spot_img
Home Blog Page 7457

ଆଜିଠୁ ଝାରସୁଗୁଡ଼ାରୁ କୋଲକାତାକୁ ଉଡ଼ିଲା ବିମାନ

ଝାରସୁଗୁଡ଼ା: ଝାରସୁଗୁଡ଼ାରୁ କୋଲକାତାକୁ ଆରମ୍ଭ ହୋଇଛି ବିମାନ ସେବା । ଭିଏସ୍‌ଏସ୍‌ ବିମାନ ବନ୍ଦରରୁ କୋଲକତାକୁ ଉଡ଼ାଣ ଭରିଲା ବିମାନ । ଆଲାଏନ୍ସ ଏୟାର ବିମାନ ନମ୍ବର ୭୪୫ରୁ ବିମାନ ଉଡ଼ାଣ ଭରିଛି । ଉଡ଼ାନ-୩ ଯୋଜନା ମାଧ୍ୟମରେ ଝାରସୁଗୁଡ଼ାରୁ କୋଲକତାକୁ ବିମାନ ଚଳାଚଳ କରିବ ।

Related image

ଝାରସୁଗୁଡ଼ା ବିମାନ ବନ୍ଦରରେ ଅଧିକ ସଂଖ୍ୟକ ଯାତ୍ରୀଙ୍କୁ ଦୃଷ୍ଟିରେ ରଖି କୋଲକତାକୁ ବିମାନ ସେବା ଆରମ୍ଭ ହୋଇଥିବା ବିମାନବନ୍ଦର ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ସେପେଟ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ଝାରସୁଗୁଡ଼ାକୁ ଆହୁରି ବିମାନ ଆସିବ ଏବଂ ଏହା ଓଡ଼ିଶାର ପ୍ରମୁଖ ବିମାନ ବନ୍ଦର ଭାବେ ପରିଗଣିତ ହେବ ବୋଲି ସେ କହିଛନ୍ତି ।

 

ନିଲାମ ହେବ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ସେୟାର

ବଡ଼ କରଜରେ ବୁଡ଼ିଥିବା ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ସେୟାର ଏବେ ବିକ୍ରି ହେବ । ଶହେ ପ୍ରତିଶତ ଅଂଶଧନ ନିଲାମ କରିବା ପାଇଁ କେନ୍ଦ୍ର ସରକାର କହିଛନ୍ତି । ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୧୭ ରଖାଯାଇଛି । ଏହାସହ ସରକାର ଦୁଇଟି ସବସିଡାରୀ କମ୍ପାନୀ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାରପୋର୍ଟ ସର୍ଭିସ କମ୍ପାନୀ ଏଆଇଏସଏଟିଏସକୁ ମଧ୍ୟ ବିକିବା ପାଇଁ ଆବେଦନ ଆହ୍ଵାନ କରିଛନ୍ତି । ଏୟାର ଇଣ୍ଡିଆକୁ ବିକିବା ପାଇଁ ଏକ ମନ୍ତ୍ରୀ ସମୁହ ନିକଟରେ ଡ୍ରାଫଟ୍ ମଞ୍ଜୁରୀ ଦେଇଥିଲେ ।

Image result for air india is going to be auctioned

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏୟାର ଇଣ୍ଡିଆ ଦୀର୍ଘ ଦିନ ଧରି କ୍ଷତିରେ ଚାଲୁଥିବା ବେଳେ କମ୍ପାନୀ ଉପରେ ୫୦ହଜାର କୋଟି ଟଙ୍କାରୁ ଅଧିକ କରଜ ରହିଥିବା ଜଣାପଡ଼ିଛି । ଏଥିପାଇଁ ସରକାର ଏହାକୁ ବିକ୍ରି କରିବାକୁ ଯୋଜନା କରିଥିବା ବେଳେ ମାର୍ଚ୍ଚ ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାକୁ ଯୋଜନା କରିଛନ୍ତି ।

ଭୁବନେଶ୍ୱରରେ ବନ୍ଦ ହେବ ଶତାଧିକ କଲ୍ୟାଣ ମଣ୍ଡପ !

