spot_img
Home Blog Page 7487

ମଧ୍ୟପ୍ରଦେଶରେ ବଦଳିବ କି ସରକାର ?

ମଧ୍ୟପ୍ରଦେଶ: ଭାଙ୍ଗି ଯିବକି ମଧ୍ୟପ୍ରଦେଶର କମଲନାଥ ସରକାର । ବର୍ଷ ମଝିରୁ ସରକାର ଗଢିବ କି ବିଜେପି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟିମ୍‌ର ୧୭ ବିଧାୟକଙ୍କ ବିଦ୍ରୋହ ପରେ ରାଜ୍ୟ ରାଜନୀତିରେ ହଲଚଲ ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥ ସମସ୍ତ ୨୦ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏଥିସହ ନୂଆ କ୍ୟାବିନେଟ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜ୍ୟୋତିରାଦିତ୍ୟଙ୍କ ଖୁଲମଖୁଲା ବିରୋଧ ପରେ ମୁଖ୍ୟମନ୍ତ୍ରୀ କମଲନାଥ ନିଜର କୋର ଟିମ୍‌ଙ୍କୁ ନେଇ ବୈଠକ କରିଛନ୍ତି। ଦଳର ଅଧକ୍ଷ୍ୟ ସୋନିଆ ଗାନ୍ଧୀଙ୍କ ସହ ସିଧାସଳଖ ସମ୍ପର୍କରେ ଅଛନ୍ତି ।

ଏପଟେ ରାଜ୍ୟ କଂଗ୍ରେସର ହାଇଡ୍ରାମା ପରେ ଆଲର୍ଟ ହୋଇଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ ଦଳର କିଛି ନେତାଙ୍କୁ ଧରି ବୈଠକ କରିଛନ୍ତି । ମଧ୍ୟପ୍ରଦେଶର ରାଜନୀତିର ଟିକିନିଖି ଖବରକୁ ସମୀକ୍ଷା କରିଛନ୍ତି । ୨୩୦ଟି ଆସନ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ୨ଜଣ ବିଧାୟକଙ୍କ ପରଲୋକ ହୋଇଛି। କଂଗ୍ରେସର ୧୧୪ ବିଧାୟକ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୫ ରହିଛି । କଂଗ୍ରେସକୁ ୪ଜଣ ସ୍ୱାଧୀନ, ୨ ବିଏସପି ଓ ଜଣେ ଏସପି ବିଧାୟକଙ୍କ ସମର୍ଥନ ରହିଛି। କଂଗ୍ରେସ ପାଖରେ ୧୨୧ ଜଣ ବିଧାୟକଙ୍କ ସମର୍ଥନ ଥିବା ବେଳେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି । ଯଦି ସିନ୍ଧିଆ ଟିମ୍‌ର ୧୭ ବିଧାୟକ ଦଳ ଛାଡ଼ନ୍ତି ତେବେ କଂଗ୍ରେସ ସଂଖ୍ୟା ୯୭କୁ ଖସି ଆସିବ। ସ୍ୱାଧୀନ, ବିଏସପି ଓ ଏସପି ବିଧାୟକଙ୍କ ସମର୍ଥନ ପରେ ୧୦୪ ବିଧାୟକ ହେବେ। ସେପଟେ ୧୯ ଆସନ ଖାଲି ହେଲେ ବିଜେପି ସରକାର ଗଠନ କରିପାରିବ । ସେପଟେ ସିନ୍ଧିଆ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

ଭୋର ୫ଟାରେ ପହଞ୍ଚିଲେ 5ଟି ସଚିବ

କଟକ: କଟକରେ 5ଟି ସଚିବ । ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଭି.କାର୍ତ୍ତିକେୟ ପାଣ୍ଡିଆନ । ଭୋର ପ୍ରାୟ ୫ଟା ସମୟରେ ବାଦାମବାଡ଼ି ବସଷ୍ଟାଣ୍ଡ ବୁଲିଥିଲେ । ବାଦାମବାଡ଼ିକୁ ଉନ୍ନତମାନର ବସଷ୍ଟାଣ୍ଡରେ ପରିଣତ କରିବାକୁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଏହା ପରେ ଅନୁଗୁଳ ବସଷ୍ଟାଣ୍ଡ, ସେସୁ କାର୍ଯ୍ୟାଳୟ ପରିସରର ଜମି ବୁଲି ଦେଖିଥିଲେ ।

