ଜବତ ହେଲା ୧୩୮ ବସ୍ତା ପିଡିଏସ୍‌ ଚାଉଳ; କେଉଁଠୁ ଆସିଲା ଜାଣନ୍ତୁ

ଭଦ୍ରକ: ଜବତ ହେଲା ବସ୍ତା ବସ୍ତା ପିଡିଏସ୍‌ ଚାଉଳ । ଗ୍ରାହକ ମାନଙ୍କ ପାଖରେ ନପହଞ୍ଚି ଘରେ ଭିତରେ ସାଇତା ହୋଇ ରଖା ଯାଇଥିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ଭଦ୍ରକ ଜିଲ୍ଲା ଦୈସିଂ ପଞ୍ଚାୟତ ଚଢ଼େୟା ଗାଁରେ ।

ସୂଚନା ଅନୁଯାୟୀ, ଦୈସିଂ ପଞ୍ଚାୟତ ଚଢ଼େୟା ଗାଁର ଜଣେ ବ୍ୟକ୍ତି ଗଜେନ୍ଦ୍ର ଜେନାଙ୍କ ଘରେ ୧୩୮ ବସ୍ତା ସରକାରୀ ଚାଉଳ ରଖାଯାଇଥିଲା । କୌଣସି ମତେ ଏନେଇ ଭଦ୍ରକ ଯୋଗାଣ ବିଭାଗ ପାଖରେ ପୂର୍ବରୁ ଖବର ରହିଥିଲା । ଯୋଗାଣ ବିଭାଗ ର ଏକ ଟିମ୍‌ ଚଢ଼େୟା ସିମିଳିଆ ବାଙ୍କ ପାଟଣା  ଚାଉଳ ଥିବା ଘରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୧୩୮ ବସ୍ତା ପିଡ଼ିଏସ ଚାଉଳ ଜବତ କରାଯାଇଥିଲା ।

ଏତେ ସଂଖ୍ୟକ ସରକାରୀ ଚାଉଳ କେଉଁଠାରୁ ଆସିଲା ଯୋଗାଣ ବିଭାଗ ତଦନ୍ତ ଆରମ୍ଭ କରିଛି । ଗଜେନ୍ଦ୍ରଙ୍କ କୌଣସି ସରକାରୀ ବ୍ୟକ୍ତିଙ୍କ ସହ ଲିଙ୍କ ଥିବା ନେଇ ସନ୍ଦେହ ଉପୁଜିଛି ।

Leave a Reply