spot_img
Home Blog Page 7522

ନୂଆବର୍ଷରେ ଭାରତରେ ଜନ୍ମ ହେଲେ ବିଶ୍ୱର ସର୍ବାଧିକ ଶିଶୁ

ନୂଆଦିଲ୍ଲୀ: ୨୦୨୦ ନୂଆବର୍ଷର ପ୍ରଥମ ଦିନରେ ଭାରତରେ ସର୍ବାଧିକ ଶିଶୁ ଜନ୍ମ ହୋଇଛନ୍ତି । ବିଶ୍ୱରେ ମୋଟ୍‌ ୩ ଲକ୍ଷ ୯୨ ହଜାର ୭୮ ଜଣ ଶିଶୁ ଜନ୍ମ ହୋଇଥିବା ବେଳେ ଏଥିରେ ଭାରତର ସର୍ବାଧିକ ୬୭ ହଜାର ୩୮୫ ଜଣ ଅଛନ୍ତି । ୟୁନିସେଫ୍‌ ଏହି ରିପୋର୍ଟ ଦେଇଛି ।

ଭାରତ ପଛକୁ ଚୀନ୍‌ରେ ୪୬ ହଜାର ୨୯୯, ନାଇଜେରିଆରେ ୨୬ ହଜାର ୩୯, ପାକିସ୍ତାନରେ ୧୬ ହଜାର ୭୮୭, ଇଣ୍ଡେ।ନେସିଆରେ ୧୩ ହଜାର ୨୦ ଏବଂ ଆମେରିକାରେ ୧୦ ହଜାର ୧୫୨ ଜଣ ଶିଶୁ ନୂଆବର୍ଷର ପ୍ରଥମ ଦିନରେ ଜନ୍ମ ହୋଇଛନ୍ତି ।

ପ୍ରେମ ପାଇଁ ଟ୍ରେନ୍‌ ଆଗରେ ଶୋଇପଡ଼ିଲେ ପ୍ରେମୀ ଯୁଗଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍‌ ନିରବଚନ ଗାଁ ନିକଟ ରେଳ ଲାଇନ୍‌ରୁ ପ୍ରେମୀ ଯୁଗଳଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯ଼ୁବକ ଯୁବତୀଙ୍କ ଘର ଦେଓଗାଁ ଥାନା ଅନ୍ତର୍ଗତ ଫଟକରା ଗାଁରେ ।

ଉଭୟ ବିବାହ କରିବାକୁ ଚାହୁଁଥିବା ବେଳେ ଭିନ୍ନ ଜାତିର ହୋଇଥିବାରୁ ଘରଲୋକ ବିରୋଧ କରୁଥିଲେ । ୩ ଦିନ ତଳେ ଯୁବକ ଯୁବତୀ ଘରୁ ଫେରାର ହୋଇଯାଇଥିଲେ । ଆଜି ରେଳ ଧାରଣାରୁ ଦୁଇଜଣଙ୍କ ମୃତଦେହ ମିଳିଛି । ରେଲଓ୍ୱେ ପୋଲିସ ମୃତଦେହ ଜବତ ସହ ତଦନ୍ତ ଆରମ୍ଭ କରିଛି ।

CAA ବିରୋଧରେ କେରଳ ବିଧାନସଭାରେ ପାରିତ ପ୍ରସ୍ତାବ ଅଣସାମ୍ବିଧାନିକ: ରାଜ୍ୟପାଳ

କେରଳ: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ କେରଳ ବିଧାନସଭାରେ ପାରିତ ହୋଇଥିବା ପ୍ରସ୍ତାବ ଅଣସାମ୍ବିଧାନିକ ବୋଲି ରାଜ୍ୟପାଳ ଆରିଫ୍‌ ମହମ୍ମଦ୍‌ ଖାଁ କହିଛନ୍ତି। ଏହି ପ୍ରସ୍ତାବର କୌଣସି ବୈଧତା ନାହିଁ ବୋଲି ସେ କହିଛନ୍ତି। ନାଗରିକତା କେନ୍ଦ୍ର ଅଧିନସ୍ଥ ଏକ ବିଷୟ। ତେଣୁ ରାଜ୍ୟ ସରକାର ଏଥିରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି ସେ ମତ ଦେଇଛନ୍ତି ।