ସେହିପରି ଏସସିବି ସଂପ୍ରସାରଣ ପାଇଁ ରାଣୀହାଟ, ଯୋବ୍ରା ଅଞ୍ଚଳରେ ଚାଲିଥିବା କାମର ସମୀକ୍ଷା ମଧ୍ୟ କରିଥିଲେ । ମହାନଦୀ ବ୍ରିଜ ମୁଣ୍ଡରୁ ହାଡ଼ିଆପଠା ପର୍ଯ୍ୟନ୍ତ କାମର ଅଗ୍ରଗତି ସଂପର୍କରେ ଅଧିକାରୀଙ୍କଠୁ ପଚାରି ବୁଝିଥିଲେ । ଶେଷରେ ମ୍ୟାରିଟାଇମ ମ୍ୟୁଜିୟମ ଯାଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସଚିବ । ଭୁବନେଶ୍ୱର ଫେରିବା ବାଟରେ ଖାନନଗର ବିଶ୍ୱନାଥ ପାଠାଗାର ଯାଇଥିଲେ ଭି.କାର୍ତ୍ତିକେୟ ପାଣ୍ଡିଆନ ।

ସ୍ନେହ, ପ୍ରେମ ଆଉ ସଦ୍‌ଭାବନାର ପର୍ବ ହୋଲି

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ସ୍ନେହ, ପ୍ରେମ ଆଉ ସଦ୍‌ଭାବନାର ପର୍ବ ହୋଲି । ବନ୍ଧୁ ପରିଜନ ଆଉ ସମ୍ପର୍କୀୟଙ୍କ ସହ ହୋଲିକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତେ ତତ୍ପର । ଏଥି ପାଇଁ ଗାଁ ଗଣ୍ଡାଠୁ ଆରମ୍ଭ କରି ସହର ସବୁଠି ଧୁମଧାମରେ ଖେଳାଯାଉଛି ହୋଲି ପର୍ବ । ରଙ୍ଗ, ଅବିର ଆଉ ଫଗୁ ଖେଳରେ ହୋଲିକୁ ରଙ୍ଗୀନ କରବାକୁ ଏକାଠି ହୋଇଛନ୍ତି ପିଲାଠୁ ବୁଢା । ତେବେ ହୋଲିକୁ ନେଇ ଏକାଧିକ ପୌରାଣିକ ଗାଥା ଏବଂ ଲୋକକଥା ମଧ୍ୟ ରହିଛି । ପ୍ରହଲ୍ଲାଦ ଓ ହୋଲିକା କଥାଠୁ ଆରମ୍ଭ କରି ପୁତନା ବଧ, ମନୁଙ୍କ ଜନ୍ମ ଭଳି ବିଭିନ୍ନ ପୌରାଣିକ କଥାବସ୍ତୁ ଆଧାରରେ ଏହି ପର୍ବ ପାଳନ କରାଯାଏ ବୋଲି କିମ୍ବଦନ୍ତୀ କୁହେ । ମୋଗଲ ସାମ୍ରାଜ୍ୟ ଅମଳରେ ହୋଲି ପର୍ବକୁ ଇଦ-ଏ-ଗୁଲାବୀ ପର୍ବ ବୋଲି କୁହାଯାଉଥିଲା । ତେବେ ଖାଲି ହିନ୍ଦୁ ଧର୍ମ ନୁହେଁ ସାରାବିଶ୍ୱକୁ ଏକତାର ସୂତ୍ରରେ ବାନ୍ଧିଛି ଏ ଭାଇଚାରାର ପର୍ବ । ଆମେରିକାର ହ୍ଵାଇଟ ହାଉସରୁ ଆରମ୍ଭ କରି ଗୁଗୁଲ, ଫେସବୁକ ଭଳି ବଡ଼ ବଡ଼ ସଂସ୍ଥାରେ ଧୁମଧାମରେ ପାଳନ ହେଉଛି ହୋଲି ।