ଭୁବନେଶ୍ୱର: ଆକ୍ସନ ମୋଡରେ ବିଏମ୍‌ସି । ପାର୍କିଂ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପ ଉପରେ ବିଏମ୍‌ସିର ନଜର । ଟାର୍ଗେଟରେ ରହିଛି ୧୦୦ଟି କଲ୍ୟାଣ ମଣ୍ଡପ । ଯେଉଁ ମାନଙ୍କୁ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା ।

ନୋଟିସ୍‌ର ଉତ୍ତର ରଖିବା ପାଇଁ ଜାନୁଆରୀ ୩୧ତାରିଖ ଡେଡ଼ ଲାଇନ୍‌ ରହିଛି । ସେଥିମଧ୍ୟରୁ ବର୍ତ୍ତମାନ କେବଳ ୧୫ଜଣ ନୋଟିସ୍‌ର ଉତ୍ତର ରଖିଛନ୍ତି । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିତି ନିୟମ ଓ ଅନୁମତି ହାସଲ ନକଲେ ଫେବୃଆରୀ ପହିଲାରେ ସମ୍ପୃକ୍ତ କଲ୍ୟାଣ ମଣ୍ଡପକୁ ନିଗମ କର୍ତ୍ତୃପକ୍ଷଙ୍କ ଦ୍ୱାରା ସିଲ୍‌ କରାଯିବ ।

ଏଭଳି ସୂଚନା ଦେଲେ ବିଏମସି କମିଶନର । ପ୍ରମାଦ ଗଣିଲେଣି ମଣ୍ଡପ ମାଲିକ । ବିଏମସିର ପଦକ୍ଷେପକୁ ସ୍ୱାଗତ କଲେ ପୂର୍ବତନ କର୍ପୋରେଟର ଓ ଅଞ୍ଚଳବାସୀ।

ଗ୍ୟାସ୍ ଭାବି ଅଣଦେଖା କରନ୍ତୁ ନାହିଁ: ଆପଣଙ୍କୁ ହୋଇଥାଇପାରେ ମାଇଲ୍ଡ ହାର୍ଟ ଆଟାକ

ନୂଆଦିଲ୍ଲୀ: କିଛି ଲୋକଙ୍କୁ ହାଲୁଆ ହାର୍ଟ ଆଟାକ ଅନୁଭବ ହୋଇଥାଏ ଯାହାକୁ ମାଇଲ୍ଡ ହାର୍ଟ ଆଟାକ ବୋଲି କୁହାଯାଏ । ଏହାକୁ ଅଣଦେଖା କରିବା ଉଚିତ ନୁହେଁ । କହାକି ନା ଏହାର ପରିଣାମ ଅତି ଭୟଙ୍କର ହୋଇପାରେ । ଏହା ଏକ ପ୍ରକାର ବଡ଼ ହାର୍ଟ ଆଟାକର ପୂର୍ବାଭାଷ । କିନ୍ତୁ ଲୋକେ ଏହାକୁ ଗ୍ୟାସିଷ୍ଟିକ୍‌ ଭାବି ଅଣଦେଖା କରିନ୍ତି । ଯାହାର ପରିଣାମ ସେମାନଙ୍କୁ ଭୋଗିବାକୁ ପଡ଼ିଥାଏ ।

ବିଶେଷଜ୍ଞଙ୍କ କହିବାନୁଯାୟୀ, ମାଇଲ୍ଡ ହାର୍ଟ ଆଟାକ୍‌କୁ ସାଧାରଣ ଲୋକ ଛୋଟ ହାର୍ଟ ଆଟାକ ବୋଲି କହିଥାନ୍ତି । ଯାହାକୁ ନନ୍ ଏସ୍‌ଟି ଏଲିବେସନ୍‌ ମାୟୋକାର୍ଡିୟଲ୍‌ ଇନ୍‌ଫାକସନ୍‌(Non ST Elevation Myocardial Infarction)  କୁହାଯାଏ ।

