ୍ୟର ବିଭିନ୍ନ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ରାତିରେ ଖୋଲାଯାଇଥିଲା ।

ନଗର ଉନ୍ନୟନ ବିଭାଗ, ଜିଲ୍ଲାପାଳ ଓ ପ୍ରକଳ୍ପ ସହଯୋଗୀଙ୍କ ନିଷ୍ଠା ଯୋଗୁଁ ‘ଆହାର’ ଓ କିଚେନ୍‌ ସେଣ୍ଟରକୁ ISO ମାନ୍ୟତା ମିଳିପାରିଥିବା ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୪୦ ଟଙ୍କାରେ ପିଆଜ, କିଏ ନବ ଆସ

ଭୁବନେଶ୍ୱର: ପିଆଜ କିଲୋ ୪୦। କିନ୍ତୁ ଏହି ପିଆଜ କୌଣସି ଦୋକାନରେ କି ବଡ଼ ବଡ଼ ମାର୍କେଟ କମ୍ପ୍ଲେସରେ ମିଳିବ ନାହିଁ । ଯଦି ଆପଣ ପିଆଜକୁ ୪୦ ଟଙ୍କାରେ କିଣିବାକୁ ଚାହାଁନ୍ତି ତେବେ କଂଗ୍ରେସ ଭବନକୁ ଯିବାକୁ ପଡ଼ିବ ।

କାରଣ କଂଗ୍ରେସକର୍ମୀ ଆଜି ୪୦ ଟଙ୍କିଆ ପିଆଜ ହାଟ ବସେଇ ଅଭିନବ ଢଙ୍ଗରେ ପିଆଜ ଦରବୃଦ୍ଧିର ପ୍ରତିବାଦ କରିଛନ୍ତି ।

ରାଜ୍ୟ ସାରା ପିଆଜର ମୂଲ୍ୟକୁ ନେଇ ଗ୍ରାହକ ମାନେ ହନ୍ତସନ୍ତ ହେଉଥିବା ବେଳେ ପ୍ରତିବାଦରେ ୪୦ ଟଙ୍କାରେ ପିଆଜ ବିକୁଛନ୍ତି କଂଗ୍ରେସ କର୍ମୀ । ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ ରାଜଧାନୀରେ ଚାଲିଛି ଏହି ପିଆଜ ବିକ୍ରି ପ୍ରତିବାଦ ।

ସୀମା ବିବାଦକୁ ନେଇ ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକେ: ଜାଗା ଛାଡ଼ିବେନି କହି ଜିଦରେ ଅଟଳ

ନୟାଗଡ଼: ଗାଁରେ ସୀମା ବିବାଦକୁ ନେଇ ରାସ୍ତା ଅବରୋଧ । ଦୁଇଟି ଗାଁ ମଧ୍ୟରେ ସୀମାକୁ ନେଇ ଘନେଇବାରେ ଲାଗିଛି ବିବାଦ । ଯାହାକୁ ନେଇ ରାସ୍ତା କୁ ଓହ୍ଲାଇଛନ୍ତି ଦୁଇଟି ଗାଁର ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲାର ଡମସାହି ଗାଁରେ । ସୁଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ଦୁଇଟି ଗାଁ ରହିଛି ଡମସାହି ଏବଂ ତଲାରିବନ୍ଧ ।

ଏହି ଦୁଇଟି ଗାଁ ମଧ୍ୟରେ ସୀମାକୁ ନେଇ ଅଡ଼ୁଆ ଲାଗିରହିଛି । ଅଡ଼ୁଆଟି ହେଉଛି ଏହି ଦୁଇଟି ଗାଁ ଗୋଟିଏ ପଞ୍ଚାୟତ ଅଧିନରେ ରହିଛି । କିନ୍ତୁ ପ୍ରଶାସନ ଡମସାହିଠାରୁ ତଲାରିବନ୍ଧକୁ ଅଲଗା ଏକ ପଞ୍ଚାୟତକୁ ବଦଳି କରିବାକୁ ନିଷ୍ପତି ନେଇଛି । ଏହାକୁ ସମ୍ପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି ଡମସାହିର ଗାଁ ଲୋକେ ।

