spot_img
Home Blog Page 7508

ଭାରତ ବନ୍ଦ ପାଇଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ । ଭଦ୍ରକ, ଖୋର୍ଦ୍ଧା, କୋରାପୁଟ, ଜଗତସିଂହପୁର, କନ୍ଧମାଳ ଜିଲ୍ଲାରେ ସ୍କୁଲ ଛୁଟି ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସୂଚନା ।

ଭାରତ ବନ୍ଦ ପାଇଁ ଆସନ୍ତାକାଲି ବନ୍ଦ ରହିବ ସ୍କୁଲ । ଭଦ୍ରକ, ଖୋର୍ଦ୍ଧା, କୋରାପୁଟ, ଜଗତସିଂହପୁର, କନ୍ଧମାଳ ଜିଲ୍ଲାରେ ସ୍କୁଲ ଛୁଟି ନେଇ ସମ୍ପୃକ୍ତ ଜିଲ୍ଲାପାଳଙ୍କ ସୂଚନା ।

ଗିରଫ IAS ବିଜୟ କେତନ ଉପାଧ୍ୟାୟଙ୍କ କଳା କାରବାର, ମଧ୍ୟସ୍ଥି ସାଜିଥିଲେ ବ୍ୟାଙ୍କ ଅଫିସର

ଭୁବନେଶ୍ୱର: ଭିଜିଲାନ୍ସ ଖୋଲିଲା ଗିରଫ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ କେଳେଙ୍କାରୀର ପେଡ଼ି । ଏହା ସହ ବିଜୟଙ୍କ ସ୍କାମ୍‌ରେ ମଧ୍ୟସ୍ଥି ସାଜିଥିବା ୟେସ୍‌ ବ୍ୟାଙ୍କର ଅଫିସର ସନ୍ତୋଷ ପଟ୍ଟନାୟକଙ୍କ କଳାକାରନାମାକୁ ମଧ୍ୟ ସାମ୍ନାକୁ ଆଣିଛି ଭିଜିଲାନ୍ସ । କେମିତି ନେଉଥିଲେ ୧ଲକ୍ଷ ଟଙ୍କାର ଲାଞ୍ଚ । ତାର ଠୋସ୍‌ ପ୍ରମାଣ ଲାଗିଛି ଭିଜିଲାନ୍ସ ହାତରେ । ବିଜୟ କେତନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ମିଳିଛି ସାଂଘାତିକ ତଥ୍ୟ ।

ପିପିଲି: ସୁଆଣ୍ଡୋରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ।ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ । ଗୋପବନ୍ଧୁଙ୍କ ଷଠି ଘର ବୁଲି ଦେଖିଲେ 5T ସଚିବ ଓ ପୁରୀ ଜିଲ୍ଲାପାଳ ।