ଏଥିରେ ହୃଦ ସ୍ପନ୍ଦନ ଶତ ପ୍ରତିଶତ ବନ୍ଦ ହୋଇନଥାଏ । କିନ୍ତୁ ପ୍ରକ୍ରିୟା ତାହା ହିଁ ଥାଏ ଯାହା ହାର୍ଟ ଆଟାକ ବେଳେ ରହିଥାଏ । ମାଇଲ୍ଡ ହାର୍ଟ ଆଟାକ ବା ଛୋଟ ହାର୍ଟ ଆଟାକ ପରେ ଶରୀରରେ ରକ୍ତ ପ୍ରବାହ ସାମାନ୍ୟ ରୁହେ । କିନ୍ତୁ ମାଇଲ୍ଡ ହାର୍ଟକୁ ବଡ଼ ହାର୍ଟ ଆଟାକର ପୂର୍ବ ସଂକେତ ବୋଲି କୁହାଯାଏ । ଏଭଳି କେସ୍‌ରେ ଆଗାମୀ ୩୦ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ହାର୍ଟ ଆଟାକ ହେବାର ୩୦% ଆଶଙ୍କା ରହିଥାଏ ।

କିନ୍ତୁରେ ରୋଗୀଙ୍କୁ ସମୟ ମିଳିଯାଏ କି ସେ ଡାକ୍ତରଙ୍କ ପାଖକୁ ନିଜ ଚିକିତ୍ସା କରାଇବ । ମାଇଲ୍ଡ ହାର୍ଟ ଆଟାକର ସଂକେତ ଓ ହାର୍ଟ ଆଟାକର ସଂକେତ ସମାନ ଥାଏ । ଜୋରରେ ଛାତି ଦରଜ ହେବା, ଚାଲିଲା ବେଳେ ଥକାଥକା ଅନୁଭବ କରିବା, ଝାଳ ବୋହିବା, ଶଙ୍କା ଶଙ୍କା ଅନୁଭବ କରିବା, ଚାଲୁ ଚାଲୁ ପଡ଼ିଯିବା ଏସବୁ ଲକ୍ଷ୍ୟଣ ଦେଖାଯାଏ । ହାର୍ଟ ଆଟାକ ଯୋଗୁଁ ଭାରତରେ ମୃତ୍ୟୁର ସବୁଠୁ ବଡ଼ କାରଣ ହେଉଛି ଡର । ହାର୍ଟ ଆଟାକ ନାଁ ଶୁଣି ହିଁ ଲୋକେ ଭୟଭୀତ ହୋଇଯାଆନ୍ତି । ଆଉ କିଛି ସମୟ ମଧ୍ୟରେ ଲୋକଙ୍କ ପ୍ରାଣବାୟୁ ଚାଲିଯାଏ ।

ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀଙ୍କୁ ଚେକିଂ

ଭୁବନେଶ୍ୱର: କରୋନା ନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। କ୍ୟାପିଟାଲ୍‌ ହସପିଟାଲର ଏକ ଡାକ୍ତରୀ ଦଳ ଏଥିରେ ନିୟୋଜିତ ହୋଇଛନ୍ତି। ଟିମ୍‌ରେ ୩ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି। ବିଶେଷ କରି କ୍ୱାଲାଲମପୁରରୁ ଭୁବନେଶ୍ୱର ଆସୁଥିବା ବିମାନ ଉପରେ ନଜର ରଖାଯାଇଛି।

ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀଙ୍କୁ ଚେକିଂ କରାଯାଉଛି। ବିମାନବନ୍ଦର ପରିସରରେ ଏକ ସ୍ୱତନ୍ତ୍ର ୨୪ ଘଣ୍ଟିଆ ଏମଆଇ ମେଡିକାଲ ଇନସପେକ୍ସନ ରୁମ୍‌ ଖୋଲା ଯାଇଛି। ଯେଉଁ ଯାତ୍ରୀଙ୍କଠାରେ ଥଣ୍ଡା, କାସ, ଛିଙ୍କ ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ଚିକିତ୍ସା କରାଯାଉଛି। ଯାତ୍ରୀମାନେ ଗତ ୨୮ ଦିନ ମଧ୍ୟରେ ବିଦେଶରୁ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଏୟାରପୋର୍ଟରେ ମାଗଣା ମାସ୍କ ଯୋଗାଇ ଦିଆଯାଇଛି। ଗତକାଲି ରାତିରୁ କ୍ୱାଲାଲମପୁରରୁ ଭୁବନେଶ୍ୱର ଆସିଥିବା ସମସ୍ତ ଯାତ୍ରୀଙ୍କୁ ଚେକିଂ କରାଯାଇଛି।

ଅନ୍ୟପଟେ କରୋନା ପାଇଁ SCBରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚକ୍ଷୁ ବିଭାଗ ୪ର୍ଥ ମହଲାରେ ୮ ICU ଓ ୪୦ ବେଡ୍‌ ରଖାଯାଇଛି । ଡାକ୍ତର ମନୋରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇଛି। ଏସଂପର୍କରେ SCB ଜରୁରୀକାଳୀନ ଅଧିକାରୀ ଭୁବନ ମହାରଣା ସୂଚନା ଦେଇଛନ୍ତି।

ବସ୍‌ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ପରେ ୮୦ ହଜାରର ତଣ୍ଡ ଗଣିଲେ

ସମ୍ବଲପୁର: ଦୁର୍ଘଟଣା ପରେ ଲାଗିଲା ଜରିମାନା । ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ମୁଣ୍ଢେରରେ ଗତକାଲି ବସ୍‌ ଓ ଟ୍ରାକ୍ଟର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ଟ୍ରାକ୍ଟର ପାଖରେ କାଗଜପତ୍ର ନଥିବାରୁ ମୋଟା ଅଙ୍କର ଫାଇନ୍‌ କରିଛି ପରିବହନ ବିଭାଗ । ଟ୍ରାକ୍ଟରକୁ ୫୩ ହଜାର ୨ଶହ ଓ ବସ୍‌କୁ ୨୭ହଜାର ଫାଇନ୍‌ ହୋଇଛି ।

ବସ୍‌ର ପରମିଟ୍‌ ନଥିବାରୁ ୧୦ହଜାର, ପ୍ରଦୂଷଣ ପାଇଁ ୧୦ହଜାର, ଫିଟ୍‌ନେସ ପାଇଁ ୫ହଜାର ଓ ବୀମା ନଥିବାରୁ ୨ହଜାର ଟଙ୍କା ଜରିମାନା କରାଯାଇଛି । ସେହିପରି ଟ୍ରାକ୍ଟର ଉପରେ ବକେୟା ଟିକସ ବାବଦକୁ ୧୬ହଜାର ୨ଶହ, ପରମିଟ୍‌ ବାବଦକୁ ୧୦ହଜାର, ପ୍ରଦୂଷଣ ପାଇଁ ୧୦ହଜାର, ଲାଇସେନ୍‌ସ ପାଇଁ ୫ହଜାର, ଫିଟ୍‌ନେସ ପାଇଁ ୫ହଜାର, ଇନ୍‌ସୁରାନ୍‌ସ ପାଇଁ ୨ହଜାର ଓ ଟ୍ରଲି ଫିଟନେସ ବାବଦରେ ୫ହଜାର ଟଙ୍କା ଫାଇନ୍‌ ଲାଗିଛି।

ଗତକାଲି ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟରକୁ ବସ୍‌ ଧକ୍କା ଦେବାରୁ ଏହା ଓଲଟି ପଡିଥିଲା। ଏଥିରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ ।