ସିଏଏ ବିରୋଧରେ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏହାର ବିରୋଧ କରିଛନ୍ତି। ଏ ବାବଦରେ କେରଳ ସରକାର ବୁଝି ବିଚାରି ପଦକ୍ଷେପ ନେବାକୁ ଏବଂ ଆଇନ ବିଶେଷଜ୍ଞଙ୍କ ସହ ପରମର୍ଶ କରିବାକୁ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି।

ଦେଶର ଆଇନ ତିଆରି କରିବା କାମ ସଂସଦର, ଏଥିରେ ରାଜ୍ୟମାନେ କେବଳ ସହଯୋଗ କରିପାରିବେ ବୋଲି ରବିଶଙ୍କର କହିଛନ୍ତି । ସଂସଦରେ ଗୃହୀତ ହୋଇଥିବା ଆଇନକୁ ରାଜ୍ୟ ସରକାରମାନେ ଲାଗୁ କରିବାକୁ ହେବ ଏବଂ ଏ ଦିଗରେ କୌଣସି ବାଧା ସୃଷ୍ଟି କଲେ ଏହା ସମ୍ବିଧାନ ବିରୋଧୀ ହେବ ବୋଲି ରବିଶଙ୍କର ସ୍ପଷ୍ଟ କରିଦେଇଛନ୍ତି। ଗତକାଲି କେରଳ ବିଧାନସଭାରେ ସିଏଏକୁ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଗୃହୀତ ହେବା କେବଳ ରାଜନୈତିକ ବିରୋଧର ଏକ ପ୍ରକ୍ରିୟା ବୋଲି ମତଦେଇ ରବିଶଙ୍କର କହିଛନ୍ତି ଯେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଉପଯୁକ୍ତ ଆଇନ ପରାମର୍ଶ ନେଇ କାମ କରିବା ଉଚିତ ହେବ ।

ବାପାକୁ ହାଣି ପୁଅ ଫେରାର

ସୁବର୍ଣ୍ଣପୁର: ପୁଅ ସାଜିଲା ବାପ ହନ୍ତା । ପ୍ରଥମେ ବଚସା ଆଉ ତାପରେ ମର୍ଡର । ପୁଅ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ବୃଦ୍ଧ ବାପାକୁ । ହତ୍ୟାପରେ ଘଟଣା ସ୍ଥଳରୁ ପୁଅ ଫେରାର ହୋଇଯାଇଛି । ଏଭଳି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାର ବୈରାଗୀପାଲି ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସକାଳୁ ଧାନ ଖଳାରେ ଧାନ ମଡାକୁ ଯାଇଥିଲେ ବାପ ଓ ପୁଅ । ସେଠାରେ କୌଣସି କାଣରୁ ବାପ ପୁଅଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତି ତର୍କ ହୋଇଥିଲା । ପରେ ନିଜ ବାପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅମାନୁସିକ ଭାବେ ଆକ୍ରମଣ କରିଥିଲା ପୁଅ । ଫଳରେ ଛାତିରେ ଗଭିର କ୍ଷତ ଲାଗିବାରୁ ଘଟଣା ସ୍ଥଳରେ ହିଁ ବୁଦ୍ଧ ବାପାର ମୃତ୍ୟୁ ହୋଇଥିଲା । ମୃତକ ହେଲେ ୬୮ ବର୍ଷୀୟ ଗଣ୍ଡାରାମ ଘୁଟା । ବାପାକୁ ହତ୍ୟା ପରେ ପୁଅ ଜଗମୋହନ ଘୁଟା ଘଟଣା ସ୍ଥଳରୁ ଫେରାର ଅଛି । ତେବେ ଘଟଣା ସ୍ଥଳରେ ବୀରମହାରାଜପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସାହସୀ ତୀର୍ଥ ଯାତ୍ରୀଙ୍କ ପାଇଁ ଧରାପଡ଼ିଲେ ୨ ଡକାୟତ

