ଅନୁଗୁଳ: ପୁଣି ଦନ୍ତା ହାତୀର ମୃତ୍ୟୁ । ପୁରୁଣାଗଡ଼ ରେଞ୍ଜ ପୁପୁଣ୍ଡା ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ । ମୃତ୍ୟୁର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରେ ବନ ବିଭାଗର ତଦନ୍ତ ।
ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି-ଟ୍ୱେଣ୍ଟି, ଆଜି ଖେଳାଯିବ ପ୍ରଥମ ମ୍ୟାଚ୍
ଗୁଆହାଟି: ଆଜି ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ । ୨୦୨୦ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆସାମର ଗୁଆହାଟିରେ ଥିବା ବରସାପରା ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।
ଆହତରୁ ଦଳକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଓପନର ଶିଖର ଧୱନ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳୁନଥିବାରୁ ଧୱନ ଇନିଂସ ଓପନ କରିପାରନ୍ତି । ସେପଟେ ଆହତ କାରଣରୁ ଭୁବନେଶ୍ୱର କୁମାର ଓ ଦୀପକ ଚହର ଦଳରୁ ବାଦ୍ ପଡ଼ିଛନ୍ତି ।
ସେହିପରି ମହମଦ ସାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ବିଜୟରୁ ତାର ୨୦୨୦ ଟି-୨୦ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଲସିତ ମାଲିଙ୍ଗାଙ୍କ ସହ ଆଞ୍ଜେଲା ମାଥ୍ୟୁସଙ୍କ ଭଳି ବରିଷ୍ଠ ଖେଳାଳି ଥିବାରୁ ଦଳ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି ।
ରକେଟ୍ ମାଡ଼ରେ ଥରି ଉଠିଲା ଆମେରିକା, ଟ୍ରମ୍ପ ଦେଲେ ବିଧ୍ୱଂସକ ବୟାନ
ନୂଆଦିଲ୍ଲୀ: ଘନେଇବାରେ ଲାଗିଛି ଆମେରିକା-ଇରାନ୍ ମଧ୍ୟରେ ବିବାଦ । ବାଗଦାଦରେ ଥିବା ଆମେରିକା ଦୂତାବାସ ଓ ବଲ୍ଲାଦ ସେନା କ୍ୟାମ୍ପ ଉପରେ ଇରାନର ରକେଟ୍ ମାଡ଼ ପରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି । ଆମେରିକୀୟ ସେନା ଇରାନର ୫୨ଟି ଠିକଣାକୁ ଚିହ୍ନଟ କରିନେଇଛି । ଇରାନ କୌଣସି ଆମେରିକୀୟ ସମ୍ପତ୍ତି କିମ୍ବା ଆମେରିକୀୟ ନାଗରିକଙ୍କ ଉଫରେ ଆକ୍ରମଣ କରେ ତେବେ, ପରିଣାମ ବହୁତ ବିଧ୍ୱଂସକ ହେବ ବୋଲି ଟ୍ରମ୍ପ କହିଛନ୍ତି ।
….targeted 52 Iranian sites (representing the 52 American hostages taken by Iran many years ago), some at a very high level & important to Iran & the Iranian culture, and those targets, and Iran itself, WILL BE HIT VERY FAST AND VERY HARD. The USA wants no more threats!
— Donald J. Trump (@realDonaldTrump) January 4, 2020
ଇରାକରେ ଆମେରିକୀୟ ଦୂତାବାସ ଓ ବଲ୍ଲାଦ ସେନା କ୍ୟାମ୍ପରେ ରକେଟ୍ ଆକ୍ରମଣ ପରେ ଟ୍ରମ୍ପ ଏଭଳି କଡ଼ା ଚେତାବନୀ ଦେଇଛନ୍ତି । ଇରାନର ଟପ୍ ନେତା କାସିମ ସୁଲେମାନିକୁ ଆମେରିକା ଏୟାର ଷ୍ଟ୍ରାଇକ୍ କରି ମାରିବା ପରେ ୨ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।
Under President @realDonaldTrump, America's policy is unambigious toward terrorists who harm or plan to harm any American. pic.twitter.com/4rYsj2ZxSF
