ବସ୍‌ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ପରେ ୮୦ ହଜାରର ତଣ୍ଡ ଗଣିଲେ

ସମ୍ବଲପୁର: ଦୁର୍ଘଟଣା ପରେ ଲାଗିଲା ଜରିମାନା । ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ମୁଣ୍ଢେରରେ ଗତକାଲି ବସ୍‌ ଓ ଟ୍ରାକ୍ଟର ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ଟ୍ରାକ୍ଟର ପାଖରେ କାଗଜପତ୍ର ନଥିବାରୁ ମୋଟା ଅଙ୍କର ଫାଇନ୍‌ କରିଛି ପରିବହନ ବିଭାଗ । ଟ୍ରାକ୍ଟରକୁ ୫୩ ହଜାର ୨ଶହ ଓ ବସ୍‌କୁ ୨୭ହଜାର ଫାଇନ୍‌ ହୋଇଛି ।

ବସ୍‌ର ପରମିଟ୍‌ ନଥିବାରୁ ୧୦ହଜାର, ପ୍ରଦୂଷଣ ପାଇଁ ୧୦ହଜାର, ଫିଟ୍‌ନେସ ପାଇଁ ୫ହଜାର ଓ ବୀମା ନଥିବାରୁ ୨ହଜାର ଟଙ୍କା ଜରିମାନା କରାଯାଇଛି । ସେହିପରି ଟ୍ରାକ୍ଟର ଉପରେ ବକେୟା ଟିକସ ବାବଦକୁ ୧୬ହଜାର ୨ଶହ, ପରମିଟ୍‌ ବାବଦକୁ ୧୦ହଜାର, ପ୍ରଦୂଷଣ ପାଇଁ ୧୦ହଜାର, ଲାଇସେନ୍‌ସ ପାଇଁ ୫ହଜାର, ଫିଟ୍‌ନେସ ପାଇଁ ୫ହଜାର, ଇନ୍‌ସୁରାନ୍‌ସ ପାଇଁ ୨ହଜାର ଓ ଟ୍ରଲି ଫିଟନେସ ବାବଦରେ ୫ହଜାର ଟଙ୍କା ଫାଇନ୍‌ ଲାଗିଛି।

ଗତକାଲି ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରାକ୍ଟରକୁ ବସ୍‌ ଧକ୍କା ଦେବାରୁ ଏହା ଓଲଟି ପଡିଥିଲା। ଏଥିରେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ ।

Leave a Reply