ବିପଦରେ କମଲନାଥ ସରକାର, ଭୋପାଳ ଛାଡ଼ି ବେଙ୍ଗଳୁରୁ ଗଲେ ୧୮ କଂଗ୍ରେସ ବିଧାୟକ

ଭୋପାଳ: ବିଜେପିର ଅପରେସନ୍ ଲୋଟସ୍୩ ଅଭିଯାନ ନେଇ ସାରା ଦେଶରେ ଜୋରଦାର ଚର୍ଚ୍ଚା । କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶ ହାତେଇବାକୁ ଦଳ ପ୍ରୟାସ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସର ନେତା । ଏ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ପଡିଛି ବିଜେପିର ଅଭିଶାପ । ଦଳୀୟ ସମସ୍ୟା ସମାଧାନ ନହେଉଣୁ ଆଉ ଏକ ସମସ୍ୟା ଏବେ କଂଗ୍ରେସ ସରକାରଙ୍କ ଉପରେ ମୁଣ୍ଡ ଟେକି ଛିଡା ହେଲାଣି । ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ଆଲୋଚନା କରି କମଲନାଥ ସମସ୍ୟାର ସମାଧାନ କରିବା ଭିତରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟିମ୍‌ର ୧୮ ଜଣ ବିଧାୟକ ଏବେ ବାଙ୍ଗାଲୋରରେ ପହଞ୍ଚିଛନ୍ତି ।

ସରକାରଙ୍କୁ ଅସୁବିଧାରେ ପକାଇ ନିଜ ଦାବି ପୂରଣ ପାଇଁ ବାଧ୍ୟ କରିବାକୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏପରି କରିଛନ୍ତି ବୋଲି କମଲନାଥ ଖୋଲାଖୋଲି କହୁଛନ୍ତି । କଂଗ୍ରେସ ରାଜ୍ୟରେ ବହୁମତ ହାସଲ କରିବା ପରେ ସେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଥିଲେ, ହେଲେ ହାଇକମାଣ୍ଡଙ୍କ ପସନ୍ଦ ନହେବାରୁ ଜ୍ୟୋତିରାଦିତ୍ୟ ଅସନ୍ତୁଷ୍ଟ ଅଛନ୍ତି ବୋଲି କମଲନାଥ କହିଛନ୍ତି ।ସେପଟେ ବେଙ୍ଗଳୁରୁରେ ମଧ୍ୟ କିଛି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ଅଛନ୍ତି । ସେମାନଙ୍କ ସହ ମିଶି ସିନ୍ଧିଆ କିଛି ଷଡଯ଼ନ୍ତ୍ର କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି କମଲନାଥ । ୨୩୦ଟି ଆସନ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ୧୧୪ ଜଣ କଂଗ୍ରେସ ସଦସ୍ୟ ଥିବା ବେଳେ ୧୦୯ ଜଣ ବିଜେପି ବିଧାୟକ ଅଛନ୍ତି । କଂଗ୍ରେସର ୧୧୪ ଜଣ ମଧ୍ୟରୁ ୧୮ ଜଣ ବିରୋଧୀ ବିଧାୟକ ବାଙ୍ଗାଲୋର ପଳାଇବା ପରେ ରାଜ୍ୟରେ କଂଗ୍ରେସ ସରକାର ଏବେ ଦୋହଲି ଯାଇଛି । ସମସ୍ତଙ୍କୁ ମନାଇ ଘରକୁ ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି କମଲନାଥ ।

ଝାଡ଼ଖଣ୍ଡ ବିଧାନସଭା ଭୋଟ୍ ଗଣତି ଜାରି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲିଛି ବିଜେପି

ଅଣ୍ଡର ସେଭେଣ୍ଟିନ ମହିଳା ଫିଫା ବିଶ୍ୱକପ୍ ଉପରେ କରୋନା ଖଣ୍ଡା

ଭୁବନେଶ୍ୱର: କରୋନା ପାଇଁ ବିଶ୍ୱବାସୀ ଭୟରେ ଥିବା ବେଳେ ଏବେ ଏହା କ୍ରୀଡ଼ା ଜଗତକୁ ପ୍ରଭାବିତ କରିବାକୁ ଯାଉଛି । ଟୋକିଓ ଅଲିମ୍ପିକ ଘୁଞ୍ଚିବାର ଆଶଙ୍କା ଦେଖାଦେଇଛି । ଏପଟେ ନଭେମ୍ବରରେ ଓଡ଼ିଶାରେ ଖେଳାଯିବାକୁ ଥିବା ଅଣ୍ଡର ସେଭେଣ୍ଟିନ ମହିଳା ଫିଫା ବିଶ୍ୱକପର ଆୟୋଜନ ମଧ୍ୟ ଅନିଶ୍ଚିତତାରେ ।