ଚର୍ମ କର୍କଟର ସଂକେତ ଦିଏ ଏହି ସବୁ ଲକ୍ଷଣ: ଭୁଲରେ ବି ଅଣଦେଖା କରନ୍ତୁ ନାହିଁ

କର୍କଟ ରୋଗ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୁଏ । ଏଣୁ ଏହା ଯେଭଳି ନହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି ।  ଅଧିକାଂଶ ଲୋକ ସ୍ତନ କ୍ୟାନସର ଓ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଅଳ୍ପେ ବହୁତ ଏଥିପ୍ରତି ଲୋକେ ସଚେତନ ମଧ୍ୟ ଥାଆନ୍ତି । କିନ୍ତୁ ଏହାସହିତ ଅନେକ ପ୍ରକାର କର୍କଟ ରୋଗ ରହିଛି ଯାହା ଆପଣଙ୍କ ଜୀବନ ନେଇପାରେ । ସେହିଭଳି ଏକ କ୍ୟାନସର ହେଉଛି ଚର୍ମ କର୍କଟ ।

ସୂର୍ଯ୍ୟ କିରଣ ସିଧାସଳଖ ଶରୀର ସମ୍ପର୍କରେ ଆସିଲେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ହୋଇଯାଏ । ଚର୍ମ କର୍କଟ ହେବା ଯୋଗୁଁ ତ୍ୱଚାର କୋଷିକା ଅସ୍ୱାଭାବିକଭାବେ ବଢ଼ିଥାଏ । ଚର୍ମ କର୍କଟ ହୋଇଥିଲେ ଏହାର ପ୍ରଭାବ ତ୍ୱଚା ଉପରେ ଦେଖାଯାଏ । କିନ୍ତୁ ଅଧିକଂଶ ଲୋକେ ଏହାକୁ ଅଣଦେଖା କରିଦିଅନ୍ତି । ଯେଉଁଥିଲାଗି ଗମ୍ଭୀର ସମସ୍ୟା ଦେଖାଯାଏ । ଏବେ ଏଭଳି କିଛି ଲକ୍ଷଣ ଉପରେ ନଜର ପକାଇବା ଯାହା ଚର୍ମ କର୍କଟ ହେବା ଯୋଗୁଁ ହୋଇଥାଏ ।

ଜଳାପୋଡ଼ା ଅନୁଭବ କରିବେ:

ବହୁ ସମୟରେ ଆମେ ବହାରୁ ଆସିଲାପରେ ବେକ, ମାଥା, ଆଖି ଆଖପାଖରେ ହଠାତ୍‌ ଜଳାପୋଡା ଅନୁଭବ କରିଥାଉ । ସାଧାରଣତଃ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଯଦି ଏଭଳି ଜଳାପୋଡ଼ା ଲଗାତାର ବଢ଼େ ତା’ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ ।

ଷ୍ଟ୍ରେଚ୍‌ ମାର୍କ: ଏହା ଏକ ବହୁତ ବଡ଼ ଲକ୍ଷଣ ଅଟେ । ଯାହା କି ଆପଣଙ୍କୁ ଚର୍ମ କର୍କଟ ବିଷୟରେ ସଂକେତ ଦେଇଥାଏ । ସ୍କିନ୍‌ କ୍ୟାନସେର ହେବା ଯୋଗୁଁ ତ୍ୱଚାର କୋଷିକା ଗୁଡ଼ିକରେ ପରିବର୍ତ୍ତନ ହୋଇଥାଏ । ଏହାଦ୍ୱାର ଆପଣଙ୍କ ଶରୀରରେ ଥିବା ଷ୍ଟ୍ରେଚ୍‌ମାର୍କରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଆପଣଙ୍କ ଷ୍ଟ୍ରେଚ୍‌ ମାର୍କରେ ପରିବର୍ତ୍ତନ ଦେଖାଯିବା ସହ ସେଥିରେ ଯଦି କୁଣ୍ଡି ଆ ହୁଏ ତା’ହେଲେ ଆପଣ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।   

କଳାଜାଇର ଆକାର ବଦଳିବା:

