ମୃତ୍ୟୁ ପରେ ବି ମିଳିଲାନି ଆମ୍ବୁଲାନ୍ସ

ଭବାନୀପାଟଣା: ପୁଣି ମିଳିଲାନି ଶବବାହକ ଆମ୍ବୁଲାନ୍ସ । ମୃତଦେହକୁ କାନ୍ଧରେ ବୋହିଲେ ସଂପର୍କୀୟ । ଏଭଳି ଘଟଣାକୁ ନେଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା । ଏପରିକି ଘଟଣାସ୍ଥଳରେ ପୋଲିସକୁ ମଧ୍ୟ ପହଞ୍ଚିବାକୁ ପଡ଼ିଥିଲା ।

କିନ୍ତୁ ତଥାପି ବି ଆସି ନ ଥିଲା ମହାପ୍ରୟାଣ ଗାଡ଼ି । ମୃତକ ହେଲେ ଲାଞ୍ଜିଗଡ଼ ସୁକନାଭଟା ଗାଁର କୁନି ନାୟକ । ସେ ଜରରେ ପୀଡ଼ିତ ହୋଇ ଗତ ୬ ଦିନ ହେବ ଚିକିତ୍ସିତ ହେଉଥିଲେ । ତେବେ ବୁଧବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ  ହୋଇଥିଲା । ଦୀର୍ଘ ସମୟ ଧରି ଅପେକ୍ଷା ପରେ ବି ଆମ୍ବୁଲାନ୍ସ  ଆସି ନ ଥିବା ଅଭିଯୋଗ ହୋଇଛି ।

Leave a Reply