ସ୍ନେହ, ପ୍ରେମ ଆଉ ସଦ୍‌ଭାବନାର ପର୍ବ ହୋଲି

1 min read

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । ସ୍ନେହ, ପ୍ରେମ ଆଉ ସଦ୍‌ଭାବନାର ପର୍ବ ହୋଲି । ବନ୍ଧୁ ପରିଜନ ଆଉ ସମ୍ପର୍କୀୟଙ୍କ ସହ ହୋଲିକୁ ଧୁମଧାମରେ ପାଳନ କରିବା ପାଇଁ ସମସ୍ତେ ତତ୍ପର । ଏଥି ପାଇଁ ଗାଁ ଗଣ୍ଡାଠୁ ଆରମ୍ଭ କରି ସହର ସବୁଠି ଧୁମଧାମରେ ଖେଳାଯାଉଛି ହୋଲି ପର୍ବ । ରଙ୍ଗ, ଅବିର ଆଉ ଫଗୁ ଖେଳରେ ହୋଲିକୁ ରଙ୍ଗୀନ କରବାକୁ ଏକାଠି ହୋଇଛନ୍ତି ପିଲାଠୁ ବୁଢା । ତେବେ ହୋଲିକୁ ନେଇ ଏକାଧିକ ପୌରାଣିକ ଗାଥା ଏବଂ ଲୋକକଥା ମଧ୍ୟ ରହିଛି । ପ୍ରହଲ୍ଲାଦ ଓ ହୋଲିକା କଥାଠୁ ଆରମ୍ଭ କରି ପୁତନା ବଧ, ମନୁଙ୍କ ଜନ୍ମ ଭଳି ବିଭିନ୍ନ ପୌରାଣିକ କଥାବସ୍ତୁ ଆଧାରରେ ଏହି ପର୍ବ ପାଳନ କରାଯାଏ ବୋଲି କିମ୍ବଦନ୍ତୀ କୁହେ । ମୋଗଲ ସାମ୍ରାଜ୍ୟ ଅମଳରେ ହୋଲି ପର୍ବକୁ ଇଦ-ଏ-ଗୁଲାବୀ ପର୍ବ ବୋଲି କୁହାଯାଉଥିଲା । ତେବେ ଖାଲି ହିନ୍ଦୁ ଧର୍ମ ନୁହେଁ ସାରାବିଶ୍ୱକୁ ଏକତାର ସୂତ୍ରରେ ବାନ୍ଧିଛି ଏ ଭାଇଚାରାର ପର୍ବ । ଆମେରିକାର ହ୍ଵାଇଟ ହାଉସରୁ ଆରମ୍ଭ କରି ଗୁଗୁଲ, ଫେସବୁକ ଭଳି ବଡ଼ ବଡ଼ ସଂସ୍ଥାରେ ଧୁମଧାମରେ ପାଳନ ହେଉଛି ହୋଲି ।

Leave a Reply