ଚର୍ମ କର୍କଟର ସଂକେତ ଦିଏ ଏହି ସବୁ ଲକ୍ଷଣ: ଭୁଲରେ ବି ଅଣଦେଖା କରନ୍ତୁ ନାହିଁ

କର୍କଟ ରୋଗ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୁଏ । ଏଣୁ ଏହା ଯେଭଳି ନହେବ ସେଥିପ୍ରତି ଧ୍ୟାନ ଦେଇଥାନ୍ତି ।  ଅଧିକାଂଶ ଲୋକ ସ୍ତନ କ୍ୟାନସର ଓ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଅଳ୍ପେ ବହୁତ ଏଥିପ୍ରତି ଲୋକେ ସଚେତନ ମଧ୍ୟ ଥାଆନ୍ତି । କିନ୍ତୁ ଏହାସହିତ ଅନେକ ପ୍ରକାର କର୍କଟ ରୋଗ ରହିଛି ଯାହା ଆପଣଙ୍କ ଜୀବନ ନେଇପାରେ । ସେହିଭଳି ଏକ କ୍ୟାନସର ହେଉଛି ଚର୍ମ କର୍କଟ ।

ସୂର୍ଯ୍ୟ କିରଣ ସିଧାସଳଖ ଶରୀର ସମ୍ପର୍କରେ ଆସିଲେ କର୍କଟ ରୋଗ ହେବାର ଆଶଙ୍କା ଅଧିକ ହୋଇଯାଏ । ଚର୍ମ କର୍କଟ ହେବା ଯୋଗୁଁ ତ୍ୱଚାର କୋଷିକା ଅସ୍ୱାଭାବିକଭାବେ ବଢ଼ିଥାଏ । ଚର୍ମ କର୍କଟ ହୋଇଥିଲେ ଏହାର ପ୍ରଭାବ ତ୍ୱଚା ଉପରେ ଦେଖାଯାଏ । କିନ୍ତୁ ଅଧିକଂଶ ଲୋକେ ଏହାକୁ ଅଣଦେଖା କରିଦିଅନ୍ତି । ଯେଉଁଥିଲାଗି ଗମ୍ଭୀର ସମସ୍ୟା ଦେଖାଯାଏ । ଏବେ ଏଭଳି କିଛି ଲକ୍ଷଣ ଉପରେ ନଜର ପକାଇବା ଯାହା ଚର୍ମ କର୍କଟ ହେବା ଯୋଗୁଁ ହୋଇଥାଏ ।

ଜଳାପୋଡ଼ା ଅନୁଭବ କରିବେ:

ବହୁ ସମୟରେ ଆମେ ବହାରୁ ଆସିଲାପରେ ବେକ, ମାଥା, ଆଖି ଆଖପାଖରେ ହଠାତ୍‌ ଜଳାପୋଡା ଅନୁଭବ କରିଥାଉ । ସାଧାରଣତଃ ଲୋକେ ଏହାକୁ ଅଣଦେଖା କରିଥାନ୍ତି । ଯଦି ଏଭଳି ଜଳାପୋଡ଼ା ଲଗାତାର ବଢ଼େ ତା’ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ ।

ଷ୍ଟ୍ରେଚ୍‌ ମାର୍କ: ଏହା ଏକ ବହୁତ ବଡ଼ ଲକ୍ଷଣ ଅଟେ । ଯାହା କି ଆପଣଙ୍କୁ ଚର୍ମ କର୍କଟ ବିଷୟରେ ସଂକେତ ଦେଇଥାଏ । ସ୍କିନ୍‌ କ୍ୟାନସେର ହେବା ଯୋଗୁଁ ତ୍ୱଚାର କୋଷିକା ଗୁଡ଼ିକରେ ପରିବର୍ତ୍ତନ ହୋଇଥାଏ । ଏହାଦ୍ୱାର ଆପଣଙ୍କ ଶରୀରରେ ଥିବା ଷ୍ଟ୍ରେଚ୍‌ମାର୍କରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଆପଣଙ୍କ ଷ୍ଟ୍ରେଚ୍‌ ମାର୍କରେ ପରିବର୍ତ୍ତନ ଦେଖାଯିବା ସହ ସେଥିରେ ଯଦି କୁଣ୍ଡି ଆ ହୁଏ ତା’ହେଲେ ଆପଣ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।   

କଳାଜାଇର ଆକାର ବଦଳିବା:

ଚର୍ମ କର୍କଟର କାରଣ ହେଉଛି ତ୍ୱଚାରେ ଥିବା କୋଷିକା ଗୁଡ଼ିକ ଅସ୍ୱାଭାବିକଭାବେ ବଢ଼ିବା । ଏହାଦ୍ୱାରା କଳାଜାଇର ଆକାରରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଏହାର ଆକାର ସହିତ ରଙ୍ଗରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ଏଭଳି ହେଉଥିଲେ ଏହାକୁ ଜମାରୁ ଅଣଦେଖା ନକରି ଡାକ୍ତରଙ୍କ ସହ ସମ୍ପର୍କ କରିବାର ଆବଶ୍ୟକତା ରହିଛି  । ପ୍ରାୟତଃ ଶରୀରରେ ଦାଗ ଦେଖାଗଲେ ଏହାକୁ ମଧ୍ୟ ଅଣଦେଖା କରିଦେଉଥାଉ କିନ୍ତୁ ଏହା ବି ଚର୍ମ କର୍କଟ ହୋଇଥାଇପାରେ ।

ଅନ୍ୟ ଲକ୍ଷଣ:

ଏସବୁ ସତ୍ତ୍ୱେ ଏଭଳି ବି କିଛି ଲକ୍ଷଣ ରହିଛି ଯାହା ଦେଖିବାକୁ ସାମାନ୍ୟ ଚର୍ମ ସମସ୍ୟା ଭଳି ଲାଗିଥାଏ । କିନ୍ତୁ ବାସ୍ତବରେ ଚର୍ମ କର୍କଟର ଲକ୍ଷଣ ହୋଇଥାଇପାରେ । ଯଦି ଆପଣଙ୍କ ଚର୍ମରେ ବ୍ରଣ ରହିଛି ଆଉ ଏହାର ଆକାର ଅଚାନକଭାବେ ବଢ଼ିଯାଏ ଆଉ ଏହାର ରଙ୍ଗରେ ପରିବର୍ତ୍ତନ ଦେଖାଯାଏ ତା‘ହେଲେ ଏହା ଚର୍ମ କର୍କଟର ଲକ୍ଷଣ ହୋଇପାରେ ।  ଏହାସହିତ ଖରାରେ ରହିବା ଯୋଗୁଁ ଯଦି ଆପଣଙ୍କୁ କୁଣ୍ଡିଆ ଅନୁଭବ କରୁଛନ୍ତି ତା’ହେଲେ ଏହା ମଧ୍ୟ ର୍କଟରର ଲକ୍ଷ୍ୟଣ ହୋଇପାରେ ।  ଏକ୍ଜିମା ହେବା ପରେ ବି ଅସାବଧାନା ଅବଲମ୍ୱନ କରିବା ଉଚିତ ନୁହେଁ କାହିକି ନାଁ ଏକ୍‌ଜିମା ଚର୍ମ କର୍କଟର ଆଉ ଏକ ଲକ୍ଷଣ ।

Leave a Reply