ସଙ୍କଟ ଭିତରେ ଦ୍ୱିତୀୟ ଥର ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ହେଲେ ଅସରଫ ଘନି

କାବୁଲ: ଦେଶରେ ଶାନ୍ତିକୁ ନେଇ ଅଚଳ ହୋଇପଡ଼ିଛି ରାଜଧାନୀ । ଅଶାନ୍ତି, ବିରୋଧ ଭିତରେ ଆଫଗାନିସ୍ତାନର ରାଷ୍ଟ୍ରପତି ଭାବେ ସୋମବାର ଦ୍ୱିତୀୟ ଥର ପାଇଁ ଅସରଫ ଘନି ଶପଥ ନେଇଛନ୍ତି । ବିଦ୍ରୋହ ଭିତରେ ଅସରଫ ଶପଥ ନେଇଥିବା ବେଳେ ଶପଥ ସମାରୋହରେ ବୋମା ଓ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଏସବୁ ପାଇଁ ଅସରଫଙ୍କ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଅବଦୁଲ୍ଲାହଙ୍କୁ ଦାୟୀ କରାଯାଇଛି ।ତାଲିବାନଙ୍କ ସହ ଶାନ୍ତି କଥାବାର୍ତ୍ତାକୁ ନେଇ ଆଫଗାନିସ୍ତାନରେ ଏବେ ବି ଅଚଳାବସ୍ଥା ଲାଗି ରହିଛି । ସୋମବାର ସକାଳୁ ଆଫଗାନିସ୍ତାନ ରାଜଧାନୀକୁ ସୁରକ୍ଷା ବଳ ଏକ ପ୍ରକାର ବନ୍ଦୀ କରି ରଖିଛନ୍ତି । ଦେଶର ଘଡ଼ିସନ୍ଧି ମୁହୂର୍ତ୍ତରେ ଅସରଫ ଘନି ଦ୍ୱିତୀୟ ଥର ଭାବେ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି ।ଶପଥ ନେବା ପରେ ଅସରଫ କହିଛନ୍ତି, ସେ ସମସ୍ତ ନିୟମ ମାନିବା ସହ ଦେଶକୁ ସୁରକ୍ଷା ଦେବେ । ଗତବର୍ଷ ସେପ୍ଟେମ୍ବର ମାସରେ ସେଠାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଘନି ବିଜୟୀ ହୋଇଥିଲେ ମଧ୍ୟ ପ୍ରତିଦ୍ୱନ୍ଦ୍ୱୀ ଅବଦୁଲ୍ଲାହ ଏହାକୁ ସ୍ୱୀକାର କରିନଥିଲେ । ଶେଷରେ ଅସରଫ ଆଜି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।

Leave a Reply