ବିଦ୍ୟୁତ ଜାଳିଦେଲା ୮ ଏକରର ଆଖୁ ଫସଲ

ନବରଙ୍ଗପୁର: ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଲାଗିଲା ନିଆଁ । ୮ ଏକର ଆଖୁ ଫସଲ ପୋଡ଼ି ପାଉଁଶ । ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକ ଦୁରଗାଁରେ ଅଘଟଣ । ଗତକାଲି ଗାଁର ସଦନ ମାଳି ଓ ଖଗପତି ମାଳିଙ୍କ ଜମିରେ ଲାଗିଥିଲା ନିଆଁ । ଅପରାହ୍ନରେ ହଠାତ୍‌ ସର୍ଟସର୍କିଟ ଯୋଗୁଁ ଫସଲ ନଷ୍ଟ ହୋଇଯାଇଛି ।

ତେବେ ବଡ଼ କଥା ହେଉଛି, ଅଗ୍ନିଶମ ବିଭାଗକୁ ବାରମ୍ବାର ଫୋନ ଲଗାଇବା ପରେ ବି ଫୋନ ଉଠାଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବାକୁ ଦାବି କରାଯାଇଛି। ସେପଟେ ଅବହେଳା ପାଇଁ ଅଗ୍ନିଶମ ବିଭାଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

Leave a Reply