ବ୍ୟକ୍ତିଗତ ଘରୁ ୮୪୦ ବସ୍ତା ସରକାରୀ ଚାଉଳ ଜବତ, ଘର ସିଲ୍ କଲା ପ୍ରଶାସନ

ଭଦ୍ରକ: ବ୍ଲକ ଅଫିସ୍ ଓ ଥାନାଠାରୁ ମାତ୍ର ୨୦୦ ମିଟର ବ୍ୟବଧାନରେ ଚାଲିଛି ବେଆଇନ୍ କାରବାର । ସରକାରୀ ଗୋଦାମ ଗୃହ ଥିବା ସତ୍ତ୍ୱେ ବ୍ୟକ୍ତିଗତ ଘରେ ଗଚ୍ଛିତ ରହୁଛି ସରକାରୀ ଚାଉଳ । ଏନେଇ ଅଭିଯୋଗ ପରେ ତିହିଡ଼ି ତହସିଲଦାର ଓ ଯୋଗାଣ ବିଭାଗ ଚଢ଼ାଉ କରିଛନ୍ତି । ଚଢ଼ାଉ ବେଳେ ବିପୁଳ ପରିମାଣର ସରକାରୀ ଚାଉଳ ଜବତ ହୋଇଛି ।ପ୍ରଶାସନ ଚଢ଼ାଉ କରି ଘର ଆଗରେ ୨ଟି ଟ୍ରକରେ ଲୋଡ ହୋଇଥିବା ୩୪୦ ବସ୍ତା ଚାଉଳ ଜବତ କରିଥିଲା । ପରେ ଚାଉଳ ଗଛିତ ହୋଇ ରହୁଥିବା ଘରକୁ ଯାଞ୍ଚ କରିଥିଲା । ଘର ଭିତରୁ ୫୦୦ରୁ ଊର୍ଦ୍ଧ୍ୱ ବସ୍ତା ଚାଉଳ ଜବତ କରାଯାଇଛି । ବ୍ୟକ୍ତିଗତ ଘରେ ଗଚ୍ଛିତ ଚାଉଳ ଅଙ୍ଗନୱାଡ଼ିର ହୋଇଥିବା ଜଣାପଡ଼ିଛି ।ପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ସିଡିପିଓ ପହଞ୍ଚି ଚାଉଳ ଗଛିତ ଥିବା ଘରକୁ ସିଲ୍ କରିଛନ୍ତି । ଚାଉଳ ଲୋଡ୍ ଥିବା ୨ଟି ଟ୍ରକକୁ ପୋଲିସ ଜବତ କରିଛି । ତେବେ, ଏତେ ପରିମାଣର ସରକାରୀ ଚାଉଳ ବ୍ୟକ୍ତିଗତ ଘରେ କାହିଁକି ଷ୍ଟକ ରଖାଯାଇଥିଲା । ଏହା ପଛରେ କିଏ ଅଛି ? ଏନେଇ ତଦନ୍ତ ଚାଲିଛି, ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।

ଜବତ ହେଲା ୧୩୮ ବସ୍ତା ପିଡିଏସ୍‌ ଚାଉଳ; କେଉଁଠୁ ଆସିଲା ଜାଣନ୍ତୁ

Leave a Reply