ମଧ୍ୟପ୍ରଦେଶରେ ବଦଳିବ କି ସରକାର ?

ମଧ୍ୟପ୍ରଦେଶ: ଭାଙ୍ଗି ଯିବକି ମଧ୍ୟପ୍ରଦେଶର କମଲନାଥ ସରକାର । ବର୍ଷ ମଝିରୁ ସରକାର ଗଢିବ କି ବିଜେପି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟିମ୍‌ର ୧୭ ବିଧାୟକଙ୍କ ବିଦ୍ରୋହ ପରେ ରାଜ୍ୟ ରାଜନୀତିରେ ହଲଚଲ ହୋଇଛି। ମୁଖ୍ୟମନ୍ତ୍ରୀ କମଲନାଥ ସମସ୍ତ ୨୦ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି । ଏଥିସହ ନୂଆ କ୍ୟାବିନେଟ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜ୍ୟୋତିରାଦିତ୍ୟଙ୍କ ଖୁଲମଖୁଲା ବିରୋଧ ପରେ ମୁଖ୍ୟମନ୍ତ୍ରୀ କମଲନାଥ ନିଜର କୋର ଟିମ୍‌ଙ୍କୁ ନେଇ ବୈଠକ କରିଛନ୍ତି। ଦଳର ଅଧକ୍ଷ୍ୟ ସୋନିଆ ଗାନ୍ଧୀଙ୍କ ସହ ସିଧାସଳଖ ସମ୍ପର୍କରେ ଅଛନ୍ତି ।

ଏପଟେ ରାଜ୍ୟ କଂଗ୍ରେସର ହାଇଡ୍ରାମା ପରେ ଆଲର୍ଟ ହୋଇଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ ଦଳର କିଛି ନେତାଙ୍କୁ ଧରି ବୈଠକ କରିଛନ୍ତି । ମଧ୍ୟପ୍ରଦେଶର ରାଜନୀତିର ଟିକିନିଖି ଖବରକୁ ସମୀକ୍ଷା କରିଛନ୍ତି । ୨୩୦ଟି ଆସନ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ୨ଜଣ ବିଧାୟକଙ୍କ ପରଲୋକ ହୋଇଛି। କଂଗ୍ରେସର ୧୧୪ ବିଧାୟକ ଥିବା ବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୫ ରହିଛି । କଂଗ୍ରେସକୁ ୪ଜଣ ସ୍ୱାଧୀନ, ୨ ବିଏସପି ଓ ଜଣେ ଏସପି ବିଧାୟକଙ୍କ ସମର୍ଥନ ରହିଛି। କଂଗ୍ରେସ ପାଖରେ ୧୨୧ ଜଣ ବିଧାୟକଙ୍କ ସମର୍ଥନ ଥିବା ବେଳେ ବିଜେପି ପାଖରେ ୧୦୭ ବିଧାୟକ ଅଛନ୍ତି । ଯଦି ସିନ୍ଧିଆ ଟିମ୍‌ର ୧୭ ବିଧାୟକ ଦଳ ଛାଡ଼ନ୍ତି ତେବେ କଂଗ୍ରେସ ସଂଖ୍ୟା ୯୭କୁ ଖସି ଆସିବ। ସ୍ୱାଧୀନ, ବିଏସପି ଓ ଏସପି ବିଧାୟକଙ୍କ ସମର୍ଥନ ପରେ ୧୦୪ ବିଧାୟକ ହେବେ। ସେପଟେ ୧୯ ଆସନ ଖାଲି ହେଲେ ବିଜେପି ସରକାର ଗଠନ କରିପାରିବ । ସେପଟେ ସିନ୍ଧିଆ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

Leave a Reply