କାରଣ ଯଦି ତଲାରିବନ୍ଧକୁ ଅନ୍ୟ ଏକ ପଞ୍ଚାୟତକୁ ସ୍ଥାନାନ୍ତର କରାଯିବ ତେବେ ଡମସାହିର କିଛି ଲୋକଙ୍କର ଚାଷ ଜମି, ସରକାରୀ ଜମି ଏବଂ ଡମସାହି ସିମାରୁ କିଛି ଅଂଶ ତଲାରିବନ୍ଧ କୁ ଚାଲିଯିବ । ଯାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଡମସାହି ଗାଁ ଲୋକେ  ।

ଅପରପଟେ କିନ୍ତୁ ଏହାକୁ ବିରୋଧ କରିନି ତଲାରିବନ୍ଧ ଗାଁ । ଏନେଇ ଆଜି ସକାଳୁ ଡମସାହି ଗ୍ରାମବାସୀ ଗୋଡିପଡା ଓ ଦର୍ପନାରାୟଣପୁର ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ରଣପୁର ତହସିଲଦାର ପହଂଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଧ୍ୱଜା

ସମ୍ବଲପୁର: ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି ପର୍ବ । ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁଯାୟୀ ରବିବାର ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଆଜ୍ଞାମାଳ ଧରି ଘଣ୍ଟ, ଘଣ୍ଟା,ସଂକୀର୍ତ୍ତନ, ହୁଳହୁଳି ସହ ରଙ୍ଗୀନ ଆଲୋକରେ ବାହାରିଥିଲା ବିରାଟ ଶୋଭାଯାତ୍ରା ।

ଆଜ୍ଞାମାଳ ଧରି ଶୋଭାଯାତ୍ରା ପହଞ୍ଚିଥିଲା ହାତପଦା ସଞ୍ଚାର ପଡିଆରେ । ସେଠାରେ ରାଜ ପୁରୋହିତଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନା ରେ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟିର ଅଧକ୍ଷ ଜ୍ୟୋତିରଞ୍ଜନ ପ୍ରଧାନ ଏସ୍‌ପି ପଦ୍ମିନୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲାପାଳ ନଡ଼ିଆ ଭାଙ୍ଗିବା ପରେ ଶୁଭଧ୍ୱଜା ସ୍ଥାପିତ ହୋଇଥିଲା ।

ଏହି ଉତ୍ସବରେ ଉପ ଜିଲ୍ଲାପାଳ,ସମସ୍ତ ପ୍ରଶାସନିକ ଅଧିକାରୀ, ଯାତ୍ରା କମିଟି ସଦସ୍ୟ, କଳାକାର ଓ ଜନସାଧାରଣ ସାମିଲ ହୋଇଥିଲେ। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୧ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ଆସନ୍ତା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦଶ ଦିନ ଧରି ଚାଲିବ ।

ବୌଦ୍ଧରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: କାର ଧକ୍କାରେ ଜଣେ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବାଉଁଶୁଣି କଲେଜ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କାର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଦିକଟା ଗାଁ ର ଲଳିତ ଵାଦି । ସେ ଜଣେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସମୟରେ ନିଜ ଗାଁରୁ ଲଳିତ ବାଉଁଶୁଣି ଆସୁଥିବା ସମୟରେ ବୌଦ୍ଧରୁ ବାଉଁଶୁଣି ପଟକୁ ଯାଉଥିବା ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଲଳିତଙ୍କ ମୃତ୍ୟ ହୋଇଥିବା ଜଣାପଡିଛି।

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲଳିତଙ୍କ ଶବ ଏବଂ ଦୁର୍ଘଟଣା ଘଟିଥିବା କାରକୁ ଜବତ କରିଛି । ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ତାମିଲନାଡୁରେ ବର୍ଷା ବିତ୍ପାତ: କାନ୍ଥ ଭୁଶୁଡ଼ି ୧୫ ମୃତ

ତାମିଲନାଡୁ: ତାମିଲନାଡୁରେ ବର୍ଷା ବିତ୍ପାତ ।  ଆଗାମୀ ଦୁଇ ଦିନ ଯାଏଁ ତାମିଲନାଡୁର ଛଅଟି ଜିଲ୍ଲାରେ ଅତି ପ୍ରବଳ ବର୍ଷା ଢାଳିବ ବୋଲି ଚେନ୍ନାଇସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ଗତ ଦୁଇ ଦିନ ଧରି ଲଗାତାର ବର୍ଷା ହେବାରୁ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ତିରୁବଲ୍ଲର, ଭେଲୋର, ତିରୁବନ୍ନମାଲାଇ, ତୂତୁକ୍କୁଡ଼ି, ରାମନାଥପୁରମ ଏବଂ ତିରୁନେଳବେଲି ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଦେଇଛି ।