୨୦୧୨ରୁ ୨୦୧୯ ଭିତରେ ତିନିଟି ବ୍ୟାଙ୍କ ଖାତାରେ ଜମା ହୋଇଛି ୭୦ଲକ୍ଷ ଟଙ୍କା । ଉଭୟ କାଉଣ୍ଟର ଓ କ୍ୟାସ୍‌ ମେସିନ୍‌ ଜରିଆରେ ଏହି ଟଙ୍କା ଜମା ହୋଇଛି । ଏହି ଟଙ୍କା ଭିତରେ କେବଳ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଛି ୨୨ ଲକ୍ଷ । ଗୋଟିଏ ଦିନରେ ଏକାଧିକ ଥର ମଧ୍ୟ ଆକାଉଣ୍ଟରେ ଜମା ହୋଇଛି ଲକ୍ଷାଧିକ ଟଙ୍କା । ଏପରିକି କିଛି ବେନାମି ଆକାଉଣ୍ଟର ସୁରାକ୍ ମଧ୍ୟ ଲାଗିଛି ତଦନ୍ତାକାରୀ ଅଫିସରଙ୍କ ହାତରେ । ଭିଜିଲାନ୍ସ ଜାରି କରିଥିବା ପ୍ରେସ୍‌ ରିଲିଜ୍‌ରେ କହିଛି, ଏସବୁ ଆକାଉଣ୍ଟରେ କେତେ ଟଙ୍କାର କାରବାର ହୋଇଛି ସେ ନେଇ ତଦନ୍ତ କରାଯାଉଛି ।ସେୟାର ମାର୍କେଟ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡରେ ବିଜୟ କେତନ ନିବେଶ କରିଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । ତେଣୁ, ଏ ଦିଗରେ ମଧ୍ୟ ଯାଞ୍ଚ ଚାଲିଛି । ଏପରିକି ସନ୍ତୋଷ ପଟ୍ଟନାୟକ ୟେସ୍‌ ବ୍ୟାଙ୍କରେ ଯୋଗ ଦେବା ପରେ, ସେହି ବ୍ୟାଙ୍କରେ ମାତ୍ର ୫ ମାସ ମଧ୍ୟରେ ୭ ଲକ୍ଷ ଟଙ୍କା ଜମା ହୋଇଛି । ଯାହାକି ବିଜୟ କେତନଙ୍କୁ ସନ୍ଦେହ ଘେରକୁ ଆଣିଛି । ତେଣୁ ଏ ମାମଲାରେ ତଦନ୍ତରେ ସହଯୋଗ କରିବାକୁ ଭିଜିଲାନ୍ସ ସମସ୍ତ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ  ଅନୁରୋଧ କରିଛି । ଗିରଫ ବିଜୟ କେତନ ଓ ସନ୍ତୋଷ ପଟ୍ଟନାୟକଙ୍କ ସମସ୍ତ ଆକାଉଣ୍ଟ ଓ କ୍ରେଡିଟ୍‌ କାର୍ଡକୁ ଯାଞ୍ଚ କରାଯିବ ।

IAS ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ

ତେଣୁ ନ୍ୟାସନାଲ୍‌ ସିକ୍ୟୁରିଟି ଡିପୋଜିଟୋରି ଲିମିଟେଡ୍‌, ସେଣ୍ଟ୍ରାଲ୍‌ ଡିପୋଜିଟୋରୀ ସର୍ଭିସ୍‌ ଲିମିଟେଡ୍‌ ଓ କମ୍ପ୍ୟୁଟର ଏଜ୍‌ ମ୍ୟାନେଜମେଣ୍ଟ ସର୍ଭିସ୍‌ ଲିମିଟେଡ୍‌ ଠାରୁ ତଥ୍ୟ ମିଳିବା ପରେ ଏ ଦୁହେଁ ସେୟାର ମାର୍କେଟ୍‌ ଓ ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ କରିଛନ୍ତି କି ନାହିଁ, ସେ ନେଇ ଜଣା ପଡ଼ିବ । ଏଥିପାଇଁ ସାଇବର୍‌ ସେଲ୍‌, ସେଲ୍‌ ଫୋନ୍‌ ଫରେନସିକ୍‌ ଏକ୍ସପର୍ଟ, ବ୍ୟାଙ୍କ ଅଫିସର୍‌ ଓ ଚାଟାର୍ଟ ଆକାଉଣ୍ଟାଣ୍ଟଙ୍କୁ ନେଇ ଏକ ଟିମ୍‌ ଗଠନ କରିଛି ଭିଜିଲାନ୍ସ ।

ଭାରତ ବନ୍ଦ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତାକାଲି ଦେଶବ୍ୟାପୀ ହରତାଳ ସହିତ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ । ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଭୁବନେଶ୍ୱରରେ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ସାଧା ପୋଷାକଧାରୀ ପୋଲିସ ଓ ଷ୍ଟ୍ର।ଇକିଂ ଫୋର୍ସ ମଧ୍ୟ ମୁତୟନ ହେବେ ।ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ଓ ବିମାନବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ରେଳ ଓ ବସ୍ ଚଳାଚଳ ସ୍ୱାଭାବିକ ରଖିବାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।ଲୋକସେବା ଭବନ ଓ ସ୍କୁଲ ଗୁଡ଼ିକରେ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ ବେଳେ ଜାରି ରହିବ ମୋ ବସ୍ ସେବା । କ୍ରୁଟ କର୍ତ୍ତୃପକ୍ଷଙ୍କ ସୂଚନା ।