ସାରା ବିଶ୍ୱର ଅନେକ କ୍ରୀଡ଼ା ଏବେ କରୋନାର କରାଳ ରୂପରେ ଧୋଇଯିବାର ଡ଼ର ରହିଛି । କରୋନା ପାଇଁ ଟୋକିଓ ଅଲିମ୍ପିକ ଘୁଞ୍ଚିବାର ଅନେକ ସମ୍ଭାବନା ରହିଛି । ଓଡ଼ିଶାରେ ହେବାକୁ ଥିବା ଅଣ୍ଡର ସେଭେଣ୍ଟିନ୍‌ ମହିଳା ଫିଫା ବିଶ୍ୱକପ ମଧ୍ୟ ଅନିଶ୍ଚିତତା ଘେରରେ । ଫିଫାର ଏହି ବଡ଼ ପ୍ରତିଯୋଗିତାକୁ ପ୍ରଥମ ଥର ପାଇଁ ଭାରତ ଆୟୋଜନ କରୁଥିବାବେଳେ, ଏହାର ପ୍ରମୁଖ ଭେନ୍ୟୁ କଳିଙ୍ଗ ଷ୍ଟାଡ଼ିୟମ ରହିଥିଲା । ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମରେ ଜୋରଦାର ପ୍ରସ୍ତୁତି ମଧ୍ୟ ଚାଲିଛି। ତେବେ କରୋନାର ସ୍ଥିତିକୁ ଦେଖିଲେ ଏହି ପ୍ରତିଯୋଗିତା ବାତିଲା ହେବାର ସମ୍ଭାବନା ଥିବା କହିଛନ୍ତି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

୨୦୨୦ରେ ହେବାକୁ ଥିବା ସମସ୍ତ ଅନ୍ତର୍ଜାତୀୟ ଇଭେଣ୍ଟ  ବନ୍ଦ ହେବାର ଆଶଙ୍କା ରହିଛି । ଦିଲ୍ଲୀର ହେବାକୁ ଥିବା ସୁଟି ବିଶ୍ୱକପ ଏବଂ ଭୁବନେଶ୍ୱରରେ ହେବାକୁ ଥିବା ଫିଫା କ୍ୱାଲିଫାୟର୍ସ ସ୍ଥଗିତ ହୋଇସାରିଛି । କେବଳ ଏତିକି ନୁହେଁ ସ୍ପେନ, ଦୁବାଇରେ ହେବାକୁ  ଥିବା ପାରା ବ୍ୟାଡମିଣ୍ଟନ ମଧ୍ୟ ବାତିଲ ହୋଇସାରିଛି । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କ୍ରୀଡ଼ାବିତ୍‌ ।

କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ଏବଂ ଅଧିକାରୀଙ୍କ ଉପରେ ଲାଗୁହୋଇଛି କରୋନା କଟକଣା । କୈାଣସି ଅନ୍ତର୍ଜାତୀୟ ଇଭେଣ୍ଟ କିମ୍ବା ସ୍ପୋର୍ଟ୍ସ କାର୍ଯ୍ୟକ୍ରମରେ ଯୋଗନଦେବାକୁ ବାରଣ କରାଯାଇଥିବା କହିଛନ୍ତି କ୍ରୀଡ଼ାମନ୍ତ୍ରୀ ।

 

ଗହଳି ମନା, ଏଥର ଘରେ ଖେଳନ୍ତୁ ହୋଲି…

ଭୁବନେଶ୍ୱର: ଆନନ୍ଦ ଉଲ୍ଲାସର ପର୍ବ ହୋଲିରେ ମନକୁ ଲଗାମ୍ ଦିଅନ୍ତୁ । କାରଣ ଟିକିଏ ଉତ୍ସାହ ଆପଣଙ୍କ ପାଇଁ ଆଣିପାରେ ବିପଦ । ସୁରକ୍ଷିତ ହୋଲି ଖେଳିବା ନେଇ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପରାମର୍ଶ ଦେଇଛନ୍ତି । ମୁହଁରେ ରଙ୍ଗ  ଲଗାନ୍ତୁ ନାହିଁ । ଛିଙ୍କ, କାଶ ଓ ସର୍ଦ୍ଦି ହୋଇଥିଲେ ହୋଲି ଖେଳନ୍ତୁନି । ଆଲିଙ୍ଗନ କିମ୍ବା କରମର୍ଦ୍ଧନ କରନ୍ତୁନି । ହୋଲିରେ ଦଳଗତ ଭାବେ ଏକତ୍ରିତ ହୁଅନ୍ତୁନି । ନିଜ ଘର ଓ ପରିବାର ସହିତ ରଙ୍ଗ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି ।