ଚର୍ମ କର୍କଟର କାରଣ ହେଉଛି ତ୍ୱଚାରେ ଥିବା କୋଷିକା ଗୁଡ଼ିକ ଅସ୍ୱାଭାବିକଭାବେ ବଢ଼ିବା । ଏହାଦ୍ୱାରା କଳାଜାଇର ଆକାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଏହାର ଆକାର ସହିତ ରଙ୍ଗରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଏଭଳି ହେଉଥିଲେ ଏହାକୁ ଜମାରୁ ଅଣଦେଖା ନକରି ଡାକ୍ତରଙ୍କ ସହ ସମ୍ପର୍କ କରିବାର ଆବଶ୍ୟକତା ରହିଛି  । ପ୍ରାୟତଃ ଶରୀରରେ ଦାଗ ଦେଖାଗଲେ ଏହାକୁ ମଧ୍ୟ ଅଣଦେଖା କରିଦେଉଥାଉ କିନ୍ତୁ ଏହା ବି ଚର୍ମ କର୍କଟ ହୋଇଥାଇପାରେ ।

ଅନ୍ୟ ଲକ୍ଷଣ:

ଏସବୁ ସତ୍ତ୍ୱେ ଏଭଳି ବି କିଛି ଲକ୍ଷଣ ରହିଛି ଯାହା ଦେଖିବାକୁ ସାମାନ୍ୟ ଚର୍ମ ସମସ୍ୟା ଭଳି ଲାଗିଥାଏ । କିନ୍ତୁ ବାସ୍ତବରେ ଚର୍ମ କର୍କଟର ଲକ୍ଷଣ ହୋଇଥାଇପାରେ । ଯଦି ଆପଣଙ୍କ ଚର୍ମରେ ବ୍ରଣ ରହିଛି ଆଉ ଏହାର ଆକାର ଅଚାନକଭାବେ ବଢ଼ିଯାଏ ଆଉ ଏହାର ରଙ୍ଗରେ ପରିବର୍ତ୍ତନ ଦେଖାଯାଏ ତା‘ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ ।  ଏହାସହିତ ଖରାରେ ରହିବା ଯୋଗୁଁ ଯଦି ଆପଣଙ୍କୁ କୁଣ୍ଡିଆ ଅନୁଭବ କରୁଛନ୍ତି ତା’ହେଲେ ଏହା ମଧ୍ୟ ର୍କଟରର ଲକ୍ଷ୍ୟଣ ହୋଇପାରେ ।  ଏକ୍ଜିମା ହେବା ପରେ ବି ଅସାବଧାନା ଅବଲମ୍ୱନ କରିବା ଉଚିତ ନୁହେଁ କାହିକି ନାଁ ଏକ୍‌ଜିମା ଚର୍ମ କର୍କଟର ଆଉ ଏକ ଲକ୍ଷଣ ।

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପୋଲିସକୁ ଠେଲାପେଲା, ଜଣେ ଅଟକ

ବଲାଙ୍ଗିର: ବଲାଙ୍ଗିର କଣ୍ଟାବାଞ୍ଝି ଥାନାରେ ପୋଲିସ ଏସ୍‌ଆଇଙ୍କୁ ଠେଲାପେଲା । ପୋଲିସ ଉପସ୍ଥିତିରେ ଯୁବକଙ୍କୁ ମାଡ଼ ଅଭିଯୋଗ। ଗତକାଲି କଣ୍ଟାବାଞ୍ଝି ରେଲଓ୍ୱେ ପଡ଼ିଆରେ ସାଧାରଣତନ୍ତ୍ର ପରେଡ୍‌ ଦେଖିବାକୁ ଯାଇଥିବା ଜଣେ ଯୁବକଙ୍କୁ କିଛି ଯ଼ୁବକ ମାଡ଼ ମାରିଥିଲେ ।

