ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା, ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀଙ୍କୁ ଚେକିଂ

1 min read

ଭୁବନେଶ୍ୱର: କରୋନା ନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଯାତ୍ରୀଙ୍କୁ ଯାଞ୍ଚ କରାଯାଉଛି। କ୍ୟାପିଟାଲ୍‌ ହସପିଟାଲର ଏକ ଡାକ୍ତରୀ ଦଳ ଏଥିରେ ନିୟୋଜିତ ହୋଇଛନ୍ତି। ଟିମ୍‌ରେ ୩ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି। ବିଶେଷ କରି କ୍ୱାଲାଲମପୁରରୁ ଭୁବନେଶ୍ୱର ଆସୁଥିବା ବିମାନ ଉପରେ ନଜର ରଖାଯାଇଛି।

ଥର୍ମାଲ ସ୍କାନରରେ ସମସ୍ତ ଯାତ୍ରୀଙ୍କୁ ଚେକିଂ କରାଯାଉଛି। ବିମାନବନ୍ଦର ପରିସରରେ ଏକ ସ୍ୱତନ୍ତ୍ର ୨୪ ଘଣ୍ଟିଆ ଏମଆଇ ମେଡିକାଲ ଇନସପେକ୍ସନ ରୁମ୍‌ ଖୋଲା ଯାଇଛି। ଯେଉଁ ଯାତ୍ରୀଙ୍କଠାରେ ଥଣ୍ଡା, କାସ, ଛିଙ୍କ ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ଚିକିତ୍ସା କରାଯାଉଛି। ଯାତ୍ରୀମାନେ ଗତ ୨୮ ଦିନ ମଧ୍ୟରେ ବିଦେଶରୁ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଇଛି। ଏୟାରପୋର୍ଟରେ ମାଗଣା ମାସ୍କ ଯୋଗାଇ ଦିଆଯାଇଛି। ଗତକାଲି ରାତିରୁ କ୍ୱାଲାଲମପୁରରୁ ଭୁବନେଶ୍ୱର ଆସିଥିବା ସମସ୍ତ ଯାତ୍ରୀଙ୍କୁ ଚେକିଂ କରାଯାଇଛି।

ଅନ୍ୟପଟେ କରୋନା ପାଇଁ SCBରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚକ୍ଷୁ ବିଭାଗ ୪ର୍ଥ ମହଲାରେ ୮ ICU ଓ ୪୦ ବେଡ୍‌ ରଖାଯାଇଛି । ଡାକ୍ତର ମନୋରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଟିମ୍‌ ଗଠନ କରାଯାଇଛି। ଏସଂପର୍କରେ SCB ଜରୁରୀକାଳୀନ ଅଧିକାରୀ ଭୁବନ ମହାରଣା ସୂଚନା ଦେଇଛନ୍ତି।

Leave a Reply