ତାମିଲନାଡୁ ମେଟୁପଲୟମରେ କାନ୍ଥ ଭୁଶୁଡ଼ି ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଲଗାଣ ବର୍ଷା ଫଳରେ କାନ୍ଥ ଭୁଶୁଡ଼ିବାରୁ ୩ଟି ଘର ଭାଙ୍ଗିଯାଇଥିଲା । ଫଳରେ ୧୫ ଜଣଙ୍କ ଜୀବନ ଯାଇଛି । ସେପଟେ  ତାମିଲନାଡୁରେ ପ୍ରବଳ ବର୍ଷା ସମ୍ଭାବନା । ଆଗାମୀ ଦୁଇ ଦିନ ଯାଏ ଲାଗିରହିବ ଏହି ସ୍ଥିତି । ଯାହାକୁ ଦୃଷ୍ଟିରେ ରଖି ତାମିଲନାଡୁର ୬ଟି ପ୍ରଭାବିତ ଜିଲ୍ଲାରେ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି ।

ସେହିପରି ପରୀକ୍ଷାକୁ ମଧ୍ୟ ବାତିଲ କରିଛି ପ୍ରଶାସନ । ଗତ ୪୮ ଘଣ୍ଟାରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଆଗାମୀ ୨୪ ଘଣ୍ଟାରେ ପ୍ରଭାବିତ ଜିଲ୍ଲାରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷାର ଚେତାବନୀ ଦେଇଛି ଚେନ୍ନାଇ ଆଞ୍ଚଳିକ ପାଣିପାଗ ବିଭାଗ ।

ଚନ୍ଦ୍ରଶେଖରପୁର ଶ୍ରୀବିହାରରୁ ଉଦ୍ଧାର ହେଲା ଏକ ଅଜଣା ମୃତଦେହ: ପୋଲିସର ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ଶ୍ରୀବିହାରରେ ନିକଟରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।

ମୁତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ କେହି ଜଣେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏକ ଆପାର୍ଟମେଣ୍ଟ ସମ୍ମୁଖ ଖୋଲା ପଡ଼ିଆରେ ମୁହଁ  ତଳକୁ ହୋଇ ପଡି ରହିଛି ମୃତଦେହ ।

ମୃତ ଯୁବକ ଜଣକ ଜଣେ ଡ୍ରାଇଭର ବୋଲି  ଜଣାପଡିଥିବା ବେଳେ ତାଙ୍କ ପରିଚୟ ମିଳିପାରିନାହିଁ ।  ଚନ୍ଦ୍ରଶେଖରପୁର ଥାନା ପୋଲିସର ଘଟଣା ସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଜିଠାରୁ ଆସନ୍ତା ୮ ତାରିଖ ଯାଏଁ ନକ୍ସଲ ପାଳୁଛନ୍ତି ପିଏଲଜିଏ ସପ୍ତାହ: ନକ୍ସଲ ପ୍ରବଣ ଜିଲ୍ଲାରେ ହାଇଆଲର୍ଟ ଜାରି

ଆଜିଠାରୁ ଆସନ୍ତା ୮ ତାରିଖ ଯାଏଁ ନକ୍ସଲ ପାଳୁଛନ୍ତି ପିଏଲଜିଏ ସପ୍ତାହ । ଏଥିପାଇଁ ନକ୍ସଲ ପ୍ରବଣ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯିବା ସହିତ କମ୍ବିଂ ଅପରେସନକୁ ଜୋର କରାଯାଇଛି ।

ନିଜ ପତିଆରା ବିସ୍ତାର କରିଥିବା ଦର୍ଶାଇବାକୁ ଯାଇ ନକ୍ସଲ ଏହି ସମୟରେ ବିଭିନ୍ନ କାଣ୍ଡ ଘଟାଇ ଲୋକଙ୍କୁ ଭୟଭୀତ କରାଇଥାଏ । ଏଥି ସହିତ ନିଜ ସଂଗଠନରେ ସାମିଲ ହେବାକୁ ଆହ୍ୱାନ କରିଥାନ୍ତି ନକ୍ସଲ ।

ଏହି ସବୁ ଦିଗକୁ ଆଖି ଆଗରେ ରଖି ପୋଲିସ ବ୍ୟାପକ ସତର୍କତା ଅବଲମ୍ବନ କରିଛି ।