ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଟାଟା ଗ୍ରୁପ୍, NCLAT ରାୟକୁ ଚ୍ୟାଲେଞ୍ଜ

1 min read

ନୂଆଦିଲ୍ଲୀ : ବ୍ୟବସାୟୀ ସାଇରସ୍ ମିସ୍ତ୍ରୀଙ୍କୁ ଟାଟା ସନ୍ସର ଅଧ୍ୟକ୍ଷ ପଦରେ ପୁନଃ ଅବସ୍ଥାପିତ କରିବା ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଟାଟା ଗ୍ରୁପ୍ । ଗତ ଡିସେମ୍ବର ୧୮ ତାରିଖରେ ନ୍ୟାସନାଲ୍ କଂପାନୀ ଲ ଆପିଲେଟ୍ ଟ୍ରିବୁନାଲ ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ ନିଷ୍ପତ୍ତି ଦେଇଥିଲେ । ତୁରନ୍ତ ତାଙ୍କୁ ପୁନଃ ଅବସ୍ଥାପିତ କରିବାକୁ ଆପିଲେଟ୍ ଟ୍ରିବୁନାଲ୍ ନିର୍ଦ୍ଦେଶ ଦେଇଥିଲେ ।

ସେତେବେଳେ ଏ ନିଷ୍ପତ୍ତିକୁ ନେଇ ଖୁସି ନଥିବା ଟାଟା ଗ୍ରୁପର ବର୍ତ୍ତମାନର ମ୍ୟାନେଜମେଣ୍ଟ ସୁପ୍ରିମକୋର୍ଟ ଯିବେ ବୋଲି କହିଥିଲେ । ଏବେ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଟାଟା ଗ୍ରୁପ୍ ସୁପ୍ରିମକୋର୍ଟ ଯାଇଥିବା ବେଳେ ମାମଲା ଶୁଣାଣି ପାଇଁ ଏ ଯାଏଁ ଲିଷ୍ଟିଂ ହୋଇନାହିଁ । ତେବେ ୨ ସପ୍ତାହ ମଧ୍ୟରେ ଲିଷ୍ଟିଂ ହେବାନେଇ ସଙ୍କେତ ଦେଇଛନ୍ତି ଟାଟା ଗ୍ରୁପ୍ କାଇନସେଲ୍ ।

ସାଇରସ୍ ମିସ୍ତ୍ରୀଙ୍କ ସପକ୍ଷରେ NCLATଙ୍କ ରାୟ, ଫେରିପାଇବେ ଟାଟା ଗ୍ରୁପର ଅଧ୍ୟକ୍ଷ ପଦ

୨୦୧୬ ଅକ୍ଟୋବରରେ ଟାଟା ସନ୍ସ ଓ ବୋର୍ଡ ନିର୍ଦ୍ଦେଶକରୁ ସାଇରସଙ୍କୁ ହଟାଇ ଦିଆଯାଇଥିଲା । ଏହାପରେ ୨୦୧୭ ଫେବୃଆରୀ ମାସରେ ଟାଟା କନସଲଟାନ୍ସି ଲିମିଟେଡର ଅଧ୍ୟକ୍ଷ ଥିବା ଏନ. ଚନ୍ଦ୍ରଶେଖରନଙ୍କୁ ଟାଟା ଗ୍ରୁପର ଅଧ୍ୟକ୍ଷ ପଦରେ ଅବସ୍ଥାପିତ କରାଯାଇଥିଲା । ତେବେ ଚନ୍ଦ୍ରଶେଖରନଙ୍କ ନିଯୁକ୍ତିକୁ ବେଆଇନ୍ ଦର୍ଶାଇଥିଲେ ଟ୍ରିବୁନାଲ । ୨୦୧୬ରେ ଅଧ୍ୟକ୍ଷ ପଦରୁ ବରଖାସ୍ତ ହେବା ପରେ ସାଇରସ୍ ଏନସିଏଲଟିର ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ପରିବାର ଦ୍ୱାରା ପରିଚାଳିତ ଦୁଇଟି ଫାର୍ମ ଫକ୍ଷରୁ ଟାଟା ସନ୍ସ ବିରୋଧରେ ମାମଲା ଦାଖଲ ହୋଇଥିଲା । ବମ୍ବେ ବେଞ୍ଚ ସାଇରସଙ୍କ ଆବେଦନକୁ ଖାରଜ କରିଥିବା ବେଳେ ଆଜି ଆପିଲେଟ୍ ଟ୍ରିବୁନାଲ ତାଙ୍କ ସପକ୍ଷରେ ରାୟ ଦେଇଥିଲେ ।

Leave a Reply