ୱାଂଶିଟନ୍: ଇରାନ ଆକ୍ରମଣକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ପ୍ରତିକ୍ରିୟା । ମୁଁ ରାଷ୍ଟ୍ରପତି ଥିଲା ଯାଏଁ ଇରାନ ଆମ ମିଲିଟାରୀ କ୍ୟାମ୍ପ ଉପରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିପାରିବ ନାହିଁ । ଗତ ରାତିରେ ଇରାନ୍ କରିଥିବା ଆକ୍ରମଣରେ ଆମେରିକାର କୌଣସି କ୍ଷତି ହୋଇନାହିଁ । ଆମର ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି, କେହି ଆହତ ହୋଇନାହାନ୍ତି । କେବଳ ମିଲିଟାରୀ ବେସରେ ସାମାନ୍ୟ କ୍ଷତି ହୋଇଥିବା କହିଲେ ଡୋନାଲ୍ଡ ଟ୍ରମ୍ପ ।
କରଞ୍ଜିଆ: ଅଜଣା ଗାଡ଼ି ଚାପାରେ ମାଆ, ପୁଅ ମୃତ । ଯଶୀପୁର ଥାନା ଟଙ୍ଗାବିଲା ନିକଟରେ ଦୁର୍ଘଟଣା । ମୃତକ ସାନନଈ ଗାଁର ସୂଚନା ।
କରଞ୍ଜିଆ: ଅଜଣା ଗାଡ଼ି ଚାପାରେ ମାଆ, ପୁଅ ମୃତ । ଯଶୀପୁର ଥାନା ଟଙ୍ଗାବିଲା ନିକଟରେ ଦୁର୍ଘଟଣା । ମୃତକ ସାନନଈ ଗାଁର ସୂଚନା ।
୨୦୨୨ ସୁଦ୍ଧା କାର୍ଯ୍ୟ କରିବ ଦେଶର ନୂଆ ସଂସଦ ଭବନ: ଲୋକସଭା ବାଚସ୍ପତି
ନୂଆଦିଲ୍ଲୀ: ୨୦୨୨ ମସିହା ସୁଦ୍ଧା ଦେଶର ନୂଆ ସଂସଦ ଭବନ କାର୍ଯ୍ୟ କରିବ । ଦେଶର ୭୫ ତମ ସ୍ୱାଧୀନତା ଦିବସ ନୂଆ ସଂସଦ ଭବନରେ ପାଳନ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । କାନାଡାର ଅଟାୱାରେ ଆୟୋଜିତ ରାଜ୍ୟଗୋଷ୍ଠୀ ଦେଶ ମାନଙ୍କର ବାଚସ୍ପତି ଓ ପୀଠାସିନ ଅଧିକାରୀ ମାନଙ୍କର ୨୫ ତମ ସମ୍ମିଳନୀ ଅବସରରେ ସେ ଏକଥା ସ୍ପଷ୍ଟ କରିଛନ୍ତି । ଏହାମଧ୍ୟରେ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ମଧ୍ୟରେ ସେଣ୍ଟ୍ରାଲ ଭିଷ୍ଟାର ପୁନଃ ନିର୍ମାଣ କାମ ଆରମ୍ଭ ହୋଇସାରିଲାଣି । ଯାହା ଅନ୍ତତଃପକ୍ଷେ ୨୫୦ ବର୍ଷ ସୁରକ୍ଷିତ ରଖିବାକୁ ଲକ୍ଷ୍ୟ ରଖାଯାଇଛି ।
ନୂଆ ଭାରତ ଗଠନ ପାଇଁ ସଂସଦ ଭବନ ପର୍ଯ୍ୟାପ୍ତ ସ୍ଥାନ ଓ ସୁବିଧାର ଆବଶ୍ୟକତା ରହିଛି । କିନ୍ତୁ ବର୍ତ୍ତମାନର ବିଲ୍ଡିଂରେ ସାଂସଦ ଓ କର୍ମଚାରୀ ମାନେ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୧୯୨୭ ମସିହାରେ ନିର୍ମାଣ ହୋଇଥିବା ସଂସଦ ଭବନକୁ ଏବେ ୯୨ ବର୍ଷ ପୁରିଲାଣି । ନୂତନ ବିଲ୍ଡିଂ ନିର୍ମାଣ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା । ହେଲେ ସରକାରୀ ଭାବେ କୌଣସି ବିବୃତି ଆସିନଥିଲା । ନୂତନ ବିଲ୍ଡିଂ ନିର୍ମାଣ ନେଇ ସମସ୍ତଙ୍କ ସହ ଆବଶ୍ୟକୀୟ ବିଚାର ବିମର୍ଶ ଶେଷ ହୋଇଥିବା ବାଚସ୍ପତି ଓମ ବିର୍ଲା ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ୱର: ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ସରକାରୀ ପଲିଟେକନିକର ପ୍ରଥମ ବର୍ଷର ଛାତ୍ରୀ, ଘର ଯାଜପୁର । କ୍ଲାସ୍ ଚାଲିଥିବା ବେଳେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଚନ୍ଦ୍ରଶେଖରପୁର ପୋଲିସର ତଦନ୍ତ ।