କରୋନା ପ୍ରଭାବରେ ହୋଲି ବଜାର ମାନ୍ଦା ରହିଥିବା ବେଳେ ଆଜି ଆଉ ୨ ଜଣ ସନ୍ଦିଗ୍ଧଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ଦୁଇ ଜଣ ସନ୍ଦିଗ୍ଧ ଓମାନ ଓ ଇଟାଲୀରୁ ଫେରିଛନ୍ତି । ସେମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ଆରଏମଆରସିକୁ ପଠାଯାଇଛି । ରିପୋର୍ଟ ଆସିଲା ପରେ କରୋନା ଆକ୍ରାନ୍ତ କି ନୁହେଁ ଜଣାପଡ଼ିବ ବୋଲି କହିଛନ୍ତି ଡିଏମଇଟିର ସିବିକେ ମହାନ୍ତି ।

କାର୍ଯ୍ୟାଳୟରେ କରୋନା ସତର୍କତା, ଆଡଭାଇଜରି ଜାରି କଲେ ଏସଆରସି

ସେହିଭଳି କୁକୁଡ଼ା ଖାଇବା ଦ୍ୱାରା କରୋନା ବ୍ୟାପୁଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଚିକେନ୍ ଦ୍ୱାରା କରୋନା ହେବା ଅମୂଳକ ଓ ଅବାସ୍ତବ । ଏନେଇ କୌଣସି ତଥ୍ୟ ଏଯାଏଁ ପ୍ରମାଣିତ ହୋଇନଥିବା ସେ କହିଛନ୍ତି ।

କାୟା ବିସ୍ତାର କରୁଛି ଭୟଙ୍କର କରୋନା ଭାଇରସ, ବିପଦରେ ୮ ଦେଶ

ରଙ୍ଗର ପର୍ବରେ ନିଜ ସୌନ୍ଦର୍ଯ୍ୟ ପ୍ରତି କରନ୍ତୁ ନାହିଁ ବୁଝାମଣା, ଆପଣାନ୍ତୁ ଏହି ସବୁ ଟିପସ୍ପ୍

ରାତି ପାହିଲେ ରଙ୍ଗର ପର୍ବ ହୋଲି । ବର୍ଷକୁ ଥରେ ଆସୁଥିବା ହୋଲିରେ ସମସ୍ତେ ମନ ଭରି ହୋଲି ଖେଳିଥାନ୍ତି ।  ମାତ୍ର ଏହି ପର୍ବ ବିଶେଷ କରି ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ। କାରଣ ସେମାନେ ହୋଲି ଖେଳିବାକୁ ଭଲ ପାଉଥିଲେ ମଧ୍ୟ ସୌନ୍ଦର୍ଯ୍ୟ ପାଇଁ ଖେଳିବାକୁ ଭୟ କରିଥାନ୍ତି। ନଖ, କେଶ, ତ୍ୱଚା ଖରାପ ହେବା ଭୟରେ ରଙ୍ଗଠାରୁ ନିଜକୁ ଦୂରେଇ ରଖିଥାନ୍ତି। ହୋଲି ଖେଳି ମଧ୍ୟ କିପରି ନିଜ ସୌନ୍ଦର୍ଯ୍ୟକୁ ବଜାୟ ରଖିପାରିବେ ଜାଣନ୍ତୁ ସେ ବିଷୟରେ।

 

ତ୍ୱଚା- ହୋଲିରେ ରକମ ରକମର ରଙ୍ଗ ଦେହରେ ଲାଗିବାରୁ ରଙ୍ଗ ସହଜରେ ଦେହରୁ ଛାଡ଼ି ନଥାଏ । ରଙ୍ଗ ଖେଳ ସରିବା ପରେ ଦେହରୁ କିପରି ରଙ୍ଗ ଛଡ଼ାଯିବ, ତାହା ଚିନ୍ତାର ବିଷୟ ପାଲଟିଯାଏ । ତେବେ ଦେହରୁ ଯଦି ରଙ୍ଗ ନଛାଡୁଥିବ ତେବେ ୨ ଚାମଚ ବେସନରେ ଅଳ୍ପ ହଳଦୀ, ମହୁ ଏବଂ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ରଙ୍ଗ ଲାଗିଥିବା ସ୍ଥାନରେ ଲଗାଇ ୧୫-୨୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ପରେ ନଖଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା ଦ୍ୱାରା ରଙ୍ଗ ଛାଡିଯିବ।

