ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ ବର୍ଷ

ଯାଜପୁର: ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୪ ବର୍ଷ । ଏହି ଅବସରରେ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଶୋଭାଯାତ୍ରା । ଆଜିର ଦିନକୁ ସହିଦ୍‌ ସ୍ମୃତି ଦିବସ ଭାବରେ ପାଳନ କରୁଛି ବିସ୍ଥାପିତ ମଞ୍ଚ । ପ୍ରଥମେ ଗୁଳିକାଣ୍ଡସ୍ଥଳ ଚମ୍ପାକୋଇରେ ପୂଜାର୍ଚ୍ଚନା କରାଯାଇଥିଲା । ଏଥିରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ସାମିଲ ହୋଇଥିଲେ ଆଦିବାସୀ । ଏହି ଶୋଭାଯାତ୍ରା ଡୁବୁରି ଛକ ଦେଇ ସମାଧିସ୍ଥଳ ଆମ୍ବଗାଡ଼ିଆରେ ପହଞ୍ଚିବ ।

ଯେଉଁଠାରେ ଏକ ସ୍ମୃତିସଭାର ଯୋଜନା କରାଯିବାର କାର୍ଯ୍ୟକ୍ରମ ରହିଛି । ସେପଟେ ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି । ୨୦୦୬ ଜାନୁଆରୀ ୨ତାରିଖରେ ହୋଇଥିବା ଗୁଳିକାଣ୍ଡରେ ୧୪ଜଣ ଆଦିବାସୀ ପ୍ରାଣ ହରାଇଥିଲେ । ଜଣେ ପୋଲିସ ସହିଦ୍‌ ହୋଇଥିଲେ । ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଆଦିବାସୀଙ୍କ ସ୍ମୃତିରେ ଜାନୁଆରୀ ୨ତାରିଖକୁ ସହିଦ୍‌ ସ୍ମୃତି ଦିବସ ଭାବେ ପାଳନ କରାଯାଉଛି ।

Leave a Reply