ଏନେଇ ଯୁବକ ଜଣକ ସମ୍ପର୍କୀୟଙ୍କୁ ଡ଼ାକି ଥାନାରେ ଅଭିଯୋଗ କରୁଥିଲେ । ତେବେ ଏହି ସମୟରେ ଅନ୍ୟ ଗୋଷ୍ଠୀର ଯୁବକ ଥାନା ଭିତରକୁ ପଶି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚାଲିଥିବା ବେଳେ ଡ୍ୟୁଟିରେ ଥିବା ପୋଲିସ SIଙ୍କୁ ଠେପାପେଲା ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ତଦନ୍ତ କରୁଛି ।

ମଝି ଆକାଶରୁ ଖସିପଡ଼ିଲା ବାସ୍କେଟ୍‌ ବଲ୍‌ ଖେଳାଳିଙ୍କ ହେଲିକପ୍ଟର

ବ୍ୟୁରୋ ରିପୋର୍ଟ: ବାସ୍କେଟ୍‌ ବଲ କିମ୍ବଦନ୍ତୀ କୋବୀ ବ୍ରାଏଣ୍ଟଙ୍କର ହେଲିକପ୍‌ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । କାର୍ଲିଫର୍ଣ୍ଣିଆର କେଲାବେସସରେ ହୋଇଥିବା ହେଲିକପ୍‌ଟ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ସମେତ ମୋଟ୍‌ ୯ଜଣଙ୍କ ମୃତ୍ୟୁ ହୋଇଛି ।

ଲସ୍‌ ଆଞ୍ଜେଲସଠାରୁ ୬୫ କିଲୋମିଟର ଦୂରରେ କୋବୀଙ୍କ ପ୍ରାଇଭେଟ୍‌ ହେଲିକପ୍‌ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍‌ଟରଟି ଉଡୁଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ଫଳରେ ଏହା ତଳେ ଖସିପଡିଥିଲା । ତେବେ ହେଲିକପ୍‌ଟରରେ କେମିତି ନିଆଁ ଲାଗିଲା ସେନେଇ ସ୍ପଷ୍ଟ ହୋଇନି ।

ଦୁର୍ଘଟଣା ନେଇ ତଦନ୍ତ କରାଯାଉଛି । ଲୋକପ୍ରିୟ ନାସନାଲ ବାସ୍କେଟ୍‌ବଲ ଆସୋସିଏସନ୍‌ରେ କୋବୀ ୨୦ ବର୍ଷ ଧରି ରହିଥିଲେ । ଏହି ସମୟରେ ୫ଥର ଚାମ୍ପିଅନ୍‌ ହୋଇଥିଲେ । ତାଙ୍କ ମୃତ୍ୟୁରେ ପ୍ରଶଂସକ ଶୋକ ପ୍ରକାଶ କରିଛନ୍ତି ।

ଶୀତ ବଢ଼ିବା ସହ ଆଗକୁ ବର୍ଷାର ସମ୍ଭାବନା

ଭୁବନେଶ୍ୱର: ପୁଣି ଫେରିଲା ଶୀତ । ରାଜ୍ୟର ୩ ଜିଲ୍ଲାକୁ କୋଲ୍ଡ ଓ୍ୱେଭ୍‌ ସତର୍କତା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ବିଶେଷକରି ଅନୁଗୁଳ, ସୋନପୁର ଓ ବଲାଙ୍ଗିର ଜିଲ୍ଲାକୁ ଏହି ଓ୍ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ୨୮ ଓ ୨୯ ତାରିଖରେ ଉତ୍ତର ଓଡ଼ିଶା ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ ।

ଏଥିସହ ଦକ୍ଷିଣ ଓଡ଼ିଶାର ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବିଶେଷକରି ୨୮ ତାରିଖରେ କଟକ, ଅନୁଗୁଳ, ଢ଼େଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୁରଭଞ୍ଚ ଓ କେନ୍ଦୁଝର ରେ ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ୨୯ ତାରିଖରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଘଡ଼ଘଡ଼ି ସହ ବର୍ଷା ହେବ ।