ଭୁବନେଶ୍ୱର: ଆସନ୍ତାକାଲି ଭାରତ ବନ୍ଦ ବେଳେ ଜାରି ରହିବ ମୋ ବସ୍ ସେବା । କ୍ରୁଟ କର୍ତ୍ତୃପକ୍ଷଙ୍କ ସୂଚନା ।

କେନ୍ଦୁଝର: ଟାଉନ୍ ଥାନା ଦଲକି ପୋଖରୀ ନିକଟ ଦୁର୍ଘଟଣା । ୨ ବାଇକ୍ ମୁଁହାମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ।

କେନ୍ଦୁଝର: ଟାଉନ୍ ଥାନା ଦଲକି ପୋଖରୀ ନିକଟ ଦୁର୍ଘଟଣା । ୨ ବାଇକ୍ ମୁଁହାମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର । ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ ।

୨୦୧୯-୨୦ ଆର୍ଥିକ ବର୍ଷରେ କମିବ ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: ଦେଶର ଅର୍ଥ ବ୍ୟବସ୍ଥାକୁ ମଜଭୁତ୍ କରିବାକୁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି । ଏତିକି ବେଳେ କେନ୍ଦ୍ରୀୟ ପରିସଂଖ୍ୟାନ ବିଭାଗ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ନେଇ ଅନୁମାନ କରିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବିକାଶ ଦର ୫ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି ।ଯେଉଁଥିରେ ଅଭିବୃଦ୍ଧି ହାର କମ୍ ରହିବା ନେଇ ଅନୁମାନ କରିଛି CSO । ୨୦୧୮-୧୯ ଆର୍ଥିକ ବର୍ଷରେ ଅଭିବୃଦ୍ଧି ୬.୮ ପ୍ରତିଥ ଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ ଜିଡିପି ୭.୨ ପ୍ରତିଶତ ରହିଥିଲା । ଗତ ୨ ବର୍ଷ ତୁଳନାରେ ବିକାଶ ଦର କମ ରହିବା ନେଇ ଆକଳନ ହୋଇଛି ।

ମାନ୍ଦା ଅର୍ଥନୀତି ସହ ଯୁଝୁଛି ଭାରତ, ରାଜନ କହିଲେ…

୨୦୧୯-୨୦ ଆର୍ଥିକ ବର୍ଷରେ ବିକାଶ ଦର ନେଇ ଏହା ପ୍ରଥମ ଅନୁମାନ । ଆସନ୍ତା ଫେବ୍ରୁଆରୀ କେନ୍ଦ୍ରୀୟ ବଜେଟ୍ ଆସିବ । ଯାହା ପରେ ଅଭିବୃଦ୍ଧି ହାର ନେଇ କେନ୍ଦ୍ରୀୟ ପରିସଂଖ୍ୟାନ ବିଭାଗ ପୁଣି ଆକଳନ କରିବ । ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିବ ବୋଲି ଆକଳନ କରିସାରିଛି । ଗତ ଜୁନ୍-ସେପ୍ଟେମ୍ବର ତ୍ରୈମାସିକରେ ଭାରତର ଅଭିବୃଦ୍ଧି ହାର ଖସି ୬ ବର୍ଷରେ ସର୍ବନିମ୍ନ ୪.୫ ପ୍ରତିଶତରେ ପହଞ୍ଚିଥିଲା ।

ଭାରତୀୟ ଅର୍ଥନୀତିକୁ ଆଉ ଏକ ଝଟକା, ୪.୫ ପ୍ରତିଶତକୁ ଖସିଲା ବିକାଶ ଦର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଚିଠି । ବଡ଼ ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି କରିବାକୁ ଅନୁରୋଧ । ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ମାଉସୀ ମା’ ମନ୍ଦିର ମଧ୍ୟରେ ବିକ୍ରି ନିଷେଧ ପାଇଁ ଚିଠି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଚିଠି । ବଡ଼ ଦାଣ୍ଡରେ ମଦ ଓ ଆମିଷ ବିକ୍ରି ଉପରେ କଟକଣା ଜାରି କରିବାକୁ ଅନୁରୋଧ । ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ମାଉସୀ ମା’ ମନ୍ଦିର ମଧ୍ୟରେ ବିକ୍ରି ନିଷେଧ ପାଇଁ ଚିଠି ।

