ସାହସୀ ତୀର୍ଥ ଯାତ୍ରୀଙ୍କ ପାଇଁ ଧରାପଡ଼ିଲେ ୨ ଡକାୟତ

ଅନୁଗୁଳ: ସାହାସ ଦେଖାଇଲେ ତୀର୍ଥଯାତ୍ରୀ । ଧରାପଡ଼ିଲେ ୨ ଡକାୟତ । ଏଭଳି ଘଟଣା ଦେଖିବାକୁ ମିଳିଛି, ଅନୁଗୁଳ ବଅଁରପାଳ ତଳମୂଳ ସ୍କୁଲ ନିକଟରେ । ଯେଉଁଠି କିଛି ତୀର୍ଥଯାତ୍ରୀଙ୍କ ଗାଡ଼ିକୁ ଅଟକାଇ ଲୁଟ୍‌ ଉଦ୍ୟମ କରିଥିଲେ ଡକାୟତ । ମାରଣାସ୍ତ୍ରର ବ୍ୟବହାର ମଧ୍ୟ କରିଥିଲେ । କିନ୍ତୁ ଜଣେ ଯାତ୍ରୀଙ୍କର ସାହସିକତା ଯୋଗୁଁ ଧରାପଡ଼ିଲେ ୨ ଡକାୟତ । ତେବେ ଜଣେ ଖସିଯିବାରେ ସଫଳ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ସରାଙ୍ଗ ଗାଁର କିଛି ଯ଼ୁବକ ପୁରୀ ଓ ତାରାତାରିଣୀ ଅଭିମୁଖେ ଯାଇଥିଲେ । ତେବେ ତଳମୂଳ ସ୍କୁଲ ନିକଟରେ ୩ ଡକାୟତ ବାଇକରେ ଆସି ୨ ବଲେରୋକୁ ଅଟକାଇଥିଲେ । ତେବେ ଯାତ୍ରୀଙ୍କ ମଧ୍ୟରୁ ଜଣେ ଲୁଟେରା ପିନ୍ଧିଥିବା ହେଲମେଟକୁ ମୁଥା ମାରିଥିଲେ । ଆଉ ଅନ୍ୟ ଯୁବକ ମାନେ ଲୁଟେରାଙ୍କୁ କାବୁ କରି ନେଇଥିଲେ । ଖବରପାଇ ମହିଧରପୁର ଫାଣ୍ଡି ଓ ବଅଁରପାଳ ପୋଲିସ ପହଞ୍ଚି ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ବାଇକ ସହ ମାରଣାସ୍ତ୍ର ଜବତ କରିଛି ।

Leave a Reply