ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଘୋଷଣା କଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ

ଭୁବନେଶ୍ୱର: ବଦଳିବ କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ନାଁ ।  ଏହାକୁ ପୋଲିସ ସେବା ଭବନ ନାଁରେ ନାମିତ କରାଯିବ। କମିଶନରେଟ୍‌ ପୋଲିସର ଦ୍ଵାଦଶ ପ୍ରତିଷ୍ଠା ଦିବସ ଅବସରରେ ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ସପ୍ତମ ବାଟାଲିଅନରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟ ଯୋଗ ଦେଇଛନ୍ତି।

ସମବେଦନା, ସହାନୁଭୁତି, ବୃତ୍ତିଗତ ଦକ୍ଷତା ସହ କାମ କଲେ ଲୋକେ ଉତ୍ତମ ସେବା ପାଇପାରିବେ ବୋଲି ଡିଜି କହିଛନ୍ତି । ଟ୍ୱିନ୍‌ ସିଟିରେ ଏକକ ତ୍ୱରିତ ଜରୁରୀକାଳିନ ପୋଲିସ ସେବା ବା ୟୁନିଫାଏଡ୍‌ କଣ୍ଟ୍ରାୋଲ ରୁମ୍‌ ପ୍ରତିଷ୍ଠା ହେବ । ତ୍ୱରିତ ଓ ଜରୁରୀକାଳିନ ସେବା ଯୋଗାଇବା ଦିଗରେ ଏହା କାମ କରିବ ବୋଲି ପୋଲିସ ଡିଜି କହିଛନ୍ତି ।

୨୦୦୮ ଜାନୁଆରୀ ପହିଲାରେ କଟକ, ଭୁବନେଶ୍ୱର ଟ୍ୱିନ୍‌ସିଟିକୁ ନେଇ କମିଶନରେଟ୍‌ ପୋଲିସ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା । ଦ୍ଵାଦଶ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ପୋଲିସ ଡିଜିପି ଶ୍ରୀ ଅଭୟ ଉଦ୍‌ଘାଟନ କରିଛନ୍ତି । ଏହାପରେ ପରେଡ୍‌ ଅଭିବାଦନ ଗ୍ରହଣ କରିଥିଲେ । କମିଶନରେଟ୍‌ ପୋଲିସର ବିଭିନ୍ନ ପ୍ଲାଟୁନ୍‌ ପରେଡ୍‌ ପ୍ରଦର୍ଶନ କରିଥିଲେ।

Leave a Reply