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଡାକରାକୁ ଘରୋଇ ବସ୍ ମାଲିକ ସଂଘର ସମର୍ଥନ । ୨ଟି ପ୍ରସଙ୍ଗକୁ ନେଇ ଧର୍ମଘଟକୁ ସମର୍ଥନ କଲା ସଂଘ । ଆସନ୍ତାକାଲି ରାଜ୍ୟରେ ଗଡ଼ିବ ନାହିଁ ଘରୋଇ ବସ୍ ।

ଭୁବନେଶ୍ୱର: ବିଭିନ୍ନ ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଡାକରାକୁ ଘରୋଇ ବସ୍ ମାଲିକ ସଂଘର ସମର୍ଥନ । ୨ଟି ପ୍ରସଙ୍ଗକୁ ନେଇ ଧର୍ମଘଟକୁ ସମର୍ଥନ କଲା ସଂଘ । ଆସନ୍ତାକାଲି ରାଜ୍ୟରେ ଗଡ଼ିବ ନାହିଁ ଘରୋଇ ବସ୍ ।

ଡେଥ୍ ୱାରେଣ୍ଟ ପରେ ଫାଶୀର ସୋପାନ

ନୂଆଦିଲ୍ଲୀ: ‘ନିର୍ଭୟା’ ମାମଲାର ୭ ବର୍ଷ ପରେ ୪ ଦୋଷୀଙ୍କୁ ହେବାକୁ ଯାଉଛି ଫାଶୀ । ୨୨ ଜାନୁଆରୀ ସକାଳ ୭ଟାରେ ୪ ଦୋଷୀଙ୍କୁ ଫାଶୀ ଦିଆଯିବ । ଏଥିପାଇଁ ଆଜି ଦିଲ୍ଲୀ ପଟିଆଲା ହାଉସକୋର୍ଟ ଡେଥ୍ ୱାରେଣ୍ଟ ବା ବ୍ଲାକ୍ ୱାରେଣ୍ଟ ଜାରି କରିଛନ୍ତି ।

ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…

ପ୍ରକୃତରେ ବ୍ଲାକ୍ ୱାରେଣ୍ଟରେ ଦଣ୍ଡଦେବାର ସମୟ ଲେଖା ହୋଇଥାଏ । ୱାରେଣ୍ଟ ଅନୁସାରେ ଦୋଷୀକୁ ତା ସେଲରୁ ବାହାରକୁ ଅଣାଯାଏ । ଦୋଷୀ ଯେଭଳି ଡର ନଯାଏ ସେଥିପାଇଁ ତା ମୁହଁକୁ ଘୋଡ଼ାଇ ଦିଆଯାଏ । ଯେଭଳି ସେ ତା ଚାରିପଟେ ହେଉଥିବା କୌଣସି ଜିନିଷ ଦେଖିପାରିବ ନାହିଁ ।ତିହାର ଜେଲର ୩ ନମ୍ବର ବିଲ୍ଡିଂରେ ଫାଶୀ କୋଠି ଅଛି । ଉକ୍ତ ବିଲ୍ଡିଂରେ ୧୬ଟି ଡେଥ୍ ସେଲ୍ ରହିଛି । ଫାଶୀ ପାଇବାକୁ ଥିବା ଦୋଷୀଙ୍କୁ ଉକ୍ତ ଡେଥ୍ ସେଲରେ ଏକଲା ରଖାଯାଏ ।

ଫାଶୀ ବେଳେ କିଏ ଉପସ୍ଥିତ ରୁହନ୍ତି ?

ଜେଲ୍‌ ଆଇନ୍‌ ମୁତାବକ ଫାଶୀ ବେଳେ ସୀମିତ ବ୍ୟକ୍ତିଙ୍କ ଉପସ୍ଥାନ ରହିଥାଏ । ଫାଶୀରେ ଚଢ଼ୁଥିବା ବ୍ୟକ୍ତି ଓ ଜହ୍ଲାଦ ସହ ସେଠାରେ ଉପସ୍ଥିତ ରୁହନ୍ତି ଜଣେ ଡାକ୍ତର, ଯିଏ ମୃତ୍ୟୁ ହୋଇଥିବା ନିଶ୍ଚିତ କରାନ୍ତି । ଉପସ୍ଥିତ ରୁହନ୍ତି ଜଣେ ସବ୍‌-ଡିଭିଜନାଲ ମାଜିଷ୍ଟ୍ରେଟ୍‌, ଯାହାଙ୍କ ଉପସ୍ଥିତିରେ ଫାଶୀ ପ୍ରକ୍ରିୟା ପୂରଣ ହୋଇଥାଏ । ଜେଲରଙ୍କ ସହ ଜେଲ୍‌ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ, ୧୦ କନଷ୍ଟେବଳ ଓ ୨ ହେଡ୍‌ କନଷ୍ଟେବଳ ଉପସ୍ଥିତ ରୁହନ୍ତି ।

ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…

ପୂର୍ବରୁ ସ୍ୱାଧୀନ ଭାରତେ ୫୭ ଜଣଙ୍କୁ ଫାଶୀ ଦିଆଯାଇଛି । ନିର୍ଭୟା ମାମଲାରେ ଫାଶୀ ପାଇବାକୁ ଥିବା ୪ ଜଣ ୫୮, ୫୯, ୬୦ ଓ ୬୧ ଦୋଷୀ ହିସାବରେ ଫାଶୀ ଖୁଣ୍ଟରେ ଝୁଲିବେ । ଦେଶରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେକୁ ପ୍ରଥମଥର ଫାଶୀ ଦିଆଯାଇଥିଲା । ଯେତେବେଳେ କି ୨୦୧୫ରେ ୟାକୁବ ମେମନକୁ ଶେଷଥର ପାଇଁ ଫାଶୀ ଖୁଣ୍ଟରେ ଚଢ଼ା ଯାଇଥିଲା ।

‘ନିର୍ଭୟା’ ରିଭ୍ୟୁ ପିଟିସନରୁ ନିଜକୁ ଦୂରେଇ ରଖିଲେ ପ୍ରଧାନ ବିଚାରପତି, ଜାଣନ୍ତୁ କାହିଁକି ?

ନିର୍ଭୟା ମାମଲାରେ ଦୋଷୀଙ୍କ ଫାଶୀ ତାରିଖ ଆସିବା ପରେ ସବୁ ମହଲରେ ପ୍ରତିକ୍ରିୟା, ପଢ଼ନ୍ତୁ କିଏ କଣ କହିଲେ ?

ନୂଆଦିଲ୍ଲୀ : ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଟିଆଲା ହାଉସକୋର୍ଟ ଦୋଷୀଙ୍କ ଫାଶୀ ତାରିଖ ଘୋଷଣା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ, ପଞ୍ଜାବର ମହିଳା କମିଶନ ଓ କଂଗ୍ରେସ ସଭାନେତ୍ରୀ ସମସ୍ତେ ମତାମତ ଦେଇଛନ୍ତି ।

ନିର୍ଭୟା ମାମଲାରେ ପ୍ରତିକ୍ରିୟା ପ୍ରକାଶ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ୱାଲ । କହିଲେ ନ୍ୟାୟ ମିଳିଲା ।

ନିର୍ଭୟା ମାମଲାରେ ବ୍ଲାକ୍ ଓ୍ୱାରେଣ୍ଟ ଜାରି ପରେ ପ୍ରତିକ୍ରିୟା ପ୍ରକାଶ କଲେ କଂଗ୍ରେସ ନେତ୍ରୀ ସୁସ୍ମିତା ଦେବ । କହିଲେ, ୭ ବର୍ଷ ପରେ ନିର୍ଭୟାକୁ ମିଳିଲା ନ୍ୟାୟ । ଯଦି ନିର୍ଭୟା ଭଳି ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ, ୭ ବର୍ଷ ପରେ ମିଳୁଛି ତେବେ ଯେଉଁଠି ପ୍ରମାଣର ସ୍ପଷ୍ଟତା ନଥିବ ସେଠାରେ କିଭଳି ଦଣ୍ଡ ଦିଆଯିବ ? ରାଜନୀତିକ ଓ ନ୍ୟାୟିକ ବ୍ୟବସ୍ଥା ସହ ଜଡ଼ିତ ବ୍ୟକ୍ତି ଏହା ଉପରେ ଚିନ୍ତା କରିବା ଦରକାର ।