କେଶ- ରଙ୍ଗରେ ସାଧାରଣତଃ ବିଭିନ୍ନ ହାନିକାରକ କେମିକାଲ ମିଶି ରହିଥାଏ । ଯାହା ଆପଣଙ୍କ ତ୍ୱଚା ସହ କେଶକୁ ମଧ୍ୟ କ୍ଷତି ପହଁଞ୍ଚାଇପାରେ । ତେବେ ହୋଲି ଖେଳିବା ପୂର୍ବରୁ କେଶରେ ଭଲଭାବେ ତେଲ ଲଗାଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶରେ ରଙ୍ଗ ସିଧାସଳଖ ଲାଗେନାହିଁ । ତେଲ କେଶ ନଷ୍ଟ ହେବରୁ ରକ୍ଷା କରିଥାଏ ।

ନଖ- ହୋଲି ଖେଳିବାବେଳେ ସବୁଠାରୁ ଅଧିକ ରଙ୍ଗ ମଝିରେ ଜମି ରହିଯାଏ। ତେଣୁ ହୋଲି ଖେଳିବା ପୂର୍ବରୁ ନଖରେ ନେଲ୍‌ପଲିସ୍‌ ଲଗାଇ ଦିଅନ୍ତୁ। ଫଳରେ ନଖ ଆଉ ଖରାପ ହେବ ନାହିଁ ।

କୋମଳତା ରକ୍ଷା ପାଇଁ- ରଙ୍ଗ ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ ଅତ୍ୟନ୍ତ ସମ୍ବେଦନଶୀଳ ହୋଇଯାଏ। ତେଣୁ ହୋଲି ଦିନ ଦୁଇ ଥରରୁ ଅଧିକ ଗାଧାନ୍ତୁ ନାହିଁ। ଏପରି କରିବା ଦ୍ୱାରା ଚର୍ମର ଆର୍ଦ୍ରତା ନଷ୍ଟ ହୋଇପାରେ। ଗାଧୋଇବା ପରେ ଚର୍ମରେ ମଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ ।

ଆଫଗାନିସ୍ତାନରେ ଶପଥ ନେଲେ ୨ ଜଣ ରାଷ୍ଟ୍ରପତି

କାବୁଲ: ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ସହିତ ଆଫଗାନିସ୍ତାନରେ ଆରମ୍ଭ ହୋଇଯାଇଛି ରାଜନୈତିକ ଅସ୍ଥିରତା । ଗୋଟିଏ ଦିନରେ ରାଷ୍ଟ୍ରପତି ପଦ ପାଇଁ ଦୁଇ ଦୁଇ ଜଣ ଶପଥ ନେଇଛନ୍ତି । ଅସରଫ ଘନି ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ପଦର ଶପଥ ନେଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଅବଦୁଲ୍ଲାହ ଘନିଙ୍କ ଶପଥକୁ ଅବୈଧ ବୋଲି କହି ନିଜେ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି ।ରାଷ୍ଟ୍ରପତି ଭବନରେ ଘନିଙ୍କ ସମାରୋହ ଆୟୋଜିତ ହୋଇଥିଲା । ଏଥିରେ ଆମେରିକାର ସ୍ୱତନ୍ତ୍ର ରାଜଦୂତ ଓ ନାଟୋ ମୁଖ୍ୟ କମାଣ୍ଡୋ ଯୋଗ ଦେଇଥିଲେ । ଶପଥ କାଳରେ ରାଷ୍ଟ୍ରପତି ଭବନ ଉପରକୁ ରକେଟ୍ ମାଡ଼ ହୋଇଥିବା ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ଠିକ୍ ସେହି ସମୟରେ ନିର୍ବାଚନରେ ଘନିଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିବା ଅବଦୁଲ୍ଲାହ ଅବଦୁଲ୍ଲାହ ଅନ୍ୟ ଏକ ସ୍ଥାନରେ ଶପଥ ନେଇଥିଲେ । ଗତବର୍ଷ ସେପ୍ଟେମ୍ବର ମାସରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଘନି ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଏହାକୁ ସ୍ୱୀକାର କରିନଥିଲେ ।

