ବାରବାଟୀରେ ବିରାଟ୍‌ ବାହିନୀର ସୁପର ସୋ’, ୨-୧ରେ ସିରିଜ୍‌ କବ୍‌ଜା

କଟକ: ବାରବାଟୀ ପୁଣି ଟିମ୍ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଛି । ବାଟବାଟୀରେ ଦମ୍‌ଦାର ବିଜୟ ହାସଲ୍‌ କଲା ବିରାଟ୍ ବାହିନୀ । ପୁଣି ବଡ଼ ସ୍କୋର ଚେଜ୍‌ କରି ଜିତିଲା ଭାରତୀୟ ଟିମ୍‌ । ରୋହିତ ରାହୁଲ ଓ ବିରାଟ୍‌ଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ମ୍ୟାଚ୍‌ ଜିତିଲା ଟିମ୍ ।

ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ପ୍ରାରମ୍ଭିକ ବ୍ୟାଟିଂ ଏତେ ଭଲ ହୋଇନଥିଲେ ମଧ୍ୟ  ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ନିକୋଲାସ୍‌ ପୂରାନ୍‌ ଓ କିରନ୍‌ ପୋଲାଣ୍ଡଙ୍କ ଧୂଆଁଦାର ବ୍ୟାଟିଂ କରିଥିଲେ । ଫଳରେ ୫ ଓ୍ୱିକେଟ୍‌ ବିନିମୟରେ ନିର୍ଦ୍ଦାରିତ ଓଭରରେ ମଧ୍ୟରେ ୩୧୫ ରନ୍‌ କରିଥିଲା କାରିବିୟନ୍‌ ଟିମ୍‌ । ପୂରାନ୍‌ ୮୯(୬୪)ରନ୍‌ କରିଥିବା ବେଳେ ପୋଲାଡ୍‌ କରିଥିଲେ ୭୪(୫୧)ରନ୍‌ ।

ଭାରତ ପକ୍ଷରୁ ସାଇନି ସର୍ବାଧିକ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ସାମି, ଠାକୁର ଓ ଜାଡେଜା ନେଇଥିଲେ ଗୋଟିଏ ଲେଖାଏଁ ଓ୍ୱିକେଟ୍ ।

 

ଅପରପକ୍ଷରେ ୩୧୬ରନ୍‌ର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଭାରତୀୟ ଟିମ୍‌ର ୨ଓପନର୍‌ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ୬୩(୬୩) ରନ୍‌ କରିଥିବା ବେଳେ ତାଙ୍କୁ ଭରପୂର ସାଥ୍‌ ଦେଇଥିଲେ କେଏଲ୍‌ ରାହୁଲ । ୮୯ ବଲ୍‌ରେ ୭୭ରନ୍‌ କରିଥିଲେ କେଏଲ୍‌ ରାହୁଲ । ତେବେ ରୋହିତ ଓ ରାହୁଲଙ୍କ ଆଉଟ୍‌ ପରେ ମୁଣ୍ଡବ୍ୟାଥା ବଢ଼ାଇଥିଲେ ମିଡିଲ୍‌ ଅର୍ଡର । ଗୋଟିଏ ପଟେ କୋହଲି କ୍ରିଜ୍‌ରେ ଛିଡ଼ାହୋଇଥିବା ବେଳେ ଜଣଙ୍କ ପରେ ଜଣେ ୩ ଜଣ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଆଉଟ୍‌ ହୋଇଥିଲେ । ୨ଅଙ୍କ ବି ଛୁଇଁପାରିନଥିଲେ ଆୟର୍‌, ପନ୍ଥ, କେଦାର ଯାଦବ । ତେବେ ଚେଜିଂ ମାଷ୍ଟର ବିରାଟ୍‌ଙ୍କ ୮୧ ବଲ୍‌ରେ ୮୫ ରନ୍‌ କରି ମ୍ୟାଚ୍‌ ବିଜୟର ଆଶା ସଂଚାର କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ୩୧ ବଲ୍‌ରୁ ୩୯ ରନ୍‌ ଶ୍ରର୍ଦ୍ଧାଳୁ ଠାକୁର୍‌ଙ୍କ ୬ ବଲ୍‌ରୁ ୧୭ ରନ୍‌ ଭାରତକୁ ବିଜୟୀ କରାଇଛି ।

Leave a Reply