— The White House 45 Archived (@WhiteHouse45) January 4, 2020
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, କାସିମ ସୁଲେମାନିକୁ ନିହତ କରି ଆମେରିକା ଦୁନିଆକୁ ଆତଙ୍କୀ ନେତାଠାରୁ ମୁକ୍ତି ଦେଇଛି । ସୁଲେମାନି ଆମେରିକୀୟଙ୍କ ସମେତ ଇରାନୀୟଙ୍କୁ ହତ୍ୟା କରୁଥିଲା । ଆତଙ୍କବାଦକୁ ନେଇ ଆମେରିକାର ନୀତି ସ୍ପଷ୍ଟ । ଯେ କେହିବି ଆମେରିକାର କ୍ଷତି କରିବାକୁ ଭାବିବ । ଆମେ ତାକୁ ଶେଷ କରିଦେବୁ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ବାଲେଶ୍ୱର: ଧାନକୁଟା ମେସିନ୍ ଓଲଟି ୨ ମୃତ । ଧାନକୁଟି ସାରି ଟ୍ରାକ୍ଟରରେ ମେସିନ୍ ଆଣୁଥିବା ବେଳେ ୨ ଜଣଙ୍କ ଉପରେ ଖସିପଡ଼ିଲା ମେସିନ୍ । ମୃତକ ଗୋପାଳ ଟୁଡୁ ଓ ମାବ୍ରା ହାସଦା । ରାଇବଣିଆ ଥାନା ଖୁଆଡ଼ ଗାଁର ଘଟଣା ।
ବାଲେଶ୍ୱର: ଧାନକୁଟା ମେସିନ୍ ଓଲଟି ୨ ମୃତ । ଧାନକୁଟି ସାରି ଟ୍ରାକ୍ଟରରେ ମେସିନ୍ ଆଣୁଥିବା ବେଳେ ୨ ଜଣଙ୍କ ଉପରେ ଖସିପଡ଼ିଲା ମେସିନ୍ । ମୃତକ ଗୋପାଳ ଟୁଡୁ ଓ ମାବ୍ରା ହାସଦା । ରାଇବଣିଆ ଥାନା ଖୁଆଡ଼ ଗାଁର ଘଟଣା ।
ବ୍ୟକ୍ତିଗତ ଘରୁ ୮୪୦ ବସ୍ତା ସରକାରୀ ଚାଉଳ ଜବତ, ଘର ସିଲ୍ କଲା ପ୍ରଶାସନ
ଭଦ୍ରକ: ବ୍ଲକ ଅଫିସ୍ ଓ ଥାନାଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ଚାଲିଛି ବେଆଇନ୍ କାରବାର । ସରକାରୀ ଗୋଦାମ ଗୃହ ଥିବା ସତ୍ତ୍ୱେ ବ୍ୟକ୍ତିଗତ ଘରେ ଗଚ୍ଛିତ ରହୁଛି ସରକାରୀ ଚାଉଳ । ଏନେଇ ଅଭିଯୋଗ ପରେ ତିହିଡ଼ି ତହସିଲଦାର ଓ ଯୋଗାଣ ବିଭାଗ ଚଢ଼ାଉ କରିଛନ୍ତି । ଚଢ଼ାଉ ବେଳେ ବିପୁଳ ପରିମାଣର ସରକାରୀ ଚାଉଳ ଜବତ ହୋଇଛି ।
ପ୍ରଶାସନ ଚଢ଼ାଉ କରି ଘର ଆଗରେ ୨ଟି ଟ୍ରକରେ ଲୋଡ ହୋଇଥିବା ୩୪୦ ବସ୍ତା ଚାଉଳ ଜବତ କରିଥିଲା । ପରେ ଚାଉଳ ଗଛିତ ହୋଇ ରହୁଥିବା ଘରକୁ ଯାଞ୍ଚ କରିଥିଲା । ଘର ଭିତରୁ ୫୦୦ରୁ ଊର୍ଦ୍ଧ୍ୱ ବସ୍ତା ଚାଉଳ ଜବତ କରାଯାଇଛି । ବ୍ୟକ୍ତିଗତ ଘରେ ଗଚ୍ଛିତ ଚାଉଳ ଅଙ୍ଗନୱାଡ଼ିର ହୋଇଥିବା ଜଣାପଡ଼ିଛି ।
ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ପହଞ୍ଚି ଚାଉଳ ଗଛିତ ଥିବା ଘରକୁ ସିଲ୍ କରିଛନ୍ତି । ଚାଉଳ ଲୋଡ୍ ଥିବା ୨ଟି ଟ୍ରକକୁ ପୋଲିସ ଜବତ କରିଛି । ତେବେ, ଏତେ ପରିମାଣର ସରକାରୀ ଚାଉଳ ବ୍ୟକ୍ତିଗତ ଘରେ କାହିଁକି ଷ୍ଟକ ରଖାଯାଇଥିଲା । ଏହା ପଛରେ କିଏ ଅଛି ? ଏନେଇ ତଦନ୍ତ ଚାଲିଛି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।
ନୂଆଦିଲ୍ଲୀ: ଘନଉଛି ଆମେରିକା-ଇରାନ୍ ମଧ୍ୟରେ ବିବାଦ । ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ । କୌଣସି ଆମେରିକୀୟ ସମ୍ପତ୍ତି ଓ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ । ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛୁ, ଉଡ଼ାଇ ଦେବୁ କହିଲେ ଟ୍ରମ୍ପ ।
ନୂଆଦିଲ୍ଲୀ: ଘନଉଛି ଆମେରିକା-ଇରାନ୍ ମଧ୍ୟରେ ବିବାଦ । ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ । କୌଣସି ଆମେରିକୀୟ ସମ୍ପତ୍ତି ଓ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କଲେ ପରିଣାମ ଭୟଙ୍କର ହେବ । ଇରାନର ୫୨ଟି ସ୍ଥାନକୁ ଚିହ୍ନଟ କରିଛୁ, ଉଡ଼ାଇ ଦେବୁ କହିଲେ ଟ୍ରମ୍ପ ।
ଖୋର୍ଦ୍ଧା: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନାରେ ୨୧ଟି ଟିମ୍ ସାମିଲ୍ । ପ୍ରତି ଟିମରେ ଅଛନ୍ତି ୪ରୁ ୫ ସଦସ୍ୟ ।
ଖୋର୍ଦ୍ଧା: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ । ଗଣନାରେ ୨୧ଟି ଟିମ୍ ସାମିଲ୍ । ପ୍ରତି ଟିମରେ ଅଛନ୍ତି ୪ରୁ ୫ ସଦସ୍ୟ ।
ପଟ୍ଟାମୁଣ୍ଡାଇ: ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ତାରିଖରୁ ବନ୍ଦ ରହିଥିଲା ।
ପଟ୍ଟାମୁଣ୍ଡାଇ: ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ ତାରିଖରୁ ବନ୍ଦ ରହିଥିଲା ।
ନାଚିବାକୁ ମନା କଲେ ଯୁବତୀ, ବିଲ୍ଡରଙ୍କୁ ବାନ୍ଧି ନେଲା ପୋଲିସ: ପଢ଼ନ୍ତୁ କାହିଁକି
ଭୁବନେଶ୍ୱର: କର୍ମକ୍ଷେତ୍ରରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବନ୍ଧାହେଲେ ରସକିଆ ବିଲଡର। ନୂଆ ବର୍ଷ ପାର୍ଟିରେ ନ ନାଚିବାରୁ ଦୁର୍ବ୍ୟବହାର । ନିଶା ସେବନ କରି ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ । ସାଇ କ୍ରିଷ୍ଣା ଡେଭଲେର୍ପସର ନିର୍ଦ୍ଦେଶକ ଅଶୋକ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ତେବେ ନାମ ପରିବର୍ତ୍ତନ କରି ଶ୍ୟାମ ସୁନ୍ଦର ସେଠୀ, ଅଶୋକ ପ୍ରଧାନ ନାଁରେ ରହୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

ଘଟଣାନୁଯାୟୀ ନୂଆବର୍ଷ ଦିନ ଅଫିସ ପକ୍ଷରୁ ସେଲିବ୍ରେସନ ପାର୍ଟି ଆୟୋଜନ ହୋଇଥିଲା। ଯୁବତୀ ଜଣଙ୍କୁ ନାଚିବା ପାଇଁ ବାଧ୍ୟ କରିଥିଲେ ବିଲଡର । ଯୁବତୀ ଜଣଙ୍କ ମନା କରିବାରୁ ନିଶାସକ୍ତ ଅବସ୍ଥାରେ ଟଣା ଓଟରା କରିବା ସହ ଦୁର୍ବ୍ୟବହାର କରିଥିଲେ। ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ବିଲଡରଙ୍କୁ ଗିରଫ କରିଛି ।
ଆରମ୍ଭ ହେଲା ଶିଶିର ସରସ: କନ୍ଧମାଳର ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶୀତୁଆ ସଂଧ୍ୟାରେ ଆରମ୍ଭ ହେଲା ଜାତୀୟସ୍ତରୀୟ ମେଳା ଶିଶିର ସରସ ୨୦୨୦ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଥିବା ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର କାରିଗରଙ୍କ ଦ୍ଵାରା ସବାଇ ଘାସରେ ତିଆରି ଫୁଲ ଚାଙ୍ଗୁଡା ଓ କନ୍ଧମାଳ ହଳଦୀ କିଣିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟ ସମେତ ଦେଶର ୨୫ଟି ରାଜ୍ୟର ୩୦୦ଟି ଷ୍ଟଲ ମେଳାରେ ପଡିଛି । ଉତ୍ତର-ପୂର୍ବ ରାଜ୍ୟର ବାଉଁଶ ସାମଗ୍ରୀ ଏବଂ ଶୀତ ପୋଷାକ, ଉତ୍ତର ପ୍ରଦେଶର ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ ଷ୍ଟଲ ମେଳାର ଆକର୍ଷଣ ସାଜିଛି ।

ମୁଖ୍ୟମନ୍ତ୍ରୀଙ୍କ ସମେତ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏବଂ ବିଭାଗୀୟ ସଚିବ ପ୍ରମୁଖ ଯୋଗ ଦେଇଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ ବୋଲି ଜଣାପଡ଼ିଛି ।

