ନାଚିବାକୁ ମନା କଲେ ଯୁବତୀ, ବିଲ୍‌ଡରଙ୍କୁ ବାନ୍ଧି ନେଲା ପୋଲିସ: ପଢ଼ନ୍ତୁ କାହିଁକି

ଭୁବନେଶ୍ୱର: କର୍ମକ୍ଷେତ୍ରରେ ଯୁବତୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ବନ୍ଧାହେଲେ ରସକିଆ ବିଲଡର। ନୂଆ ବର୍ଷ ପାର୍ଟିରେ ନ ନାଚିବାରୁ ଦୁର୍ବ୍ୟବହାର । ନିଶା ସେବନ କରି ଯୁବତୀଙ୍କୁ ଦୁର୍ବ୍ୟବହାର ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ । ସାଇ କ୍ରିଷ୍ଣା ଡେଭଲେର୍ପସର ନିର୍ଦ୍ଦେଶକ ଅଶୋକ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ । ତେବେ ନାମ ପରିବର୍ତ୍ତନ କରି ଶ୍ୟାମ ସୁନ୍ଦର ସେଠୀ, ଅଶୋକ ପ୍ରଧାନ ନାଁରେ ରହୁଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

ଘଟଣାନୁଯାୟୀ ନୂଆବର୍ଷ ଦିନ ଅଫିସ ପକ୍ଷରୁ ସେଲିବ୍ରେସନ ପାର୍ଟି ଆୟୋଜନ ହୋଇଥିଲା।  ଯୁବତୀ ଜଣଙ୍କୁ ନାଚିବା ପାଇଁ ବାଧ୍ୟ କରିଥିଲେ ବିଲଡର । ଯୁବତୀ ଜଣଙ୍କ ମନା କରିବାରୁ ନିଶାସକ୍ତ ଅବସ୍ଥାରେ ଟଣା ଓଟରା କରିବା ସହ ଦୁର୍ବ୍ୟବହାର କରିଥିଲେ। ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ବିଲଡରଙ୍କୁ ଗିରଫ କରିଛି ।

Leave a Reply