ଭୁବନେଶ୍ୱର: ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ସରକାରୀ ପଲିଟେକନିକର ପ୍ରଥମ ବର୍ଷର ଛାତ୍ରୀ, ଘର ଯାଜପୁର । କ୍ଲାସ୍ ଚାଲିଥିବା ବେଳେ ଆତ୍ମହତ୍ୟା କରିଥିବା ସୂଚନା । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ଚନ୍ଦ୍ରଶେଖରପୁର ପୋଲିସର ତଦନ୍ତ ।
କଟକ: କଳାହାଣ୍ଡି ଜିଲ୍ଲାରେ ଛତର ଯାତ୍ରାରେ ବଳି ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ । ଯାତ୍ରାର ଏକ ମାସ ପୂର୍ବରୁ ସଚେତନତା କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ । ଯାତ୍ରା ଉପରେ ନଜର ରଖିବ ସିସିଟିଭି । ନିର୍ଦ୍ଦେଶ କାର୍ଯ୍ୟକାରୀରେ ଅବହେଳା ହେଲେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଏସପି ଓ କଲେକ୍ଟର ।
କଟକ: କଳାହାଣ୍ଡି ଜିଲ୍ଲାରେ ଛତର ଯାତ୍ରାରେ ବଳି ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ । ଯାତ୍ରାର ଏକ ମାସ ପୂର୍ବରୁ ସଚେତନତା କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ । ଯାତ୍ରା ଉପରେ ନଜର ରଖିବ ସିସିଟିଭି । ନିର୍ଦ୍ଦେଶ କାର୍ଯ୍ୟକାରୀରେ ଅବହେଳା ହେଲେ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ଏସପି ଓ କଲେକ୍ଟର ।
ନୂଆବର୍ଷରେ ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର
ମୟୂରଭଞ୍ଜ- ସାରା ରାଜ୍ୟ ଆଜି ବନ୍ଦ। ହେଲେ ଏହି ବନ୍ଦ ବେଳେ ବାରିପଦାକୁ ମିଳିଛି ବଡ଼ ଉପହାର। ମୁଖ୍ୟମନ୍ତ୍ରୀଙ୍କ ଦିନକିଆ ଗସ୍ତ ଆଜି ମୟୂରଭଂଜବାସୀଙ୍କ ମୁହଁରେ ହସ ଫୁଟାଇଛି। କାରଣ ଜିଲ୍ଲାର ବିକାଶ ପାଇଁ ହାତ ଖୋଲି ଦେଇଛନ୍ତି ନବୀନ ପଟ୍ଟନାୟକ। ବିଭିନ୍ନ ଜନହିତକର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଯାହାର ବ୍ୟୟ ଅଟକଳ ୨ଶହ କୋଟିରୁ ଅଧିକ। ବିକାଶର ବଳୟ ଭିତରକୁ ଆସିବ ଏହି ଆଦିବାସୀ ଜିଲ୍ଲା।
୧୮ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ
୫ଟି ହାଇଲେଭଲ୍ ସେତୁର ଉଦ୍ଘାଟନ କରିଛନ୍ତି ମୁଖ୍ୟମୃନ୍ତ୍ରୀ। ଏହି ଅବସରରେ ମୋରଡାର ଭାଲିଆଶୋଳରେ ଦୁଇ ଦୁଇଟି ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସକୁ ଉଦଘାଟନ କରିଛନ୍ତି ନବୀନ। କେବଳ ସେତିକି ନୁହେଁ ଆଜି ୨ଶହ କୋଟି ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଜଳଯୋଗାଣ ପ୍ରକଳ୍ପ, ରାସ୍ତା କାମର ଉନ୍ନତି ଓ ପ୍ରଶସ୍ତିକରଣ ସାଙ୍ଗକୁ ଏମ୍ପିସି କଲେଜ ପାଇଁ କମ୍ପୋଜିଟ୍ ବ୍ଲକ୍ ସାଙ୍ଗକୁ ସେତୁ ପାଇଁ ମଧ୍ୟ ଶୁଭ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଏହି ଦିନିକିଆ ଗସ୍ତ ଏ ଅଚଂଳର ଆଦିବାସୀ ପିଲା ଓ ଅଭିଭାବକଙ୍କୁ ଖୁବ୍ ଉତ୍ସାହିତ କରିଛି। କାରଣ ବାରିପଦା ଠାରେ ଉଦ୍ଘାଟିତ୍ ହୋଇଛି ଆଦାନୀ ସହାୟତାରେ କିସ୍ ପ୍ରତିଷ୍ଠା କରିଥିବା ଆଦିବାସୀ ସ୍କୁଲ୍। ଏହି ଆବାସିକ ସ୍କୁଲ୍ରେ ୧୫ଶହ ପିଲାଙ୍କ ପାଇଁ ରହିବା, ଖାଇବାପିଇବା ସହ ପାଠପଢ଼ାର ବ୍ୟବସ୍ଥା ରହିଛି। ଏହି ସମାରୋହରେ ରାଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି, ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ, ସରୋଜିନୀ ହେମ୍ବ୍ରମ, ଇଂ ବିଶ୍ୱେଶର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଜିଲ୍ଲାପାଳ ଏବଂ ଆଦାନୀ ଗୃପ୍ର ଚେୟାର ପର୍ସନ ପ୍ରୀତିଜୀ ଆଦାନି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀଙ୍କ ବାରିପଦାବାସୀଙ୍କ ଦେଇଛନ୍ତି ମନେ ରହିବା ଭଳି ଉପହାର। ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ୫କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ।
ରାଉରକେଲା: ବିଶ୍ରା ରେଞ୍ଜ ଚିତାପେଡ଼ି କୁଦା ହୁରାଙ୍ଗ ଗାଁ ନିକଟ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର । ମୃତ ହାତୀର ବୟସ ୧୫ ବର୍ଷରୁ ଅଧିକ ହେବ ବୋଲି ବନ ବିଭାଗର ସୂଚନା । ମୃତ୍ୟୁର କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ।
ରାଉରକେଲା: ବିଶ୍ରା ରେଞ୍ଜ ଚିତାପେଡ଼ି କୁଦା ହୁରାଙ୍ଗ ଗାଁ ନିକଟ ଜଙ୍ଗଲରୁ ମାଈ ହାତୀର ମୃତଦେହ ଉଦ୍ଧାର । ମୃତ ହାତୀର ବୟସ ୧୫ ବର୍ଷରୁ ଅଧିକ ହେବ ବୋଲି ବନ ବିଭାଗର ସୂଚନା । ମୃତ୍ୟୁର କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ।
ଯୁଦ୍ଧ ହେଲେ ଭାରତରେ ବଢ଼ିଯିବ ତେଲ ସହ ଏହି ସବୁ ସାମଗ୍ରୀର ଦର
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା । କୌଣସି ମୁହୂର୍ତ୍ତରେ ବି ହୋଇପାରେ ବଡ଼ ଆକ୍ରମଣ । ପ୍ରାୟ ସପ୍ତାହେ ହେଲା ଆମେରିକା-ଇରାନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଯଦି, ୨ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଭାରତ ବେଶୀ ପ୍ରଭାବିତ ହେବ । କାରଣ, ଇରାନ୍ ଉପରେ ଭାରତ ତେଲ ପାଇଁ ନିର୍ଭର କରେ ।
ଇରାନ ଠାରୁ ତୈଳ ଆମଦାନୀ କରୁଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଦ୍ୱିତୀୟ ଦେଶ, ଯିଏ ଅଧିକ ତୈଳ ଆମଦାନୀ କରେ । ଭାରତ ଆବଶ୍ୟକ କରୁଥିବା ତେଲର ୩୯ ପ୍ରତିଶତ ସାଉଦି ଆରବ ଓ ଇରାନରୁ ଆମଦାନୀ କରାଯାଇ ଥାଏ । ତେଣୁ, ଯୁଦ୍ଧ ହେଲେ ତେଲ ନେଇ ଆସୁଥିବା ଜାହାଜ ଅଧାବାଟରେ ଅଟକିପାରେ । ଏପରି ହେଲେ ଭାରତ ସମେତ ଅନ୍ୟ କେତକ ଦେଶର ତେଲର ଦାମ ଅଚାନକ ବଢ଼ିଯିବ ।
