ବାପାକୁ ହାଣି ପୁଅ ଫେରାର

ସୁବର୍ଣ୍ଣପୁର: ପୁଅ ସାଜିଲା ବାପ ହନ୍ତା । ପ୍ରଥମେ ବଚସା ଆଉ ତାପରେ ମର୍ଡର । ପୁଅ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି ବୃଦ୍ଧ ବାପାକୁ । ହତ୍ୟାପରେ ଘଟଣା ସ୍ଥଳରୁ ପୁଅ ଫେରାର ହୋଇଯାଇଛି । ଏଭଳି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ଥାନାର ବୈରାଗୀପାଲି ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସକାଳୁ ଧାନ ଖଳାରେ ଧାନ ମଡାକୁ ଯାଇଥିଲେ ବାପ ଓ ପୁଅ । ସେଠାରେ କୌଣସି କାଣରୁ ବାପ ପୁଅଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତି ତର୍କ ହୋଇଥିଲା । ପରେ ନିଜ ବାପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଅମାନୁସିକ ଭାବେ ଆକ୍ରମଣ କରିଥିଲା ପୁଅ । ଫଳରେ ଛାତିରେ ଗଭିର କ୍ଷତ ଲାଗିବାରୁ ଘଟଣା ସ୍ଥଳରେ ହିଁ ବୁଦ୍ଧ ବାପାର ମୃତ୍ୟୁ ହୋଇଥିଲା । ମୃତକ ହେଲେ ୬୮ ବର୍ଷୀୟ ଗଣ୍ଡାରାମ ଘୁଟା । ବାପାକୁ ହତ୍ୟା ପରେ ପୁଅ ଜଗମୋହନ ଘୁଟା ଘଟଣା ସ୍ଥଳରୁ ଫେରାର ଅଛି । ତେବେ ଘଟଣା ସ୍ଥଳରେ ବୀରମହାରାଜପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply