ମୋବାଇଲ ଫୋନରେ କଥା ହେଉଥିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ

ଭୁବନେଶ୍ୱର: ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ବାତିଲ୍‌ ହେବ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍‌ସ । ମଦ ଛାଡ଼ିଲେ ପୁଣି ଲାଇସେନ୍ସ ଦେବା ପାଇଁ ବିଚାର କରାଯିବ । ସେହିପରି ମୋବାଇଲ୍‌ ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଇଲେ ବି ବାତିଲ୍‌ ହେବ ଲାଇସେନ୍‌ସ । ନିର୍ଦ୍ଧାରିତ ବେଗଠାରୁ ଅଧିକ ବେଗରେ ଗାଡ଼ି ଚଳାଇଲେ ଓ ଓଭର ଲୋଡ୍‌ ଥିଲେ ବି ଡ୍ରାଇଭରଙ୍କ ଲାଇସେନ୍‌ସ ବାତିଲ କରାଯିବ ।

ତେବେ ଏନେଇ ପଦକ୍ଷେପ ନେବା ଲାଗି ସବୁ ଆର୍‌ଟିଓଙ୍କୁ ପରିବହନ କମିଶନ ତଥା ଅଧ୍ୟକ୍ଷ ଚିଠି ଲେଖିଛନ୍ତି । ସଡ଼କ ଦୁର୍ଘଟଣାରେ ଦେଶରେ ଓଡ଼ିଶାର ସ୍ଥାନ ପଞ୍ଚମ ରହିଛି । ଚଳିତବର୍ଷ ଦୁର୍ଘଟଣା ଏଡ଼ାଇବାକୁ ଲକ୍ଷ୍ୟ ରଖିଛି ସଡ଼କ ଓ ପରିବହନ ବିଭାଗ । ଏଥିସହ ଜାତୀୟ ରାଜପଥରେ ଲାଇଟ୍‌ ଓ ସିସିଟିଭି କ୍ୟାମେରା ଲଗାଇବାକୁ ନିଷ୍ପତ୍ତି ହୋଇଛି ।

Leave a Reply