କଚ୍ଚା ବା ଅଶୋଧିତ ତୈଳ ଦର ବୃଦ୍ଧି ଘଟିଲେ ଡିଜେଲ, ପେଟ୍ରୋଲ ଆଦିର ଦାମ ବଢ଼ିବ । ଫଳରେ ଦେଶରେ ନିତିଦିନିଆ ସାମଗ୍ରୀର ଦରଦାମ ବଢ଼ିବ । କାରଣ ଡିଜେଲ, ପେଟ୍ରୋଲ ମହଙ୍ଗା ହେଲେ ସାମଗ୍ରୀ ପରିବହନ ଖର୍ଚ୍ଚ ବ୍ୟୟବହୁଳ ହୋଇଯିବ ।
ଆମେରିକା-ଇରାନ୍ ମଧ୍ୟରେ ଯୁଦ୍ଧ ହେଲେ ଏସିଆ ମହାଦେଶରେ ଅଧିକ ପ୍ରଭାବିତ ହେବ ଭାରତ । ଭାରତର କୂଟନୀତିକ ଓ ରାଜନୀତିକ ସ୍ଥିତି ଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଭାରତ ସହ ଆମେରିକା ଓ ଇରାନ ୨ ଦେଶର ଭଲ ସମ୍ପର୍କ ରହିଛି । ରାଜନୀତିକ ଦୃଷ୍ଟିକୋଣରୁ ଭାରତ ପାଇଁ ଇରାନ୍ ବହୁତ ଜରୁରୀ ଅଟେ । ଏଭଳି ସ୍ଥିତିରେ ଭାରତ ଗୋଟିଏ ଦେଶ ପାଇଁ ଛିଡ଼ା ହେଲେ ଅନ୍ୟଜଣକ ସହ ସମ୍ପର୍କ ଖରାପ ହେବା ଥୟ ।
ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !
ଭୁବନେଶ୍ୱର: MSME ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ଉଦଘାଟିତ । ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୧୨ ତାରିଖ ଯାଏଁ ଚାଲିବ ଟ୍ରେଡ୍ ଫେୟାର ।
ଭୁବନେଶ୍ୱର: MSME ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର ଉଦଘାଟିତ । ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୧୨ ତାରିଖ ଯାଏଁ ଚାଲିବ ଟ୍ରେଡ୍ ଫେୟାର ।
ଉଦଘାଟିତ ହେଲା MSME ଅନ୍ତର୍ଜାତୀୟ ଟ୍ରେଡ୍ ଫେୟାର
ଭୁବନେଶ୍ୱର: ଉଦଘାଟିତ ହେଲା ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୦ । ଆଜିଠୁ ଆରମ୍ଭ ହୋଇଥିବା ଏହି ମେଳା ୧୨ ତାରିଖ ଯାଏଁ ଚାଲିବ । ଏହି ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥର ଥିମ ରହିଛି ଫୋକସ MSME@2020 ।
ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ଏହି ଫେୟାରରେ ୨୦ଟି ଇରାନ କମ୍ପାନୀ ଏବଂ ୧୦ଟି ବାଂଲାଦେଶ କମ୍ପାନୀର ପ୍ରତିନିଧି ଯୋଗ ଦେଇଛନ୍ତି । ସେମାନେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବା ନିମନ୍ତେ ଓଡ଼ିଶାର ଉଦ୍ୟୋଗୀ ମାନଙ୍କ ସହିତ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଟ୍ରେଡ୍ ଫେୟାରରେ MSME ଉତ୍ପାଦ ପାଇଁ ମୋଟ ୨୮୦ ଟି ଷ୍ଚଲ ରହିଛି । ୩୨ଟି ଷ୍ଟଲ ଟେକ୍ନୋଲୋଜି ଡେମୋନଷ୍ଟ୍ରେସନ, ସରକାରୀ ବିଭାଗ, ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଏବଂ ପିଏସୟୁ ପାଇଁ ୨୮ ଟି ଷ୍ଟଲ ରହିଛି । ୧୫ଟି ଷ୍ଟଲ ଫୁଡ୍ କୋଟ ପାଇଁ ରହିଛି ।
ଏହି ମେଳା ରେ ଶିଳ୍ପ, ଶକ୍ତି, MSME, ଓ ଗୃହ ବିଭାଗୀୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧକ୍ଷ, ଚିନ୍ମୟ ସାହୁ, MSME ବିଭାଗୀୟ ସଚିବ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ରହି ମେଳାର ଉଦଘାଟନ କରିବା ସହ ଲୋଗୋ ଓ ବୁକଲେଟ ଉନ୍ମୋଚନ କରିଥିଲେ I