ସଙ୍କଟ ଭିତରେ ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ହେଲେ ଅସରଫ ଘନି

୨ ନେତାଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ସଂଘର୍ଷ ଆଫଗାନିସ୍ତାନରେ ଶାନ୍ତି ପାଇଁ ଅଶୁଭ ବୋଲି ତାଲିବାନ ଏକ ବିବୃତ୍ତି ଜାରି କହିଛି ।

 

୨ ଡାକ୍ତରଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କଟକ: ଇଡି ସ୍କାନର୍‌ରେ ଏସ୍‌ସିବି ଡାକ୍ତର । ଏସସିବି ହେମୋଟୋଲଜି ବିଭାଗର ପ୍ରଫେସର ଡାକ୍ତର ରବୀନ୍ଦ୍ର ଜେନା ଓ ଡାକ୍ତର ସୁଧା ସେଠୀଙ୍କ ବିରୋଧରେ ବେଆଇନ୍ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି । ଉଭୟଙ୍କ ନାଁରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ୨୦୧୭ ମସିହାରେ ଡାକ୍ତର ରବୀନ୍ଦ୍ର ଜେନାଙ୍କ ଘର ଓ ଅଫିସ୍‌ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା ।

ଭିଜିଲାନ୍ସ ଡାକ୍ତର ରବୀନ୍ଦ୍ର ଜେନାଙ୍କ ଲକରରୁ ହୀରା ଓ ସୁନା ସହ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଥିଲା । ସେହି ସମୟରେ ଡାକ୍ତର ସୁଧା ସେଠୀଙ୍କ ଘରେ ବି ଚଢାଉ କରି ବେଆଇନ୍ ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନେ ବେଲ ପାଇଥିଲେ । ଏବେ ପୁଣି ୨ ଜଣଙ୍କ ନଁ।ରେ ଇଡି ମାମଲା ରୁଜୁ କରିଛି ।

ସଙ୍କଟ ଭିତରେ ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ହେଲେ ଅସରଫ ଘନି

କାବୁଲ: ଦେଶରେ ଶାନ୍ତିକୁ ନେଇ ଅଚଳ ହୋଇପଡ଼ିଛି ରାଜଧାନୀ । ଅଶାନ୍ତି, ବିରୋଧ ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ସୋମବାର ଦ୍ୱିତୀୟ ଥର ପାଇଁ ଅସରଫ ଘନି ଶପଥ ନେଇଛନ୍ତି । ବିଦ୍ରୋହ ଭିତରେ ଅସରଫ ଶପଥ ନେଇଥିବା ବେଳେ ଶପଥ ସମାରୋହରେ ବୋମା ଓ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏସବୁ ପାଇଁ ଅସରଫଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଅବଦୁଲ୍ଲାହଙ୍କୁ ଦାୟୀ କରାଯାଇଛି ।ତାଲିବାନଙ୍କ ସହ ଶାନ୍ତି କଥାବାର୍ତ୍ତାକୁ ନେଇ ଆଫଗାନିସ୍ତାନରେ ଏବେ ବି ଅଚଳାବସ୍ଥା ଲାଗି ରହିଛି । ସୋମବାର ସକାଳୁ ଆଫଗାନିସ୍ତାନ ରାଜଧାନୀକୁ ସୁରକ୍ଷା ବଳ ଏକ ପ୍ରକାର ବନ୍ଦୀ କରି ରଖିଛନ୍ତି । ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଅସରଫ ଘନି ଦ୍ୱିତୀୟ ଥର ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ।ଶପଥ ନେବା ପରେ ଅସରଫ କହିଛନ୍ତି, ସେ ସମସ୍ତ ନିୟମ ମାନିବା ସହ ଦେଶକୁ ସୁରକ୍ଷା ଦେବେ । ଗତବର୍ଷ ସେପ୍ଟେମ୍ବର ମାସରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଘନି ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଏହାକୁ ସ୍ୱୀକାର କରିନଥିଲେ । ଶେଷରେ ଅସରଫ ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।