ଅନୁଗୁଳ: ସାହାସ ଦେଖାଇଲେ ତୀର୍ଥଯାତ୍ରୀ । ଧରାପଡ଼ିଲେ ୨ ଡକାୟତ । ଏଭଳି ଘଟଣା ଦେଖିବାକୁ ମିଳିଛି, ଅନୁଗୁଳ ବଅଁରପାଳ ତଳମୂଳ ସ୍କୁଲ ନିକଟରେ । ଯେଉଁଠି କିଛି ତୀର୍ଥଯାତ୍ରୀଙ୍କ ଗାଡ଼ିକୁ ଅଟକାଇ ଲୁଟ୍‌ ଉଦ୍ୟମ କରିଥିଲେ ଡକାୟତ । ମାରଣାସ୍ତ୍ରର ବ୍ୟବହାର ମଧ୍ୟ କରିଥିଲେ । କିନ୍ତୁ ଜଣେ ଯାତ୍ରୀଙ୍କର ସାହସିକତା ଯୋଗୁଁ ଧରାପଡ଼ିଲେ ୨ ଡକାୟତ । ତେବେ ଜଣେ ଖସିଯିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ସରାଙ୍ଗ ଗାଁର କିଛି ଯ଼ୁବକ ପୁରୀ ଓ ତାରାତାରିଣୀ ଅଭିମୁଖେ ଯାଇଥିଲେ । ତେବେ ତଳମୂଳ ସ୍କୁଲ ନିକଟରେ ୩ ଡକାୟତ ବାଇକରେ ଆସି ୨ ବଲେରୋକୁ ଅଟକାଇଥିଲେ । ତେବେ ଯାତ୍ରୀଙ୍କ ମଧ୍ୟରୁ ଜଣେ ଲୁଟେରା ପିନ୍ଧିଥିବା ହେଲମେଟକୁ ମୁଥା ମାରିଥିଲେ । ଆଉ ଅନ୍ୟ ଯୁବକ ମାନେ ଲୁଟେରାଙ୍କୁ କାବୁ କରି ନେଇଥିଲେ । ଖବରପାଇ ମହିଧରପୁର ଫାଣ୍ଡି ଓ ବଅଁରପାଳ ପୋଲିସ ପହଞ୍ଚି ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ବାଇକ ସହ ମାରଣାସ୍ତ୍ର ଜବତ କରିଛି ।

IAS ସ୍ତରରେ ଅଦଳ ବଦଳ, ନିକୁଞ୍ଜ ଧଳ ହେଲେ ନୂଆ ସ୍ୱାସ୍ଥ୍ୟ ସଚିବ, ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ସଚିବ ସ୍ତରରେ ଅଦଳ ବଦଳ ହୋଇଛି । ୧୯୮୮ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିବା ୧୯୯୩ ବ୍ୟାଚ୍ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।

ପୂର୍ବରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଥିବା ୧୯୯୭ ବ୍ୟାଚ୍ ଆଇଏଏସ୍ ଡ. ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଣିଜ୍ୟ ଓ ପରିବହନ ଏବଂ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

୧୯୯୬ ବ୍ୟାଚ୍ ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ OSRTCର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ସେ ସେସୁର ସିଇଓ ଏବଂ CRUTର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

୨୦୧୪ ବ୍ୟାଚ୍ ଆଇଏଏସ୍ ୟେଦୁଳା ବିଜୟଙ୍କୁ ଯୋଜନା ଓ ସମନ୍ୱୟ ବିଭାଗର ଉପ ସଚିବ ନିଯୁକ୍ତି ଦିଆଯାଇଥିବା ବେଳେ, ଦିବ୍ୟଜ୍ୟୋତି ପରିଡାଙ୍କୁ ରାଉରକେଲା ମ୍ୟୁନିସିପାଲିଟିର କମିଶନର ଓ ରାଉରକେଲା ସ୍ମାର୍ଟ ସିଟି ସିଇଓ ଭାବେ ଦାୟିତ୍ୱ ଦିଆଯାଇଛି ।

ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନିତା ଲାକ୍ରା

ଭୁବନେଶ୍ୱର: ଓଡ଼ିଆ ଝିଅ ଅନ୍ତର୍ଜାତୀୟ ହକି ଖେଳାଳି ସୁନିତା ଲାକ୍ରାଙ୍କ ଅବସର । ଅନ୍ତର୍ଜାତୀୟ ହକିରୁ ଅବସର ନେଲେ ସୁନିତା । ଟୋକିଓ ଅଲମ୍ପିକର୍ ୩୩ ଜଣିଆ ପ୍ରୋବାବୁଲ ଭାରତୀୟ ମହିଳା ଟିମରେ ସ୍ଥାନ ପାଇଥିଲେ ।

ଏବଂ ୨୮ ବର୍ଷୀୟା ଏହି ଖେଳାଳି ଗତ ଅଲମ୍ପିକରେ ଭାରତକୁ ଉପସ୍ଥାପନା ମଧ୍ୟ କରିଥିଲେ ।

ତେବେ ତାଙ୍କ ଆଣ୍ଠୁ ଜନ୍ତ୍ରଣା ପାଇଁ ଅବସର ନେଇ ଥିବା ସ୍ପଷ୍ଟ କରିଛନ୍ତି ।

ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ ବର୍ଷ

ଯାଜପୁର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ ବର୍ଷ । ଏହି ଅବସରରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶୋଭାଯାତ୍ରା । ଆଜିର ଦିନକୁ ସହିଦ୍‌ ସ୍ମୃତି ଦିବସ ଭାବରେ ପାଳନ କରୁଛି ବିସ୍ଥାପିତ ମଞ୍ଚ । ପ୍ରଥମେ ଗୁଳିକାଣ୍ଡସ୍ଥଳ ଚମ୍ପାକୋଇରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସାମିଲ ହୋଇଥିଲେ ଆଦିବାସୀ । ଏହି ଶୋଭାଯାତ୍ରା ଡୁବୁରି ଛକ ଦେଇ ସମାଧିସ୍ଥଳ ଆମ୍ବଗାଡ଼ିଆରେ ପହଞ୍ଚିବ ।

ଯେଉଁଠାରେ ଏକ ସ୍ମୃତିସଭାର ଯୋଜନା କରାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି । ୨୦୦୬ ଜାନୁଆରୀ ୨ତାରିଖରେ ହୋଇଥିବା ଗୁଳିକାଣ୍ଡରେ ୧୪ଜଣ ଆଦିବାସୀ ପ୍ରାଣ ହରାଇଥିଲେ । ଜଣେ ପୋଲିସ ସହିଦ୍‌ ହୋଇଥିଲେ । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ଜାନୁଆରୀ ୨ତାରିଖକୁ ସହିଦ୍‌ ସ୍ମୃତି ଦିବସ ଭାବେ ପାଳନ କରାଯାଉଛି ।

ମୋବାଇଲ ଫୋନରେ କଥା ହେଉଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ

ଭୁବନେଶ୍ୱର: ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ବାତିଲ୍‌ ହେବ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍‌ସ । ମଦ ଛାଡ଼ିଲେ ପୁଣି ଲାଇସେନ୍ସ ଦେବା ପାଇଁ ବିଚାର କରାଯିବ । ସେହିପରି ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଇଲେ ବି ବାତିଲ୍‌ ହେବ ଲାଇସେନ୍‌ସ । ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଓ ଓଭର ଲୋଡ୍‌ ଥିଲେ ବି ଡ୍ରାଇଭରଙ୍କ ଲାଇସେନ୍‌ସ ବାତିଲ କରାଯିବ ।

ତେବେ ଏନେଇ ପଦକ୍ଷେପ ନେବା ଲାଗି ସବୁ ଆର୍‌ଟିଓଙ୍କୁ ପରିବହନ କମିଶନ ତଥା ଅଧ୍ୟକ୍ଷ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣାରେ ଦେଶରେ ଓଡ଼ିଶାର ସ୍ଥାନ ପଞ୍ଚମ ରହିଛି । ଚଳିତବର୍ଷ ଦୁର୍ଘଟଣା ଏଡ଼ାଇବାକୁ ଲକ୍ଷ୍ୟ ରଖିଛି ସଡ଼କ ଓ ପରିବହନ ବିଭାଗ । ଏଥିସହ ଜାତୀୟ ରାଜପଥରେ ଲାଇଟ୍‌ ଓ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି ।